ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଜୁଲାଇ ୫ରେ ଏନ୍‌ସି କ୍ଲାସିକ୍‌, ଓହରିଲେ ଓଡ଼ିଆ ପୁଅ କିଶୋର

Published By : Prameya | July 2, 2025 2:12 PM

ଭୁବନେଶ୍ୱର, ୦୨/୦୭ : ଆସନ୍ତା ୫ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ନୀରଜ ଚୋପ୍ରା  (ଏନ୍‌ସି) କ୍ଲାସିକ-୨୦୨୫ । ବିଶ୍ୱର ବହୁ ଆଗ ଧାଡ଼ିର ଜାଭେଲିନ  ଫିଙ୍ଗାଳି ଏହି ପ୍ରତିଯୋଗିତାରେ ଭାଗ ନେବେ । ଏକମାତ୍ର ଓଡ଼ିଆ  ଭାବେ କିଶୋର କୁମାର ଜେନାଙ୍କୁ ଏଥିରେ ସୁଯୋଗ ମିଳିଥିଲା । କିନ୍ତୁ ସେ ଆହତ ହେବା କାରଣରୁ ପ୍ରତିଯୋଗିତାରୁ ଓହରି  ଯାଇଛନ୍ତି । କିଶୋରଙ୍କ ପାଦ ଗଣ୍ଠିରେ ଆଘାତ ଲାଗିଛି । ତେଣୁ  ସେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ତାଙ୍କ ସ୍ଥାନରେ  ଯଶବୀର ସିଂଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । 

୨୩  ବର୍ଷୀୟ ଯୁବ ତାରକା ଗତ ମେ’ ମାସରେ ଦକ୍ଷିଣ କୋରିଆରେ  ଆୟୋଜିତ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ୮୨.୫୭ ମିଟର ପ୍ରଦର୍ଶନ ଦେଇଥିଲେ । ମୋଟ୍‌ ୧୨ ଜଣ ପ୍ରତିଯୋଗୀ  ଫାଇନାଲରେ ଥ୍ରୋ କରିବେ । ଏନ୍‌ସି କ୍ଲାସିକ ପ୍ରଥମେ ଗତ  ମେ’ ୨୪ ତାରିଖରେ ଆୟୋଜନ କରାଯିବା ନେଇ ସ୍ଥିର  ହୋଇଥିଲା । କିନ୍ତୁ ଭାରତ-ପାକିସ୍ତାନ ସୀମାରେ ତୀବ୍ର ଉତ୍ତେଜନା  ପରେ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଥିଲା ଏବଂ ପରେ  ପୁନଃ ସୂଚୀ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତାରେ  ଟିକେଟ୍‌ ମୂଲ୍ୟ ୧୯୯ରୁ ୯୯୯୯ ଟଙ୍କା ରଖାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.