ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ବଦଳିଲା ୮ମ ଶ୍ରେଣୀର ଏନସିଇଆରଟି ବହି, ସାମାଜିକ ବିଜ୍ଞାନରେ ମୋଗଲ ଶାସକ କ୍ରୁର

Published By : Anindita Ratha | July 16, 2025 2:33 PM

ନୂଆଦିଲ୍ଲୀ,୧୬/୦୭: ବଦଳିଲା ୮ମ ଶ୍ରେଣୀର ଏନସିଇଆରଟି ବହି । ନୂଆ ସାମାଜିକ ବିଜ୍ଞାନ ପୁସ୍ତକରେ ମୋଗଲ ଶାସକମାନଙ୍କ ବିଷୟରେ କିଛି କଠୋର କଥା ଉଲ୍ଲେଖ । ପୁସ୍ତକରେ ବାବରଙ୍କୁ ଜଣେ 'ଅତ୍ୟନ୍ତ ନିଷ୍ଠୁର ଏବଂ କ୍ରୁର ଶାସକ' ଭାବରେ ବର୍ଣ୍ଣନା କରାଯାଇଛି। ଯିଏ ଅନେକ ସହରର ଲୋକକୁ ହତ୍ୟା କରିଥିଲେ। ସେହିପରି, ଆକବରଙ୍କ ଶାସନ ଗୋଟିଏ ପଟେ ସହିଷ୍ଣୁ ଥିଲା କିନ୍ତୁ ଏଥିରେ ନିଷ୍ଠୁର ନିଷ୍ପତ୍ତି ମଧ୍ୟ ଥିଲା। ଏହା ବ୍ୟତୀତ, ଔରଙ୍ଗଜେବଙ୍କ ମଧ୍ୟ କ୍ରୁର ଶାସକର ଆଖ୍ୟା ଦିଆଯାଇଛି । ସେ ଅନେକ ମନ୍ଦିର ଏବଂ ଗୁରୁଦ୍ୱାର ଭାଙ୍ଗି ଦେଇଥିଲେ। ଏହା ସହିତ, ପୁସ୍ତକରେ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ମଧ୍ୟ ଦିଆଯାଇଛି ଯେ, ଇତିହାସରେ ଘଟିଥିବା ଭୁଲ କିମ୍ବା ଘଟଣା ପାଇଁ କାହାକୁ ଦାୟୀ କରାଯିବା ଉଚିତ୍ ନୁହେଁ, ଅର୍ଥାତ୍ ଆଜିର ପିଢ଼ୀ ଅତୀତର ଲଢ଼େଇକୁ ପୁନରାବୃତ୍ତି କରିବା ଉଚିତ୍ ନୁହେଁ।

ମୋଗଲ ଏବଂ ଦିଲ୍ଲୀ ସୁଲତାନ ସମୟକୁ 'ଧାର୍ମିକ ଅସହିଷ୍ଣୁତା' ଏବଂ ହିଂସାର ସମୟ ଭାବରେ ବର୍ଣ୍ଣନା କରାଯାଇଛି । ଯେଉଁଥିରେ ଗ୍ରାମ ଏବଂ ସହରଗୁଡ଼ିକୁ ଅନେକ ଥର ଲୁଟ୍ କରାଯାଇଥିଲା, ମନ୍ଦିର ଏବଂ ଜ୍ଞାନ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରାଯାଇଥିଲା। ପୁସ୍ତକରେ କୁହାଯାଇଛି ଯେ, ଏହି ସମୟ ଇତିହାସର ଏକ 'ଅନ୍ଧକାର ଯୁଗ' ଥିଲା। ଏହା ସହିତ, ଏକ ବିଶେଷ ଟିପ୍ପଣୀରେ କୁହାଯାଇଛି ଯେ,'ଇତିହାସକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏଥିପାଇଁ ଆଜିର ଲୋକଙ୍କୁ ଦୋଷ ଦିଆଯିବା ଉଚିତ୍ ନୁହେଁ'। ତେବେ ଏହି ପୁସ୍ତକର ନାମ 'ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍ ବିୟଣ୍ଡ' ଏବଂ ଏହାକୁ ଏହି ସପ୍ତାହରେ ସ୍କୁଲଗୁଡ଼ିକରେ ପାଠପଢ଼ା ପାଇଁ ଜାରି ହୋଇଛି । ପୂର୍ବରୁ ମୋଗଲ ଏବଂ ଦିଲ୍ଲୀ ସୁଲତାନଙ୍କ ବିଷୟରେ ୭ମ ଶ୍ରେଣୀରେ ସୂଚନା ଦିଆଯାଉଥିଲା, କିନ୍ତୁ ଏବେ ନୂତନ ପାଠ୍ୟକ୍ରମରେ ଏସବୁ ୮ମ ଶ୍ରେଣୀରେ ଅଣାଯାଇଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.