ମୁମ୍ବାଇ,୧୪।୬: ମହାରାଷ୍ଟ୍ରର ରାଜନୀତିରେ ପୁଣିଥରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଶିବସେନା ଉଦ୍ଧବ ବାଲସାହେବ ଠାକରେ ଗୋଷ୍ଠୀର ଚିନ୍ତା ବଢିଯାଇଛି। ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ଆଜି ଅର୍ଥାତ ରବିବାର ମୁମ୍ବାଇ ସ୍ଥିତ ନିଜ ଘର ମାତେଶ୍ରୀରେ ପାର୍ଟିର ସବୁ ସାଂସଦଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଓ ଜରୁରୀ ବୈଠକ ଡକାଇଛନ୍ତି। କିନ୍ତୁ ଏହି ସମ୍ବେଦନଶୀଳ ବୈଠକ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁୀ ଶିରଡି ଲୋକସଭା ଆସନରୁ ସାଂସଦ ଥିବା ଭାଉ ସାହେବ ଭାକଚୋରେଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ସେଭଳି ଆହୁରି ଦୁଇ ସାଂସଦ ମଧ୍ୟ ବୈଠକରେ ସାମିଲ ହୋଇନଥିଲେ।
ମିଳିଥିବା ସୂଚନା ଅନୁସାରେ, ଉଦ୍ଧବ ଠାକରେ ଦିଲ୍ଲୀରେ ଥିବା ନିଜର ସବୁ ସାଂସଦଙ୍କୁ ତୁରନ୍ତ ମୁମ୍ବାଇ ପହଁଞ୍ଚିବାକୁ ନିର୍ଦେଶ ଦେଇଥିଲେ। ଏହି ବୈଠକ ମଧ୍ୟାହ୍ନ ସାଢେ ୧୨ଟା ବେଳେ ‘ମାତେଶ୍ରୀ’ରେ ଆୟୋଜିତ ହୋଇଥିଲା। ଆଗାମୀ ରାଜନୈତିକ ପରିସ୍ଥିତି ଓ ସଂସଦଙ୍କ ଆଗାମୀ ଅଧିବେଶନକୁ ନେଇ ରଣନୀତି ତିଆରି କରିବା ପାଇଁ ଏହି ବୈଠକ ଡକାଯାଇଥିଲା।
ସାଂସଦ ଭାଉସାହେବ ଭାକଚୋରେଙ୍କ ମୋବାଇଲ ଫୋନ୍ ସକାଳୁ ଲଗାତାର ବନ୍ଦ ଦେଖିବାକୁ ମିଳିଥିଲା। ସୁତ୍ର ଅନୁସାରେ, ଭାକଚୋରେ ଗତ ଦୁଇ ଦିନ ହେବ ନିଜ ପରିବାର ସହିତ ବାହାରକୁ କୁଆଡେ ଚାଲିଯାଇଛନ୍ତି। ଶିରିଡି ସ୍ଥିତ ତାଙ୍କ ବାସଭବନରେ ମଧ୍ୟ କେହି ନାହାନ୍ତି। ସବୁଠାରୁ ଚକିତ କଲା ଭଳି କଥା ଏହା ଯେ, ତାଙ୍କର ବ୍ୟକ୍ତିଗତ ସହାୟକ ମଧ୍ୟ ତାଙ୍କ ସହ ନାହାନ୍ତି ଓ ତାଙ୍କର ବି କୌଣସି ସୁରାକ ମିଳିପାରିନି। ଏଭଳି ସ୍ଥିତିରେ ହଠାତ ସେ କେଉଁଠି ଗାଏବ ହୋଇଯାଇଛନ୍ତି,ତାକୁ ନେଇ ସସପେନ୍ସ ଲାଗି ରହିଛି। ଏବେ ସମସ୍ତଙ୍କ ନଜର ଏହି କଥା ଉପରେ ରହିଛି ଯେ, ସେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ କି ନାହିଁ।
ସୁତ୍ରର ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ଯାଦବ ଓ ନାଗେଶ ବାପୁରାଓ ପାଟିଲ ଅଷ୍ଟିକରଙ୍କ ସହିତ ଏହି ତିନି ଜଣ ନିଜ ପାର୍ଟିକୁ କହିଛନ୍ତି କିଛି ଜରୁରୀ କାମ କାରଣରୁ ସେ ଉଦ୍ଧବ ଠାକରେଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ସାମିଲ ହୋଇପାରିବେନି ଉଲ୍ଲେଖନୀୟ ଯେ, ଲୋକସଭାରେ ଉଦ୍ଧବଙ୍କ ଶିବସେନାର ୯ ଓ ରାଜ୍ୟସଭାର ଏକମାତ୍ର ସାଂସଦ ସଞ୍ଜୟ ରାଉତ ଅଛନ୍ତି। ସେମାନଙ୍କ ଭିତରୁ କେତେ ଲୋକ ବୈଠକରେ ସାମିଲ ହେବେ, ଏହା ଏକ ବଡ଼ ପ୍ରଶ୍ନ।
ମହାରାଷ୍ଟ୍ରର ରାଜନୀତି ଦୁନିଆରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ‘ଅପରେସନ୍ ଟାଇଗର’କୁ ନେଇ ଖୁବ୍ ଜୋରଦାର ଚର୍ଚ୍ଚା ଚାଲିଛି। ରାଜନୈତିକ ବିଶ୍ଲେଷକଙ୍କ ମତରେ ଏହି ଅପରେସନ୍ ଭୟରେ ଉଦ୍ଧବ ଠାକରେ ତୁରନ୍ତ ବୈଠକ ଡକାଇଛନ୍ତି। ଲୋକସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ଶିବସେନା ୟୁବିଟିର ମୋଟ ୯ ସାଂସଦ ଜିତି ଯାଇଥିଲେ। ଗତ କିଛି ଦିନରେ ଶାସକ ଓ ଶିବସେନା(ସିନ୍ଦେ ଗୋଷ୍ଠୀ)ର ନେତାଙ୍କ ଦ୍ବାରା ଲଗାତାର ଏହି ଦାବି କରାଯାଉଛି ଯେ, ଉଦ୍ଧବ ଗୋଷ୍ଠୀର ୯ ରୁ ୭ ସାଂସଦ ଉପ-ମୁଖମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଯୋଗାଯୋଗରେ ଅଛନ୍ତି। ଏହି ସାଂସଦ ଦଳ ବଦଳାଇ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାର ଚର୍ଚ୍ଚା ହେଉଛି। ଏହି କାରଣରୁ ଉଦ୍ଧବ ଠାକରେ ନିଜ ଗୋଷ୍ଠୀକୁ ଏକଜୁଟ୍ ରଖିବାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି।
ଆହୁରି ପଢନ୍ତୁ : Indian Army Uniform Rule: ୮ ବର୍ଷ ପରେ ୟୁନିଫର୍ମ ବଦଳାଇଲା ଭାରତୀୟ ସେନା; ଦାଢି ଲମ୍ବକୁ ନେଇ ଆସିଲା ନିୟମ, ନୂଆ ଡ୍ରେସ୍ କୋଡ୍ କଣ ?