ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍ ୟୁଜିର ପରୀକ୍ଷା ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ କରିଛି। ଏନଟିଏ ଘୋଷଣା କରିଛି ଯେ, ଏବେ ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନ ପତ୍ରର ପ୍ୟାଟର୍ଣ୍ଣ ଓ ସମୟାବଧି କୋଭିଡ୍ ମହାମାରୀ ପୂର୍ବରୁ ଥିବା ଭଳି ହୋଇଯିବ। ଏବେ କୌଣସି ସେକ୍ସନ ବି ହେବ ନାହିଁ। କୋଭିଡ୍-୧୯ ମହାମାରୀ ବେଳେ ନିଟ୍ ୟୁଜି ପେପରରେ ଯେଉଁ ଅପସନ ପ୍ରଶ୍ନ ଯୋଡ଼ା ଯାଇ ଥିଲା, ଏହାକୁ ଏବେ ହଟାଇ ଦିଆ ଯାଇଛି। ଏବେ ନିଟ୍ ପରୀକ୍ଷାରେ ମୋଟ ୧୮୦ପ୍ରଶ୍ନ (ଫିଜିକ୍ସ ଓ କେମିଷ୍ଟ୍ରୀରେ ୪୫-୪୫ ପ୍ରଶ୍ନ ଓ ବାୟୋଲଜିରେ ୯୦ପ୍ରଶ୍ନ) ଅନିବାର୍ଯ୍ୟ ହେବ। ଏହା ବ୍ୟତୀତ ପରୀକ୍ଷାର ସମୟ ସୀମା ମଧ୍ୟ ହ୍ରାସ କରି ୩ ଘଣ୍ଟା କରି ଦିଆଯାଇଛି। ପୂର୍ବରୁ ୩ଘଣ୍ଟା ୨୦ ମିନିଟ୍ର ସମୟ ଥିଲା।
ଏହି ବିଷୟରେ ଏନଟିଏ ପକ୍ଷରୁ ଜାରି ନୋଟିସ୍ରେ କୁହାଯାଇଛି, ସବୁ ନିଟ୍ ୟୁଜି ୨୦୨୫ ପ୍ରାର୍ଥୀଙ୍କୁ ସୂଚିତ କରାଯାଉଛି କି, ପ୍ରଶ୍ନ ପେପରର ପ୍ୟାଟର୍ଣ୍ଣ ଓ ପରୀକ୍ଷାର ଅବଧି କୋଭିଡ ପୂର୍ବର ପ୍ୟାଟର୍ଣ୍ଣକୁ ଫେରି ଆସିଛି। ଏବେ କୌଣସି ସେକ୍ସନ ହେବ ନାହିଁ। ମୋଟ ୧୮୦ ବାଧ୍ୟତାମୂଳକ ପ୍ରଶ୍ନ ରହିବ (ଫିଜିକ୍ସ ଓ କେମିଷ୍ଟ୍ରୀରେ ୪୫-୪୫ ଓ ବାୟୋଲଜିରେ ୯୦ ପ୍ରଶ୍ନ) ଯାହାକୁ ୧୮୦ମିନିଟ୍ରେ ସାରିବାକୁ ହେବ। କୋଭିଡ୍ କାରଣରୁ ଆରମ୍ଭ କରାଯାଇ ଥିବା କୌଣସି ବି ଅପସନାଲ ପ୍ରଶ୍ନ ଓ ଏକଷ୍ଟ୍ରା ଟାଇମକୁ ହଟାଇ ଦିଆଯିବ।
ବଡ଼ ପରିବର୍ତ୍ତନ :
୧ -ବିଦ୍ୟାର୍ଥିଙ୍କୁ ଏବେସୁଦ୍ଧା ୨୦୦ରୁ ୧୮୦ ପ୍ରଶ୍ନ ସମାଧାନ କରିବାକୁ ହେଉଥିଲା, କିନ୍ତୁ ଏବେ ୨୦୦ ବଦଳରେ ୧୮୦ ପ୍ରଶ୍ନ ଆସିବେ। ସମସ୍ତ୧୮୦ ପ୍ରଶ୍ନ ଅନିବାର୍ଯ୍ୟ ହେବ। ଅପସନାଲ ପ୍ରଶ୍ନର ସୁବିଧା ମିଳିବା ନାହିଁ। ଅପସନାଲ ପ୍ରଶ୍ନର ଆରମ୍ଭ କୋଭିଡ୍ ବେଳେ କରାଯାଇ ଥିଲା ,ଯାହାକୁ ଏବେ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।
୨-୧୮୦ଟି ପ୍ରଶ୍ନ ପାଇଁ ୩ ଘଣ୍ଟାର ସମୟ ମିଳିବ। ପୂର୍ବରୁ ୩ଣ୍ଟା ୨୦ମିନିଟ୍ର ସମୟ ଦିଆଯାଉ ଥିଲା। ପେପର ପୂର୍ବଭଳି ୭୨୦ ମାର୍କ୍ସର ହିଁ ରହିବ।
ନିଟ୍ ଦ୍ୱାରା ଏମବିବିଏସ , ବିଏଏମଏସ , ବିଏସଏମଏସ ଓ ବିଏଚଏମଏସ, ବ୍ୟାଚେଲର ଅଫ୍ ଡେଣ୍ଟଲ ଷ୍ଡଡିଜ୍ (ବିଡିଏସ) ଓ ବ୍ୟାଚେଲର ଅଫ୍ ଭେଟେରନରୀ ସାଇନ୍ସ ଆଣ୍ଡ ଏନିମଲ ହସବ୍ୟାଣ୍ଡ୍ରି (ବିଭିଏସସି ଆଣ୍ଡ ଏଏଚ)
ନିଟ୍ ପାଇଁ APAAR ଜରୁରୀ ନୁହେଁ :
ଏନଟିଏ ଏହା ମଧ୍ୟ କହିଛି କି, ନ୍ୟାସନାଲ ଇଲିଜିବିଲିଟ୍ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍ ୟୁଜି) ୨୦୨୫ର ରେଜିଷ୍ଟ୍ରେସନ ପାଇଁ ଅପାର ଆଇଡି ( APAAR ID) ଜରୁରୀ ନୁହେଁ। ନିଟ୍ ୟୁଜି ରେଜିଷ୍ଟ୍ରେସନ କରିବା ପାଇଁ ପ୍ରାର୍ଥୀ ଅନ୍ୟ ଡକ୍ୟୁମେଣ୍ଟସର ବ୍ୟବହାର ମଧ୍ୟ କରିପାରନ୍ତି।
ଉଲ୍ଲେଖନୀୟ ଯେ , ଏନଟିଏ ୧୪ ଜାନୁଆରୀ , ୨୦୨୫ ରେ ଜାରି କରିଥିବା ଗତ ନୋଟିସ୍ରେ ପ୍ରାର୍ଥୀଙ୍କୁ ନିଜର ଆଧାର ଡିଟେଲ୍ସ ଅପଡେଟ୍ କରିବା ଓ ନିଜର ଅପାର ଆଇଡି ( APAAR ID- ଯାହାକୁ ପୂର୍ବରୁ ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ୍ ବା ABC ID ଭାବେ ଗ୍ରହଣ କରାଯାଉ ଥିଲା)କୁ ଯୋଡ଼ିବା ପାଇଁ ପ୍ରୋତ୍ସାହିତ କରାଯାଇ ଥିଲା। କୁହାଯାଉ ଥିଲା କି ପ୍ରାର୍ଥୀଙ୍କୁ ରେଜିଷ୍ଟ୍ରେସନ ପୂର୍ବରୁ ନିଜର ଆଧାର ବା ଅପାର ଆଇଡିରେ ଯଦି କୌଣସି ତ୍ରୁଟି (ମୋବାଇଲ ନମ୍ୱର) ଆଦି ରହିଛି ତ ଏହାକୁ ଅପଡେଟ୍ କରିବା ଅନିବାର୍ଯ୍ୟ। ଏହାପରେ ଷ୍ଟୁଡେଣ୍ଟଙ୍କ ମଧ୍ୟରେ ଅପାର ଆଇଡିକୁ ନେଇ ଭ୍ରମର ସ୍ଥିତି ବ୍ୟାପି ଥିଲା।