ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ

Published By : Ankita S | June 6, 2025 1:39 PM

ନୂଆଦିଲ୍ଲୀ,୦୬/୦୬: ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ଅନୁଷ୍ଠିତ ହେବ । ନ୍ୟାସନାଲ ବୋର୍ଡ ଅଫ୍ ଏକ୍‌ଜାମିନେସନ୍ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌ ) ପକ୍ଷରୁ ପ୍ରସ୍ତାବିତ ପରୀକ୍ଷାକୁ ସ୍ଥଗତି ରଖାଯାଇଥିଲା । ନୂଆ ପରୀକ୍ଷା ତାରିଖକୁ ନେଇ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି । ଏନ୍‌ବିଇକୁ ସର୍ବୋଚ୍ଚ ନ୍ୟାୟାଳୟ ସମୟ ଦେଇଛନ୍ତି । ପରୀକ୍ଷା ତାରିଖକୁ ଆଗକୁ ନେବାକୁ ଏନବିଇ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ସ୍ୱୀକାର କରିଛନ୍ତି ସୁପ୍ରିମକୋର୍ଟ । ଆଗକୁ ଆଉ ସମୟ ଦିଆଯିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଜୁନ୍ ୧୫ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

ପରୀକ୍ଷା ତାରିଖକୁ ଆଗକୁ ନେବାକୁ ଏନବିଇ ପକ୍ଷରୁ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, 'ଆମେ ଏହି କଥାରେ ସନ୍ତୁଷ୍ଟ କି ଅଗଷ୍ଟ ୩ରେ ପରୀକ୍ଷା ପୁର୍ନନିର୍ଦ୍ଧାରଣ କରିବାକୁ ସମୟ ବଢାଇବାକୁ ଆବେଦନ ଠିକ୍ । ହେଲେ ଏତେ ଲମ୍ବା ସମୟ କାହିଁକି ଦରକାର ? ତୁମେ ପ୍ରକ୍ରିୟାରେ ବିଳମ୍ବ କରୁଛ ଏହା ଛାତ୍ରଙ୍କ ଉପରେ ଅତିରିକ୍ତ ଚାପ ପରି ହେବ । ଅଗଷ୍ଟ ୩ରେ ପରୀକ୍ଷା ପାଇଁ ସମୟ ଦେଉଛୁ । ଆଗକୁ କୌଣସି ସମୟ ଦିଆଯିବ ନାହିଁ ।'

ଏନ୍‌ବିଇ କହିଥିଲା,'' ଆମେ ଚାହୁଁନଥିଲୁ କି ପରୀକ୍ଷାରେ କୌଣସି ପ୍ରକାର ବୁଝାମଣା ହେଉ । ମୋଟ୍ ୨.୫ ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ୪୫୦ ପରୀକ୍ଷା କେନ୍ଦ୍ର ରହିଛି । ଗୋଟିଏ ସିପ୍ଟରେ ପରୀକ୍ଷା ଆୟେଜିତ କରିବାକୁ ଅତିକମ୍‌ରେ ୫୦୦ ପରୀକ୍ଷା କେନ୍ଦ୍ର ଦରକାର । ପରୀକ୍ଷା କେନ୍ଦ୍ର ଚିହ୍ନଟ, ସୁରକ୍ଷା ବ୍ୟବସ୍ଥା ଓ ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ର ଚୟନ କରିବାର ଅନୁମତି ଦେବାକୁ ସମୟ ଲାଗିବ ।''

ଗତ ୨ ତାରିଖରେ ନିଟ୍ ପିଜି ସ୍ଥଗିତ ରହିଥିଲା । ଏନ୍‌ବିଇଏମ୍‌ଏସ୍‌ ପକ୍ଷରୁ ପ୍ରସ୍ତାବିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୫ ତାରିଖରେ ଏହି ପରୀକ୍ଷା ହେବାର ଥିଲା । ଏ ନେଇ ୧୧ ତାରିଖରୁ ଆଡମିଟ୍‌ କାର୍ଡ ଜାରି କରାଯାଇଥାନ୍ତା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏନ୍‌ଇବି ପକ୍ଷରୁ ପରୀକ୍ଷା ସ୍ଥଗତି ନେଇ ପଦକ୍ଷେପ ନିଆଯାଇଥିଲା । ଗତ ମେ ୩୦ରେ ସୁପ୍ରିମକୋର୍ଟ ଗୋଟିଏ ସିପ୍ଟରେ ପରୀକ୍ଷା କରାଇବାକୁ ଏନ୍‌ବିଇକୁ ନିର୍ଦ୍ଦେଶ ଦେଇଥିଲେ । ଦରକାର ପଡିଲେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଇବାକୁ ବି କହିଥିଲେ । ୨ଟି ସିପ୍ଟରେ ପରୀକ୍ଷାକୁ ବିରୋଧ କରି କିଛି ଛାତ୍ରଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.