ଭୁବନେଶ୍ୱର,୦୩/୦୫: ଡାକ୍ତରୀ ନାମଲେଖା ପାଇଁ ରବିବାର ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ ଅନୁଷ୍ଠିତ ହେବ । ଅପରାହ୍ନ ସାଢ଼େ ୨ଟାରୁ ୫ଟା ଯାଏ ପରୀକ୍ଷା ହେବ । ଏଥିପାଇଁ ସାରା ଦେଶରେ ମୋଟ ୫୪୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଠାରେ ୨୨ ଲକ୍ଷ ୭୯ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଦେଶର ୫୫୧ଟି ସହର, ଦେଶ ବାହାରେ ୧୪ଟି ସହରରେ ପରୀକ୍ଷା ହେବ ।

ଏନ୍‌ଟିଏ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ପାଇଁ ୬୭୪ଜଣ ସିଟି ସଂଯୋଜକ ନିୟୋଜିତ ହୋଇଛନ୍ତି । ୬ ହଜାରରୁ ଅଧିକ ପର୍ଯ୍ୟବେକ୍ଷକ ପରୀକ୍ଷା କେନ୍ଦ୍ର ପାଇଁ ନିଯୁକ୍ତି ଦିଆଯାଇଛି । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୧ଟା ମଧ୍ୟରେ ପହଞ୍ଚି ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି । ପରୀକ୍ଷାକେନ୍ଦ୍ରର ମୁଖ୍ୟ ଫାଟକ ସାଢ଼େ ୧ଟାରେ ବନ୍ଦ ହେବ । ଏହା ପରେ କୌଣସି ଛାତ୍ରଛାତ୍ରୀଙ୍କୁ ପ୍ରବେଶି ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପରୀକ୍ଷାର୍ଥୀମାନେ ସ୍ୱଚ୍ଛତା ପାଣି ବୋତଲ ଆଣି ପାରିବେ । ପାଣିପାଗକୁ ଲକ୍ଷ୍ୟ ଛାତ୍ରଛାତ୍ରୀମାନେ ଆଗୁଆ ଆସିବା ବ୍ୟବସ୍ଥା କରିବେ । ପରୀକ୍ଷାର୍ଥୀମାନେ ସାଙ୍ଗରେ ଦୁଇଟି ପାସ୍ ଫଟୋ ସହ ନିଜର ପରିଚୟ ପତ୍ର ଆଣିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ :-  ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ମର୍ଡର ମିଷ୍ଟ୍ରି: ଦୁଇଦିନିଆ ରିମାଣ୍ଡରେ ଡ୍ରାଇଭର ଶୁଭମ ଓ ସହଯୋଗୀ, ବଣଗାଁରେ ପୁଣି ସିନ୍ ରିକ୍ରିଏସନ୍