ନୂଆଦିଲ୍ଲୀ,୯।୯: ନେପାଳରେ ସୋସିଆଲ ମିଡିଆରେ କଟକଣା ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ଭାରତ ସରକାର ସତର୍କ ହୋଇଛନ୍ତି। ନେପାଳରେ ବଢୁଥିବ ଅଶନ୍ତିରେ ଅତିକମ୍ରେ ୧୯ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭ୍ରଷ୍ଟାଚାର ବିରୋଧରେ ବହୁ ଦିନ ପର୍ଯ୍ୟନ୍ତ ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ଓ ବିବାଦୀୟ ସୋସିଆଳ ମିଡିଆ କଟକଣା ପରେ ଇସ୍ତଫା ଦେଇଛନ୍ତି। ପ୍ରବଳ ବିରୋଧ ଭିତରେ ବୈଦେଶିକ ମନ୍ତ୍ରଣାଳୟ (ଏମ୍ଇଏମ) କହିଛି ଭାରତୀୟ ନାଗରିକଙ୍କ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ନେପାଳ ଯାତ୍ରା ଘୁଞ୍ଚାଇ ଦିଆଯିବା ଦରକାର। ଯେଉଁ ଲୋକ ପୂର୍ବରୁ ଏହି ଦେଶରେ ଅଛନ୍ତି, ତାଙ୍କୁ ଘର ଭିତରେ ରହିବା ଓ ସଡକରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।
ବୟାନରେ କୁହାଯାଇଛି ଯେ, କାଠମାଣ୍ଡୁ ଓ ନେପାଳର ବହୁ ଅନ୍ୟ ସହରରେ ଅଧିକାରୀମାନେ କର୍ଫ୍ୟୁ ଲଗାଇ ଦେଇଛନ୍ତି। ନେପାଳରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଓ ନେପାଳୀ ଅଧିକାରୀଙ୍କ ନିର୍ଦ୍ଦେଶ ଓ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସହାୟତାର ଆବଶ୍ୟକତା ଥିବା ଭାରତୀୟ ନାଗରିକ ନିମ୍ନଲିଖିତ ହେଲପଲାଇନ୍ ନମ୍ବର +୯୭୭୯୮୦୮୬୦‘୮୮୧ ଓ +୯୭୭-୯୮୧୦୩୨୬୧୩୪ (ହ୍ବାଟସଆପ )ମାଧ୍ୟମରେ ଦୂତାବାସ ସହ ଯୋଗାଯୋଗ କରିପାରିବେ।
ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି, ଆମେ କାଲିଠାରୁ ନେପାଳରେ ହେଉଥିବ ଘଟଣାକ୍ରମ ଉପରେ ନଜର ରଖିଛି ଓ ବହୁ ଯୁବପୀଢିଙ୍କ ଜୀବନ ଯିବା ନେଇ ଖୁବ୍ ଦୁଃଖି ଅଛନ୍ତି। ଆମର ସମବେଦନା ଓ ପ୍ରାର୍ଥନା ମୃତକଙ୍କ ପରିବାର ସହ ରହିଛି। ଆମେ ଆହତଙ୍କୁ ଖୁବ୍ ଶୀଘ୍ର ସୁସ୍ଥ ହେବାର କାମନା କରୁଛୁ। ଜଣେ ଘନିଷ୍ଠ ମିତ୍ର ଓ ପଡୋଶୀ ଭାବରେ, ଆମେ ଆଶା କରୁଛୁ ଯେ, ସମ୍ବଦ୍ଧିତ ପକ୍ଷ ସଂଯମତା ରକ୍ଷା କରିବେ ଓ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା ମାଧ୍ୟମରେ ପ୍ରସଙ୍ଗର ସମାଧାନ କରିବେ।