ନୂଆଦିଲ୍ଲୀ,୧୦/୦୨: ୨୦୭୦ ସୁଦ୍ଧା ନେଟ୍‌ ଜିରୋ ନିର୍ଗମନ ଲକ୍ଷ୍ୟ । ଏଥିଲାଗି ଭାରତକୁ ଏହାର ଶକ୍ତି କ୍ଷେତ୍ରରେ ୧୪.୨୩ ଟ୍ରିଲିୟନ ଡଲାର ନିବେଶ ଲୋଡ଼ା । ଯେଉଁଥିରେ ମୋଟ୍‌ ଶକ୍ତି ଚାହିଦାରେ ଅକ୍ଷୟ ଶକ୍ତିର ଅଂଶ ୯୮% ରହିବ ବୋଲି ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ୍‌ ନୀତି ଆୟୋଗ କହିଛି । ବିକଶିତ ଭାରତ ଏବଂ ନେଟ୍‌ ଜିରୋ ସମ୍ପର୍କିତ ଏକ ରିପୋର୍ଟରେ ନୀତି ଆୟୋଗ କହିଛି ଯେ, ଦେଶର ବିକାଶ ଏବଂ ଜଳବାୟୁ ଲକ୍ଷ୍ୟ ବିଜୁଳି କ୍ଷେତ୍ର ଉପରେ ନିର୍ଭରଶୀଳ । ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୭୦ ସୁଦ୍ଧା ଦେଶ ନେଟ୍‌ ଜିରୋ ଲକ୍ଷ୍ୟ ରଖିଛି । ତେବେ ଏଭଳି ସ୍ଥିତିରେ ଶକ୍ତି କ୍ଷେତ୍ରର ଅଭିବୃଦ୍ଧି ଏବଂ ଗୁଣବତ୍ତା ମଧ୍ୟ ଜରୁରୀ । ସମାବେଶୀ ବିକାଶ ଲକ୍ଷ୍ୟକୁ ନଜରରେ ରଖି ଦେଶ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ । ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି, ଉତ୍ପାଦକତା ବୃଦ୍ଧି, ପରିବହନ, ଶିଳ୍ପ ଏବଂ ବିଲ୍ଡିଂରେ ଅଙ୍ଗାରକାମ୍ଳ ନିର୍ଗମନକୁ ବାଦ ଦେବାକୁ ହେବ ।

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶର ଅକ୍ଷୟ ଶକ୍ତି ସ୍ଥାପିତ କ୍ଷମତା ୨୫୮ ଗିଗାୱାଟ ରହିଛି । ଫଳରେ ଦେଶ ବିଶ୍ୱର ୪ର୍ଥ ବୃହତ ଅକ୍ଷୟ ଶକ୍ତି ବଜାର ଭାବେ ଉଭା ହୋଇଛି । ମାତ୍ର ବର୍ତ୍ତମାନ ଦ୍ରୁତ ସହରୀକରଣ ସହ ବିଜୁଳି ଶକ୍ତି ଚାହିଦା ଦ୍ରୁତ ହେଉଛି । ଭବିଷ୍ୟତ ଚାହିଦା ପୂରଣ ଲାଗି ବିଜୁଳି ଉତ୍ପାଦନ କ୍ଷମତା ବୃଦ୍ଧି, ଶକ୍ତି ସଂରକ୍ଷଣ, ସଂଚାରଣ ନେଟୱର୍କ, ଅତ୍ୟାଧୁନିକ ଗ୍ରୀଡ ପରିଚାଳନା ଏବଂ ନିରନ୍ତର ବିଜୁଳି ଯୋଗାଣ ଲାଗି ବିତରଣ କମ୍ପାନି ଗୁଡ଼ିର ଆର୍ôଥକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଉଲ୍ଳେଖ କରିଛି ନୀତି ଆୟୋଗ । ଏହି ଅବଧିରେ ମୁଣ୍ଡ ପିଛା ବଜୁଳି ଚାହିଦା ୧୪୦୦ କିଲୋୱାଟରୁ ୧୦ ହଜାର କିଲୋୱାଟ ଯାଏ ବୃଦ୍ଧି ହେବ ।

ଅଧିକ ପଢ଼ନ୍ତୁ-ଏପ୍ରିଲରୁ ନୂଆ ଆୟକର ନିୟମ: ୧୦ ଲକ୍ଷ ଯାଏ ନଗଦ କାରବାରରେ ଲୋଡ଼ା ପଡ଼ିବନି ପାନ୍​​​​​​​