ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ନେତ ପିଲା, ଭଲ ସ୍ଵାମୀ ପାଇବାକୁ ବଳି ପୂଜା କରନ୍ତି କୁନି କୁନି ଝିଅ

Published By : Rasmita Pradhan | October 7, 2024 1:15 PM

ପୁରୀ ୭/୧୦ : ସେବାୟତ ସମାଜର ଏକ ନିଆରା ପରମ୍ପରା । ଯାହା ବଳିପୂଜା ବା ଜହ୍ନି ଓଷା ନାମରେ ପରିଚିତ। କୁମାରୀ କନ୍ୟା ଭବିଷ୍ୟତରେ ଭଲ ସ୍ଵାମୀ ପାଇବା ନିମନ୍ତେ ଏହି ବ୍ରତ ପାଳନ କରିଥାନ୍ତି। ଆଶ୍ଵିନ ଶୁକ୍ଳ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ମାର୍କଣ୍ଡେଶ୍ୱର ପୁଷ୍କରିଣୀକୁ ଋଷିଗଣଙ୍କୁ ପୂଜା କରିବାକୁ ଯାଇଥାନ୍ତି। ସନ୍ଧ୍ୟାରେ ଜହ୍ନି ଫୁଲ ଓ ଫଳ ଆଦି ବଳିପୂଜା କରିସାରିବା ପରେ ଚନ୍ଦ୍ର ଦର୍ଶନ କରି ମହାପ୍ରସାଦ ଭୋଜନ କରି ବ୍ରତ ପାଳନ କରିଥାନ୍ତି।

ନେତପିଲା ପରମ୍ପରା :- 

"ବଳିରେ ବଳି ନ କର କଳି 

କାଲି ଆଣିଦେବି ସରୁ ଚକୁଳି 

ସରୁ ଚକୁଳି ଯେ ଉପରେ ଘିଅ 

ଧୂପ କଟି ଗଲେ ରଜାଙ୍କ ବୋହୁ 

ରଜାଙ୍କ ବୋହୁ ଯେ ବଡ଼ ବିନ୍ଧାଣୀ

ଟେକି ଧରିଥିଲେ ସପତ ଫେଣି 

ଅଇନ କଲେ କି ବଇନ କଲେ

ମୁଣ୍ଡ ପୋତି କରି ସ୍ନାହାନ କଲେ "

          ପ୍ରତିବର୍ଷ ଶାରଦୀୟ ଦୁର୍ଗା ପୂଜାର ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ରର ମାର୍କଣ୍ଡେଶ୍ୱର ପୁଷ୍କରିଣୀ କୂଳରେ ଟିକି ଟିକି ପିଲାଙ୍କ କଣ୍ଠରୁ ଶୁଣିବାକୁ ମିଳେ ଉକ୍ତ ଲୋକ ଗୀତ । ଆଶ୍ୱିନ ଶୁକ୍ଳ ପଞ୍ଚମୀ ଦିନଟିକୁ ନେତ ପଞ୍ଚମୀ ମଧ୍ୟ କୁହା ଯାଇଥାଏ। ତେବେ ଏହି ନେତ ପରମ୍ପରା ଦେଖିବାକୁ ମିଳିଥାଏ ମହାପ୍ରଭୁଙ୍କ ସେବାୟତ ଘରର ଛୋଟ ଛୋଟ ଝିଅଙ୍କ ମଧ୍ୟରେ । 

      ଝିଅଟି ଅଢେଇ / ପାଞ୍ଚ / ସାତ / ନଅ ବର୍ଷ ବୟସ ହେଲେ ନେତ ପିଲା ହୋଇପାରିଥାଏ। ଭାଦ୍ରବ ପୂର୍ଣ୍ଣିମାରୁ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିଥାନ୍ତି ଏହି ଝିଅମାନେ। ଏହି ୨୧ ଦିନ ମଧରେ ପ୍ରତିଦିନ ସନ୍ଧ୍ୟାରେ ଘରର ତୁଳସୀ ଚଉରା ମୂଳେ ବଳିପୂଜା କରିଥାନ୍ତି ଏହି କୁନି କୁନି ଝିଅମାନେ। ଏହି ସମୟରେ ଗୋଟିଏ ଗୁଆ ଓ ୭ଟି କଉଡ଼ିକୁ ଫରୁଆରେ ରଖି ଶିବ ରୂପେ ପୂଜା କରିଥାନ୍ତି। ପ୍ରତିଦିନ ମୁଣ୍ଡିଆ ମାରି ଦୁଇ ଆଞ୍ଜୁଳି ଫୁଲ ଧରି ପୁଷ୍ପାଞ୍ଜଳି ଦିଅନ୍ତି । 

   ଆଶ୍ୱିନ ଶୁକ୍ଳ ପଞ୍ଚମୀରୁ ଅଷ୍ଟମୀ ପର୍ଯ୍ୟନ୍ତ ଏହି କୁନି କୁନି ଝିଅ ନେତ ହୋଇଥାନ୍ତି । ପାରମ୍ପରିକ ବେଶରେ ସଜ୍ଜିତ ହୁଅନ୍ତି । ପାଟ ଲୁଗାକୁ କଛା ମାରି ପିନ୍ଧନ୍ତି ଓ ବିଭନ୍ନ ପାରମ୍ପରିକ ଅଳଙ୍କାର ପରିଧାନ କରିଥାନ୍ତି। ହାତରେ ଏକ ରୂପାର କରାଟ ରେ ହଲଦୀଗୁଣ୍ଡ, କଉଡ଼ି , ବଳି ପୂଜା ନିମନ୍ତେ ଗୁଆ ରଖି ଥାନ୍ତି ଏବଂ ଆଉ ଏକ ଟୋକାଇରେ ଜହ୍ନି, କମଳା, କାକୁଡ଼ି, ନଡ଼ିଆ, ପଇତା, ହଳଦୀ ଆଦି ନେଇ ଘରର ମୁରବି ଶ୍ରେଣୀ ବ୍ୟକ୍ତି ଯଥା ଆଈ/ପିଉସୀଙ୍କ ସହ ମାର୍କଣ୍ଡେଶ୍ୱର ପୁଷ୍କରିଣୀ ନିକଟକୁ ଯାଇଥାଆନ୍ତି। ସେଠାରେ ବାଲୁକା ନିର୍ମିତ ଶିବଲିଙ୍ଗ କରି ହରଗୌରୀଙ୍କୁ ଉପସନା କରିଥାନ୍ତି।  

ନେତ ପିଲା ପରିଧାନ କରୁଥିବା ଅଳଙ୍କାର ମାନ : - 

ମସ୍ତକ -  ଅଳକା , କେତକିରେଖା ପାନପତ୍ର , ଦକ୍ଷିଣ ପଟେ ଧାରେ ଜହ୍ନ ପରି ରାଗିଡି , ବାମ ପଟେ ପୂର୍ଣ୍ଣଚନ୍ଦ୍ର , ବେଣୀ ନିମନ୍ତେ ସୁନା କାକରା , ବେଣୀର ଅଗ୍ର ଭାଗରେ ରୂପା ର ଫୁଲି । 

କାନ - କାନଫୁଲ ପେଣ୍ଡି , ମଲକଢ଼ି , ବାଉଳି , ଫିରିଫିରା , ଫାସିଆ 

ନାକ - ବାମ ପଟେ ନୋଥ , ଦକ୍ଷିଣ ପଟେ ଗୁଣା ଏବଂ ମଝିରେ ଦଣ୍ଡି 

ବେକ - ଚାପସରି , ସୋରିଷିଆ ମାଳି , ଧାନୁଆ ମାଳି , ଗିନି ମାଳି , ଡଙ୍ଗୀ ମାଳି , କୁରୁଜାତକ , ଚାପୁଆଣି ମାଳ , ମଉଡ଼ ମାଳି 

ବାହୁ : ବଳା , କାଠି ଡେଉଁରିଆ , ସୁନା ରସୁଣିଆ , ତାଡ଼ , ବାଜୁ ବନ୍ଧ 

ଅଣ୍ଟା - ଅଣ୍ଟା ମାଳ , ପାଉଁଜି ବିଛା , ଚନ୍ଦ୍ର ହାର 

ଗୋଡ଼ - ଗୋଡ଼ ମୁଦି , ଶିକୁଳି ଲଗା ପାଦପଦ୍ମ , ପାଉଁଜି , ବେଙ୍ଗ ପାଟିଆ ଘାଗୁଡି , ମଗର ମୁଣ୍ଡିଆ ଗୋଡ଼ଖଡୁ , ପାହୁଡ଼ , ଜାଲି, ବାଙ୍କି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.