କଟକ,୨୩/୦୧; ପଦ ଗ୍ରହଣ କରିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକରେ ଅନୁଷ୍ଠିତ ପରିକ୍ରମା ଦିବସରେ ସାମିଲ ହୋଇଛନ୍ତି । ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ଉପରାଷ୍ଟ୍ରପତି । ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ନେତାଜୀ । ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ନିଶ୍ୱାସ ନେଉଛି ବୋଲି ଅଭିଭାଷଣରେ କହିଛନ୍ତି ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ।

ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ''ଓଡ଼ିଶା ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ । ଓଡ଼ିଶାର ପୁରୀରେ ପ୍ରଭୁ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଓ ଓଡ଼ିଶୀ ନୃତ୍ୟ ଓଡ଼ିଶାର ଗର୍ବ-ଗୌରବ ଏବଂ ପରିଚୟ । ନେତାଜୀ ସୁଭାସ ଚନ୍ଦ୍ର ବୋଷ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବଳିଦାନର କୌଣସି ମାପ ନାହିଁ । ତାଙ୍କ ହୃଦୟରେ ଅଦ୍ଭୂତ ଉତ୍ସାହ ଥିଲା । ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି । ଆମେ ଆଜି ସ୍ୱାଧୀନତାକୁ ଉପଭୋଗ କରୁଛି ନେତାଜୀଙ୍କ ବଳିଦାନ ପାଇଁ । ସମସ୍ତେ ସ୍ୱାଧୀନତା କଥା ଭାବୁଥିଲେ ହେଲେ ନେତଜୀ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ କି ସ୍ୱାଧୀନତା ପରେ କଣ କରାଯିବ ସେ କଥା ଭାବୁଥିଲେ  ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଗେଇବା ଉଚିତ ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ । ଏହି ପଦକ୍ଷେପ ପ୍ରତିଟି ଓଡ଼ିଆ ଏବଂ ଦେଶକୁ ପ୍ରେରଣା ଦେବ । ''

ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀରେ ନେତାଜୀ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍‌ଘାଟନ କରିଛନ୍ତି ଉପରାଷ୍ଟ୍ରପତି । ପରିକ୍ରମା ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାହୁ କମ୍ଭମପାଟି, ଉଚ୍ଚଶିକ୍ଷା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବିଧାୟିକା ସୋଫିଆ ଫିରଦୋସ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସକାଳ ପ୍ରାୟ ୯ଟାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ପ୍ରଥମ ଓଡ଼ିଶାରେ ପହଞ୍ଚିଥିଲେ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହା ପରେ କଟକ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ନେତାଜୀ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ ।