ନୂଆଦିଲ୍ଲୀ,୧୬।୩: ଇରାନ ଆକ୍ରମଣରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଛି। ଏହି ସବୁ ଚର୍ଚ୍ଚାରେ ଭିତରେ ନିକଟରେ ନେତାନ୍ୟାହୁଙ୍କ ଏକ ନୂଆ ଭିଡିଓ ସାମନାକୁ ଆସିଥିଲା।ଇରାନ ଆକ୍ରମଣରେ ମୃତ୍ୟୁ ଖବରକୁ ଖଣ୍ଡନ କରି ନେତାନ୍ୟାହୁ ଯେଉଁ ନୂଆ ଭିଡିଓ ସେୟାର କରିଥିଲେ, ତାହା ଏବେ ଫେକ୍ ଓ ଏଆଇ ଜେନେରେଟେଡ୍ ବୋଲି କୁହାଯାଉଛି। ସେଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ‘ଏଆଇ ଗ୍ରୋକ୍’ ଏହାକୁ ଡିପଫେକ୍ ଭିଡିଓ ବୋଲି କହିଛି। ବହୁ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଭିଡିଓରେ କିଛି ଭୁଲ ହୋଇଥିବାର ଦାବି କରିଛନ୍ତି।ଏହା ପୂର୍ବରୁ ସୋସିଆଲ ମିଡିଆରେ ଗତ ଏକ ସପ୍ତାହ ହେବ ନେତନ୍ୟାହୁଙ୍କୁ ସାର୍ବଜନୀନ ରୂପରେ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ବଢିଯାଇଥିଲା। ରବିବାର ନେତାନ୍ୟାହୁ ନିଜ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଥିଲେ। ସେ ‘ଏକ୍ସ’ରେ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ କଫି ପିଇବା ସହ କହୁଛନ୍ତି, ‘ବହୁତ ବଢିଆ,ଧନ୍ୟବାଦ।’
୬ ଆଙ୍ଗୁଳି ଭିଡିଓକୁ ନେଇ ବିବାଦ
ଭିଡିଓରେ ଦେଖାଯାଉଛି କ୍ୟାମେରା ପଛରେ ଥିବା ବ୍ୟକ୍ତି ତାଙ୍କୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମ ରିପୋର୍ଟ ବିଷୟରେ ପଚାରନ୍ତି। ନେତାନ୍ୟାହୁ ହସି ହସି ମଜାଳିଆ ଭାବରେ ଉତ୍ତର ଦିଅନ୍ତି, ‘ଲୋକେ କହୁଛନ୍ତି ବିବି (ନେତାନ୍ୟାହୁଙ୍କ ଡାକନାମ) ମରିଯାଇଛନ୍ତି। କ'ଣ ଆପଣବି ସମାନ କଥା ପଚାରୁଛନ୍ତି କି? ଭିଡିଓଟି ସାମ୍ନାକୁ ଆସିବା ପରେ, ତାଙ୍କ ବଞ୍ଚିବା ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିବା ବେଳେ, କିଛି ସୋସିଆଲ ମିଡିଆ ୟୁଜର ଦାବି କରିବା ଆରମ୍ଭ କରିଛନ୍ତି ଯେ ଭିଡିଓଟି ରିଏଲ ନୁହେଁ । ଏହା AI ଦ୍ୱାରା ସୃଷ୍ଟି ହୋଇଥିବା ଏକ ‘ଡିପ୍ ଫେକ୍‘ ଭିଡିଓ ହୋଇପାରେ।
ଭିଡିଓରେ ନେତାନ୍ୟାହୁ ହସି ହସି ଉତ୍ତର ଦେଉଛନ୍ତି ‘ମୁଁ ତ କଫି ପାଇଁ ମରୁଛି’। ଆପଣ ଜାଣନ୍ତି କି ? ମୁଁ ନିଜ ଲୋକଙ୍କ ପାଇଁ ପାଗଳ। ଯଦି ଆପଣ ଆଙ୍ଗୁଳି ଗଣିବାକୁ ଚାହାନ୍ତି,ତେବେ ଦେଖିପାରିବେ। ବାମ ହାତ ଉଠାଇବା ପରେ ଡାହଣ ହାତ ଦେଖାଇ କହିଥିଲେ,ଆପଣ ଦେଖିଲେ !ଯେଉଁ ଖବରରେ ମୋର ମୃତ୍ୟୁ ନେଇ ଚର୍ଚ୍ଚା ହେଉଥିଲା, ଏହି ଭିଡିଓ ସେହି ଖବର ଉପରେ ବ୍ୟଙ୍ଗ ଭଳି ଲାଗିପାରେ। ଭିଡିଓରେ ତାଙ୍କ ବାମ ହାତରେ ୬ ଅଙ୍ଗୁଳି ଦେଖାଯାଇଥିଲା। ଯେପରି ଏଥିରେ କିଛି ଏଡିଟିଂ କରାଯାଇଛି। ୬ ଅଙ୍ଗୁଳି ଭିଡିଓ ପରେ ଏହି ନୂଆ ଭିଡିଓ ସେୟାର କରିଛନ୍ତି।
אומרים שאני מה? צפו >> pic.twitter.com/ijHPkM3ZHZ
— Benjamin Netanyahu - בנימין נתניהו (@netanyahu) March 15, 2026
‘ଗ୍ରୋକ୍’ କହିଲା ‘ଡିପ୍ ଫେକ୍’
ଯଦିଓ ଏହି ନୂଆ ଭିଡିଓ ଆସିଛି। ତେବେ ଏହାକୁ ନେଇ ବି ବିବାଦ ସୃଷ୍ଟି ହୋଇଛି। ‘ଗ୍ରୋକ୍’ ଏହାକୁ ଏକ ‘ଡିପ୍ ଫେକ୍’ ବୋଲି କହିଛି। ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ, ଗ୍ରୋକ୍ ଲେଖିଛି ଯେ, ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏହି ଭିଡିଓଟି AI ବ୍ୟବହାର କରି ତିଆରି କରାଯାଇଛି। ‘ଗ୍ରୋକ୍’ ଅନୁସାରେ, ଏପରି କୌଣସି ପ୍ରକୃତ ଘଟଣା କୌଣସି ସ୍ଥାନରେ ରିପୋର୍ଟ କରାଯାଇ ନାହିଁ, ଏବଂ ମୂଳ ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହା ଉନ୍ନତ AI ଟେକ୍ନୋଲୋଜି ବ୍ୟବହାର କରି ତିଆରି କରାଯାଇଛି।
ସୋସିଆଲ ମିଡିଆରେ ଅନେକ ୟୁଜର ମଧ୍ୟ ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର ଭିଡିଓର ଏକ କ୍ଲୋଜ୍ ଅପ୍ ସେୟାର କରି ଲେଖିଛନ୍ତି, କପରେ ଥିବା କଫି ମାଧ୍ୟାକର୍ଷଣ ବିରୁଦ୍ଧରେ ସ୍ଥିର ରହିବା ଏବଂ ପଛରେ ଜଣେ ଗ୍ରାହକ ଏକ ମାସ୍କ ପିନ୍ଧି ଠିଆ ହୋଇଥିବା ସନ୍ଦେହ ସୃଷ୍ଟି କରୁଛି। ଅନ୍ୟ ଜଣେ ୟୁଜର ଉଲ୍ଲେଖ କରିଛନ୍ତି,ଭିଡିଓରେ ନେତାନ୍ୟାହୁଙ୍କ ମୁହଁ ମଧ୍ୟ ଆକାର ପରିବର୍ତ୍ତନ ହେଉଥିବା ଦେଖାଯାଉଛି। ତାଙ୍କ ଅନୁସାରେ, ଯେତେବେଳେ ସେ କଫିକୁ ଦେଖନ୍ତି, ତାଙ୍କ ମୁହଁ ପ୍ରଥମେ ଗୋଲ ଦେଖାଯାଏ ଏବଂ ତା'ପରେ ଅଣ୍ଡାକାର ହୋଇଯାଏ। ଅନ୍ୟପକ୍ଷେ ଭାରତରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେନ୍ ଆଜାର କହିଛନ୍ତି, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଜୀବିତ ଅଛନ୍ତି। ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟିଛି। କାଫେର ଭିଡିଓ ହେଉଛି ଅସଲି, ଏଥିରେ କୌଣସି ଏଆଇ ନାହିଁ। ନିକଟରେ ଇସ୍ରାଏଲ ଯାତ୍ରା କରିଥିଲି। ସେଠାରେ ଦେଖିଥିଲି ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଓ ସକ୍ରିୟ ଅଛନ୍ତି।
ଆହୁରି ପଢନ୍ତୁ : ଦୁବାଇ ଏୟାରପୋର୍ଟରେ ଡ୍ରୋନ୍ ଆଟାକ୍: ଫୁଏଲ୍ ଟାଙ୍କିରେ ଭୟଙ୍କର ନିଆଁ, ବିମାନ ଚଳାଚଳ ବନ୍ଦ