ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଦୀର୍ଘ ଦିନରୁ ନେଟୱାର୍କ ସେବା ଅଚଳ, ରାସ୍ତା ରୋକ ସହ ଆନ୍ଦୋଳନ ଚେତାବନୀ ଦେଲେ ତଳ ଦଣ୍ଡିକିଆ ପଞ୍ଚାୟତବାସୀ

Published By : Gurupada Nath | July 3, 2025 7:28 PM

ଫିରିଙ୍ଗିଆ, ୩/୭ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ନେଟୱାର୍କ ସେବାରୁ ଲୋକେ ବଞ୍ଚିତ ରହିଛନ୍ତି l ବ୍ଲକର ଅନେକ ଗାଁରେ ଆଜି ପର୍ଯ୍ୟନ୍ତ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ବିତିଥିଲେ ବି କାର୍ଯ୍ୟ କ୍ଷମ ହେଉ ନ ଥିବାବେଳେ ଯେଉଁଠି ନିର୍ମାଣ ପରେ କାର୍ଯ୍ୟକ୍ଷମ ହୋଇଛି ତାହା ମଧ୍ୟ ଠିକ ଭାବରେ ଚାଲୁନଥିବାବେଳେ ଅଧିକାଂଶ ସମୟରେ ନେଟୱାର୍କ ସେବା ରହୁନଥିବାରୁ ଅଧିକାଂଶ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବାରୁ ଲୋକେ ସେବାରୁ ବଞ୍ଚିତ ହେଉଥିବାବେଳେ ଜରୁରୀ ସମସ୍ୟା ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ସେବା ଆମ୍ବୁଲାନ୍ସ କି ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି l ତେବେ ତଳ ଦଣ୍ଡିକିଆ ପଞ୍ଚାୟତ ନିକଟରେ ନିର୍ମାଣ ଧୀନ ବିଏସଏନଏଲ ଟାୱାର କିଛି ଦିନ କାର୍ଯ୍ୟକ୍ଷମ ପରେ ବାରମ୍ବାର ଅଚଳ ହୋଇ ପଡ଼ି ରହୁଛି । ଏବେ ଦୀର୍ଘ ଦିନରୁ ପ୍ରାୟ ୨ ମାସ ହେବ ନେଟୱାର୍କ ସେବା ଅଚଳ ପରେ ବାରମ୍ବାର ଅଞ୍ଚଳବାସୀ ବିଭାଗୀୟ କର୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ବିଭାଗ କୌଣସି କଥା ନ ଶୁଣିବାରୁ ସ୍ଥାନୀୟ ସରପଞ୍ଚ ନିଜେ ଆଲୋଚନା କରି ଅଭିଯୋଗ କରିଥିଲେ ।

ତଥାପି ବିଭାଗୀୟ ଅଧିକାରୀ କୌଣସି ଗୁରୁତ୍ୱ ଦେଇନଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଦୀର୍ଘ ଦିନ ଧରି କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ତଳଦଣ୍ଡିକିଆ ପଞ୍ଚାୟତ ସରପଞ୍ଚ ଶଙ୍କର ପ୍ରଧାନଙ୍କୁ ଅଞ୍ଚଳବାସୀ ଡାକି ଏକ ବୈଠକ କରିବା ସହ ଆନ୍ଦୋଳନ ସହ ବନ୍ଧଗଡ଼ କସମ ଛକଠାରେ ରାଜରାସ୍ତା ଅବରୋଧ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ଫିରିଙ୍ଗିଆ ଥାନାରେ ଉତ୍ୟକ୍ତ ଅଞ୍ଚଳବାସୀଙ୍କ ତରଫରୁ ସରପଞ୍ଚଙ୍କ ଜରିଆରେ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି l ଆଗାମୀ ୪ ତାରିଖ ଶୁକ୍ରବାର ସକାଳ ୭ଟା ଠାରୁ ନେଟୱାର୍କ ସେବା ଲାଗିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ରାସ୍ତା ରୋକ କରାଯିବା ନେଇ ଅଞ୍ଚଳବାସୀ ଲିଖିତ ଭାବେ ଜଣାଇଛନ୍ତି l ବାରମ୍ବାର ଅଭିଯୋଗକୁ ବିଭାଗ କୌଣସି ଗୁରୁତ୍ୱ ଦେଉ ନ ଥିବା ଜଣାଇ ସରପଞ୍ଚ ଶଙ୍କର ପ୍ରଧାନ ଓ ଗ୍ରାମର ୫0ରୁ ଅଧିକ ଅଞ୍ଚଳବାସୀ ଫିରିଙ୍ଗିଆ ଥାନାକୁ ଯାଇ ନେଟୱାର୍କ ସମସ୍ୟା ବିଷୟରେ ଅବଗତ କରିବା ସହ ରାସ୍ତା ରୋକ ଓ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ତେବେ ଏହି ଘଟଣାରେ ସରପଞ୍ଚ ଶଙ୍କର ପ୍ରଧାନ ଅଭିଯୋଗକୁ କେହି ଗୁରୁତ୍ୱ ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ ଗୋପୀନାଥ ପ୍ରଧାନ ପଚାରିବାରୁ ଶନିବାର ପର୍ଯ୍ୟାପ୍ତ ଟାଇମ୍ ଦେଇଛନ୍ତି ନ ହେଲେ ସୋମବାର ରାସ୍ତା ରୋକ କରିବେ ବୋଲି ପ୍ରକାଶ କରିଛନ୍ତି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.