ନୂଆଦିଲ୍ଲୀ,୧୧/୦୨; ଧିରି ନିଅନ୍ତୁ ଆପଣଙ୍କ ଆଧାର କାର୍ଡରେ କିଛି ସମସ୍ୟା ଅଛି । ସେଥିରେ ନାମ କିମ୍ବା ଜନ୍ମ ତାରିଖରେ ତ୍ରୁଟି ରହିଛି । ଆପଣ ତାହାକୁ ବଦଳାଇବାକୁ ଚାହୁଁଛନ୍ତି । ଆଉ ଜନସେବା କେନ୍ଦ୍ରରେ ଲମ୍ବା ଲାଇନ୍ ଲାଗିଛି । ଆପଣ ନିଜ ନମ୍ବରକୁ ଅପେକ୍ଷା କରି ବ୍ୟସ୍ତି ବିବ୍ରତ ହୋଇପଡିଛନ୍ତି । ଏବେ ଆଉ ସେହି ସମସ୍ୟା ରହିବ ନାହିଁ । ଚୁଟକିରେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । କାରଣ ଲଞ୍ଚ ହୋଇଛି ଆଧାର ଆପ୍ । ଆଧାର ୨.୦, ଡିଜିଟାଲ ପରିଚୟର ନୂଆ ଯୁଗ ବୋଲି କହିଛନ୍ତି ସରକାର ।

ଅନଲାଇନ୍ ଠକେଇରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ଏକ ନୂଆ ଆଧାର ମୋବାଇଲ୍ ଆପ୍ ଲଞ୍ଚ କରିଛି । ନକଲି ୱେବସାଇଟ୍, ଫିସିଂ କଲ୍ ଏବଂ ଓଟିପି ଠକେଇ ମାମଲା ବୃଦ୍ଧି ପାଉଥିବାରୁ, ଏହି ଆପ୍ ବ୍ୟବହାରକାରୀଙ୍କୁ ସେମାନଙ୍କର ଆଧାର ସୂଚନା ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି । ଏହି ନୂଆ ଆପ୍ ପୁରୁଣା mAadhaar ଆପ୍କୁ ବଦଳାଇଛି । ଏହା ଏକ କ୍ଲିନ ଡିଜାଇନ୍ ଏବଂ ସହଜ ନେଭିଗେସନ୍ ସହିତ ଉପଲବ୍ଧ । ଏହା Android ଏବଂ iOS ଉଭୟ ସ୍ମାର୍ଟଫୋନ୍‌ରେ କାମ କରିବ । ଏହାକୁ ଦ୍ରୁତ ଏବଂ ଅଧିକ ବ୍ୟବହାରକାରୀ-ଅନୁକୂଳ କରିବା ପାଇଁ ଡିଜାଇନ୍ କରାଯାଇଛି ।

​​​​​​​ଆଧାର ଆପରେ ନୂଆ କ'ଣ ଅଛି ? ସରକାରୀ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରିବା ପରେ , ଉପଭୋକ୍ତା ସେମାନଙ୍କର ଆଧାର ନମ୍ବର ଏବଂ ସେମାନଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ପଠାଯାଇଥିବା ଏକ OTP ବ୍ୟବହାର କରି ଲଗ୍ ଇନ୍ କରିପାରିବେ । ଏହି ଆପ୍ ଫେସ୍ ପ୍ରମାଣୀକରଣ, ଫିଙ୍ଗରପ୍ରିଣ୍ଟ ଲଗଇନ୍ ଏବଂ ସୁରକ୍ଷିତ ପିନ୍ ଆକ୍ସେସ୍ ମାଗିବ । ଲଗ୍ ଇନ୍ କରିବା ପରେ, ଆଧାର ବିବରଣୀ, ନାମ, ଫଟୋ ଏବଂ ଠିକଣା ସମେତ, ବାରମ୍ବାର ସେମାନଙ୍କର ବିବରଣୀ ପ୍ରବେଶ ନକରି ଦେଖିପାରିବେ । ଏହି ଆପ୍ ଡିଭାଇସରେ ସୂଚନା ସୁରକ୍ଷିତ ଭାବରେ ସଂରକ୍ଷଣ କରେ, ଯାହା ଦ୍ଵାରା ବାରମ୍ବାର ଯାଞ୍ଚର ଆବଶ୍ୟକତା ହ୍ରାସ ପାଇବ ।

ଏହା ବି ପଢନ୍ତୁ...ଆଧାର କାର୍ଡ ହଜିଯାଇଛି କି ? ୨ ମିିନିଟ୍‌ରେ ଏହି ଆପ୍‌ରେ ଡାଉନ୍ଲୋଡ କରନ୍ତୁ ନୂଆ, ବିନା ଡକ୍ୟୁମେଣ୍ଟରେ ହୋଇଯିବ କାମ

​​​​​​​​​​​​​​ନିଜ ଫୋନରେ ନୂଆ ଆଧାର ଆପ୍ ଡାଉନଲୋଡ କରି ନିଜର କାମ କରିପାରିବେ । ଶିକ୍ଷା, ବ୍ୟାଙ୍କିଙ୍କ ଏବଂ ସରକାରୀ ଲାଭରେ ଆଧାରର ଆବଶ୍ୟକତା ରହିଛି । ଏଣିକି ସେବା କେନ୍ଦ୍ରରେ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଆଧାରରେ ମେବାଇଲ ନମ୍ବାର ଲିଙ୍ଗ କରିବାର ଥିଲେ ଘରେ ବସି କରିପାରିବ । ଠିକଣା, ଇମେଲ ଆଇଡି ବଦଳାଇବାର ଥିଲେ ବି ଅତି ସହଜରେ କରିପାରିବେ । ହାର୍ଡ କପି ନଥିଲେ ବି କିଛି ଅସୁବିଧା ନାହିଁ । ଏହାକୁ ଦେଖାଇ ଦେଲେ ଚଳିବ । ଡାଟାକୁ ସୁରକ୍ଷିତ କରିବା, ଫଟୋ କପି ସମସ୍ୟାରେ ସୁଧାର ଆଣିବାକୁ, ମିସୟୁଜ, ଡାଟାର ଅପବ୍ୟବହାର ରୋକିବାକୁ ଏହି ପକ୍ଷକ୍ଷେପ ନିଆ ଯାଇଛି । ନୂଆ ଆଧାର ଆପ୍ ଭାରତୀୟ ନାଗରିକଙ୍କ ପାଇଁ ଡିଜିଟାଲ ପରିଚୟକୁ ସୁରକ୍ଷିତ ଏବଂ ସହଜ କରିବା ଲକ୍ଷ୍ୟ ରଖିଛି ।