ଭୁବନେଶ୍ବର, ୨୯/୧୧: ରାଜଧାନୀରେ ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ପରିତ୍ୟକ୍ତ ଅବସ୍ଥାରେ ଆଚାର୍ଯ୍ୟ ବିହାର ସ୍ଥିତ ଆର୍‌ଟିଓ-୧ ଅଫିସ ସମ୍ମୁଖରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁକୁ ସହିଦନଗର ଥାନା ପୋଲିସକୁ ହସ୍ତାନ୍ତର କରି ଦିଆଯାଇଛି । 

ସୂଚନା ମୁତାବକ, ରାଜଧାନୀରେ ଅଲୋଡ଼ା ହେଲା ଶିଶୁକନ୍ୟା । ଶୁକ୍ରବାର ଆଚାର୍ଯ୍ୟ ବିହାର ସ୍ଥିତ ଆର୍‌ଟିଓ-୧ ଅଫିସ ସମ୍ମୁଖରେ ଏକ ଶିଶୁକନ୍ୟା ପରିତ୍ୟକ୍ତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ସହିଦନଗର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁ କନ୍ୟାକୁ ଏଠାରେ ଛାଡି ଯାଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।