ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବଲାଙ୍ଗିରରେ ପୁଣି ଶିଶୁ ବିକ୍ରି: ନବଜାତକକୁ ମଧ୍ୟସ୍ଥି ଜରିଆରେ ୨୦ ହଜାରରେ ବିକିଥିବା ଅଭିଯୋଗ

Published By : Prameya | April 10, 2025 9:03 AM

ବଲାଙ୍ଗିର,୧୦/୦୪: ଲାଠୋର ଶିଶୁବିକ୍ରି ଘଟଣାକୁ ୬ମାସ ନ ପୂରୁଣୁ ବଲାଙ୍ଗିରରେ ଏହାର ପୁନରାବୃତ୍ତି ଘଟିଛି । ସ୍ଥାନୀୟ ମାଲପଡ଼ା ଅଞ୍ଚଳର ଏକ  ଭଡ଼ାଘରେ ରହୁଥିବା ଜଣେ ମହିଳା ନବଜାତ ଶିଶୁପୁତ୍ରକୁ ୨୦ ହଜାର ଟଙ୍କାରେ  ବିକ୍ରି କରିଥିବା ଅଭିଯୋଗ ହୋଇଛି । ଅଭାବ ଅନଟନ ଯୋଗୁଁ ଲାଳନପାଳନ କରି ନ ପାରି ମଧ୍ୟସ୍ଥି ଜରିଆରେ ଟିଟିଲାଗଡ଼ର ଜଣକୁ ବେଆଇନ ଭାବେ ଶିଶୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଘଟଣା ସାମ୍ନାକୁ  ଆସିବା ପରେ ଅତିରିକ୍ତ  ଜିଲ୍ଲାପାଳ ପବିତ୍ର ବେହେରା, ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଟାଉନ୍‌ ଥାନା ପୁଲିସ୍‌, ଶିଶୁ  ମଙ୍ଗଳ ସମିତି ଏବଂ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତା ତଦନ୍ତ ଆରମ୍ଭ କରିଛନ୍ତି ।  

ମହିଳାଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ ଟିଟିଲାଗଡ଼ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି । ମହିଳା ଜଣକ କୌଣସି ସରକାରୀ ଯୋଜନାରେ ସାମିଲ ନାହାନ୍ତି ଓ ଦାରିଦ୍ର‌୍ୟ କାରଣରୁ ସେ ଏପରି କରିଥିବା ଅଭିଯୋଗ ହୋଇଛି । 

ମହିଳାଙ୍କର ସ୍ୱାମୀ ନାହାନ୍ତି । ଦୀର୍ଘମାସ ହେଲା  ସେ ମାଳପଡ଼ା ଅଞ୍ଚଳରେ ଘର ଭଡ଼ା ନେଇ  ରହୁଛନ୍ତି । ଗତ ୬ତାରିଖରେ ସେ ଘରେ ଏକ  ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରସବ ପରବର୍ତ୍ତୀ  ସମୟରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ବଲାଙ୍ଗିର  ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ  ଭର୍ତ୍ତି ହୋଇଥିଲେ । ବୁଧବାର ଶିଶୁ ନିଖୋଜ ଥିଲା ।  ତାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା ।  

ସିଡବ୍ଲ୍ୟୁସି କର୍ମକର୍ତ୍ତାମାନେ ପ୍ରସୂତିଙ୍କୁ  ପଚରାଉଚରା କରିଥିଲେ । ପ୍ରଥମରୁ ସେ ଏହାକୁ  ଅସ୍ୱୀକାର କରିଥିଲେ । ହେଲେ ବୁଝାସୁଝା କରିବା ପରେ ସେ ସତ ସ୍ୱୀକାର କରିଥିଲେ । ଶିଶିପୁତ୍ରକୁ  ଟିଟିଲାଗଡ଼ ସହର ହାଇସ୍କୁଲ ପଡ଼ିଆ ଅଞ୍ଚଳର  କୁନି ପଶାୟତଙ୍କୁ ଦେଇଥିବା ମାନିଥିଲେ । ଏଥିପାଇଁ  ୨୦ ହଜାରରେ କଥା ଛିଣ୍ଡିଥିଲା । ଶିଶୁପୁତ୍ରକୁ  ନେଇଥିବା ମହିଳାଜଣକ ଅଳ୍ପ କିଛି ଟଙ୍କା  ଦେଇଥିବା ପ୍ରସୂତି କହିଛନ୍ତି । ମହିଳାଙ୍କଠୁ ସମ୍ପୃକ୍ତ  ଦଲାଲଙ୍କ ନାମ, ଠିକଣା ଏବଂ ମୋବାଇଲ ନମ୍ବର  ନେଇ ଶିଶୁକୁ ଉଦ୍ଧାର ପାଇଁ ପୁଲିସ୍‌ ଟିଟିଲାଗଡ଼  ଯାଇଛି । କେଉଁ ଉଦ୍ଦେଶ୍ୟରେ ଶିଶୁ ହସ୍ତାନ୍ତର  ହେଲା, ଅସଲରେ କିଏ ନେଲା, କେତେ ଟଙ୍କା  ଦେଣନେଣ ହୋଇଛି, ମହିଳାଜଣକ ସରକାରୀ  ସୁବିଧା ପାଇଛନ୍ତି କି ନାହିଁ ଏସବୁର ତଦନ୍ତ  ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । 

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ  ଲାଠୋର ଅଞ୍ଚଳରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ  ଜରିଆରେ ଏକ ନବଜାତକଙ୍କୁ ବିକ୍ରି କରାଯାଇଥିଲା ।  ପରିବାରରେ ଅଭାବ ଅନଟନ ଯୋଗୁଁ ଶିଶୁର  ଲାଳନପାଳନରେ ଅସମର୍ଥ ପରିବାର ଜଣେ  ଔଷଧ ଦୋକାନୀଙ୍କ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର  ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଜଣାପଡ଼ିଥିଲା ।  ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.