ଭୁବନେଶ୍ୱର, ୮/୧ :  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କ୍ୟାମ୍ପସ୍‌ର ବିଏଚ୍‌୭ ଛାତ୍ର ନିବାସ ଡାଇନିଙ୍ଗ୍‌ ରୁମ୍‌ରେ ସୋଡେକ୍ସୋ ଫୁଡ୍‌ ସର୍ଭିସେସ୍‌ ଆଣ୍ଡ ଫ୍ୟାସଲିଟି ମ୍ୟାନେଜମେଂଟ ଦ୍ୱାରା ଏକ ନୂତନ କ୍ୟାଂଟିନ୍‌ ବୁଧବାର ଉଦ୍‌ଘାଟିତ ହୋଇଛି । 

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଟିଇଆର କମ୍ପ୍ୟୁଟର ସାଇନସ୍‌ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ଦେବାହୁତି ମିଶ୍ର ଯୋଗ ଦେଇଥିଲେ । ସେହିପରି  ସୋଡେକ୍ସୋ କମ୍ପାନୀର ନିର୍ଦ୍ଦେଶକ ମନ୍‌ଜିତ୍‌ ସିଂ ଅହଲାୱାତ ଯୋଗଦେଇ କହିଥିଲେ ଯେ, ଏଠାକାର ଉତ୍ତମ ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବା ତାଙ୍କୁ ଅତ୍ୟନ୍ତ ଆନନ୍ଦଦାୟକ ଲାଗୁଛି । ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟକର, ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ଅହଲାୱାତ କହିଥିଲେ ।

ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ଏଠାରେ ଇଣ୍ଡିଆନ୍‌ ଓ ଚାଇନିଜ ପରି ବିଭିନ୍ନ ପ୍ରକାର ଖାଦ୍ୟ ପରିବେଷଣ କରାଯିବ ବୋଲି ସେ କହିଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଆଇଟିଇଆରର ଟ୍ରିପଲ୍‌ ଇ’ ର ଆସୋସିଏଟ୍‌ ପ୍ରଫେସର ଡକ୍ଟର ରଞ୍ଜନ କୁମାର ମଲ୍ଲିକ୍‌ ଏବଂ ସୋଡେକ୍ସୋ କମ୍ପାନୀ ପକ୍ଷରୁ ଶ୍ରୀ ଯୁବରାଜ ଆୱେଟ୍‌ ପ୍ରମୁଖ ଉପସ୍ଥିତ ଥିଲେ ।