ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଚୀନ୍‌ରେ ମୁଣ୍ଡ ଟେକିଲାଣି ନୂଆ ଭାଇରସ୍‌; ମଣିଷଠୁ ପାଦେ ଦୂରରେ ‘ଏଚ୍‌କେୟୁ୫-କୋଭ୍‌-୨’ ଭୂତାଣୁ

Published By : Prameya | June 7, 2025 2:55 PM

ନୂଆଦିଲ୍ଲୀ ୦୭/୦୬: କରୋନା ପରେ ଚୀନ୍‌ରେ ଏକ ନୂଆ ଭାଇରସ୍‌  ମିଳିଛି । ଆମେରିକୀୟ ବୈଜ୍ଞାନିକମାନେ ଚେତାବନୀ  ଦେଇଛନ୍ତି, ଏଚ୍‌କେୟୁ୫-କୋଭ୍‌-୨ ନାମକ ଏହି  ଭାଇରସ୍‌ ମଣିଷକୁ ସଂକ୍ରମିତ କରିପାରେ । ଏବେ  ବାଦୁଡ଼ିଙ୍କଠାରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି ।  କିନ୍ତୁ ଛୋଟ ମ୍ୟୁଟେସନ୍‌ (ପରିବର୍ତ୍ତନ) ପରେ ଏହା  ମଣିଷ ମଧ୍ୟରେ ବ୍ୟାପିଯିବ । ମର୍ସ (ମିଡିଲ ଇଷ୍ଟ୍‌  ରେସ୍ପରେଟୋରୀ ସିଣ୍ଡ୍ରୋମ୍‌) ସହ ଏହି ଭାଇରସ୍‌ର  ସାମଞ୍ଜସ୍ୟ ରହିଛି ।  

ଚୀନ୍‌ର ଦକ୍ଷିଣ ଓ ପୂର୍ବ କ୍ଷେତ୍ରରେ ସର୍ବପ୍ରଥମେ  ଏହି ଭାଇରସ୍‌କୁ ବାଦୁଡ଼ିଠାରେ ଚିହ୍ନଟ କରାଯାଇଥିଲା ।  ଏହାକୁ ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର  ଗବେଷକମାନେ ଆବିଷ୍କାର କରିଥିଲେ । ଏହି ଲାବ୍‌ରୁ  କୋଭିଡ୍‌-୧୯ ଭାଇରସ୍‌ ବ୍ୟାପିଥିବାର ଆଶଙ୍କା  କରାଯାଏ । ଏସିଆ, ସିଙ୍ଗାପୁର, ହଂକଂ, ଚୀନ୍‌,  ଥାଇଲାଣ୍ଡ ଓ ଭାରତରେ କରୋନା ଭାଇରସ୍‌ ମାମଲା  ଦ୍ରୁତ ବଢୁଥିବାବେଳେ ଏହି ଖବର ଚିନ୍ତା ବଢ଼ାଇଛି।  କେବଳ ଭାରତରେ ସକ୍ରିୟ କରୋନା ରୋଗୀଙ୍କ  ସଂଖ୍ୟା ୫ ହଜାରରୁ ଅଧିକ ।  

ଏଚ୍‌କେୟୁ୫-କୋଭ୍‌-୨ ଭାଇରସ୍‌ ମର୍ବେକୋ  ଭାଇରସ୍‌ ସମୂହର ଅଂଶ । ଏଥିରେ ମିଡିଲ ଇଷ୍ଟ୍‌  ରେସ୍ପିରେରେଟୋରୀ ସିଣ୍ଡ୍ରୋମ (ମର୍ସ-କୋଭ୍‌) ଭଳି  ଘାତକ ଭାଇରସ୍‌ ରହିଛି । ମର୍ସ-କୋଭ୍‌ ମୁଖ୍ୟତଃ  ବାଦୁଡ଼ିଙ୍କଠାରେ ଦେଖିବାକୁ ମିଳେ । ଏହା ଓଟଙ୍କ  ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପେ । ଓଟକୁ  ଏହାର ସଂରକ୍ଷକ (ଯେଉଁଠି ନିଷ୍କ୍ରିୟ ଭାଇରସ୍‌  ରହନ୍ତି) କୁହାଯାଏ । ମର୍ସ ପ୍ରଥମ ଥର ୨୦୧୨ରେ  ସାଉଦି ଆରବରେ ସାମ୍ନାକୁ ଆସିଥିଲା । 

ମର୍ସର ମୃତ୍ୟୁ  ହାର ହାରାହାରି ୩୪ ପ୍ରତିଶତ ଅଧିକ । ଅର୍ଥାତ୍‌  ତିନି ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ  ମୃତ୍ୟୁ ହୁଏ । ୱାଶିଂଟନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର  ଗବେଷକମାନେ ଏଚ୍‌କେ୫ ଭାଇରସ୍‌ର ଅଧ୍ୟୟନ  କରିଥିଲେ । ନେଚର୍‌ କମ୍ୟୁନିକେସନ୍‌ସ ପତ୍ରିକାରେ  ଏହାର ଫଳ ପ୍ରକାଶ ପାଇଛି । ବୈଜ୍ଞାନିକମାନେ  ଜାଣିବାକୁ ପାଇଲେ, ଏଚ୍‌କେୟୁ୫-କୋଭ୍‌-୨ର ଏକ ପ୍ରକାର ‘ଲାଇନେଜ୍‌ ୨’ ପୂର୍ବରୁ ହିଁ ମଣିଷ କୋଷିକାକୁ  ସଂକ୍ରମିତ କରିବାରେ ସକ୍ଷମ । ଭାଇରସ୍‌ର ସ୍ପାଇକ୍‌  ପ୍ରୋଟିନ୍‌ରେ ଏକ ଛୋଟ ପରିବର୍ତ୍ତନ ତାକୁ ମାନବ  ଏସିଇ୨ କୋଷିକାଗୁଡ଼ିକ ସହ ଯୋଡ଼ିବାରେ ସକ୍ଷମ  କରିପାରେ, ଯାହା ଲୋକଙ୍କ ଗଳା, ମୁହଁ ଓ ନାକରେ  ମିଳନ୍ତି।

ଏଚ୍‌କେୟୁ୫-କୋଭ୍‌-୨ ଏବେ କେବଳ  ବାଦୁଡ଼ିଙ୍କ ମଧ୍ୟରେ ବ୍ୟାପୁଛି । ମଣିଷଙ୍କ ମଧ୍ୟରେ  ଏହା ବ୍ୟାପିବାର କୌଣସି ପ୍ରମାଣ ନାହିଁ । ତେବେ,  ବିଶେଷଜ୍ଞଙ୍କର ଭୟ ଯେ ଚୀନ୍‌ରେ ବେପରୁଆ  ବନ୍ୟଜୀବ ବ୍ୟବସାୟ ଯୋଗୁ ଏହାର ପ୍ରସାର ବିପଦ  ବଢ଼ିଛି । ବୈଜ୍ଞାନିକମାନେ ସ୍ୟୁଡୋଭାଇରସ୍‌ (ନକଲି  ଭାଇରସ୍‌) ପ୍ରସ୍ତୁତ କରି ପ୍ରୟୋଗ କଲେ, ଯେଉଁଥିରେ  ଏଚ୍‌କେୟୁ୫ର ସ୍ପାଇକ୍‌ ପ୍ରୋଟିନ୍‌ ଉପଯୋଗ  କରାଗଲା । ଏଥିରୁ ଜଣାପଡ଼ିଲା, ଭାଇରସ୍‌ ବାଦୁଡ଼ିଙ୍କ  କୋଷିକାଗୁଡ଼ିକୁ ସହଜରେ ସଂକ୍ରମିତ କରେ ଏବଂ  ସ୍ୱତନ୍ତ୍ର ମ୍ୟୁଟେସନ୍‌ ହେଲେ ମାନବ କୋଷିକାରେ ମଧ୍ୟ  ପ୍ରବେଶ କରିପାରେ । ଏଥିପାଇଁ ବାଦୁଡ଼ି ଓ ମଣିଷ  ମଧ୍ୟରେ କେବଳ ଏକ ମ୍ୟୁଟେସନ୍‌ ହିଁ ଆବଶ୍ୟକ ।  

ଯଦି ଏହି ଭାଇରସ୍‌ ବାଦୁଡ଼ିଙ୍କଠୁ କୌଣସି  ଅନ୍ୟ ଜନ୍ତୁ ଯଥା-ମାଙ୍କଡ଼ କିମ୍ବା ସିଭେଟ୍‌ ପର୍ଯ୍ୟନ୍ତ  ପହଞ୍ଚିଯାଏ, ତେବେ ଏଥିରେ ମ୍ୟୁଟେସନ୍‌ ହେବ।  ଏହା ପରେ ଭାଇରସ୍‌ ମଣିଷକୁ ସଂକ୍ରମିତ କରିବାରେ  ସକ୍ଷମ ହୋଇଯିବ । ବିଶେଷଜ୍ଞମାନେ ଚୀନ୍‌ ବଜାରରୁ  ମଧ୍ୟ ଏହି ଭାଇରସ୍‌ ମଣିଷଙ୍କ ମଧ୍ୟରେ ବ୍ୟାପିବାର  ଆଶଙ୍କା ବ୍ୟକ୍ତ କରିଛନ୍ତି । କାରଣ ସେଠାରେ ଜନ୍ତୁଙ୍କୁ  ଖୋଲା ଓ ଅତି ଖରାପ ସ୍ଥିତିରେ ରଖାଯାଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.