ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଜଳୁଛି ଲସ ଏଞ୍ଜେଲେସ, ୩୧ ହଜାର ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

Published By : Anindita | January 23, 2025 9:47 AM

ନୂଆଦିଲ୍ଲୀ,୨୩/୦୧:  ଜଳୁଛି ଲସ ଏଞ୍ଜେଲେସ। ଲସ ଏଞ୍ଜେଲେସ ଉତ୍ତରରେ ଥିବା କାଷ୍ଟିକ ହ୍ରଦ ନିକଟର ଆଉ ଏକ ଜାଗାରେ ଲାଗିଛି ନିଆଁ। ଫଳରେ ହଜାର ହଜାର ଲୋକଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ୁଛି । ଏହି ଅଗ୍ନିକାଣ୍ଡର କିଛି ଘଣ୍ଟା ମଧ୍ୟରେ ୮ ହଜାର ଏକରରୁ ଅଧିକ ଚାଷଜମି ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଏହି ଅଗ୍ନିକାଣ୍ଡ ସାନ୍ତା କ୍ଲୋରିଟାର କାଷ୍ଟିକ ହ୍ରଦ ନିକଟରେ ହୋଇଛି। ଏହି କାରଣରୁ ୩୧ ହଜାର ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଘଟଣାସ୍ଥଳରେ କାଲିଫର୍ନିଆ ଅଗ୍ନିଶମ ବିଭାଗ ଏବଂ ଏଞ୍ଜେଲେସ ନ୍ୟାସନାଲ ଫରେଷ୍ଟ କର୍ମଚାରୀମାନେ ଏହି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଜଙ୍ଗଲରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ଘରୁ ବାହାରିବା ପାଇଁ ଜରୁରୀକାଳୀନ ସତର୍କ ସୂଚନା ପାଇଥିଲେ। ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ମୁଁ କେବଳ ପ୍ରାର୍ଥନା କରୁଛି ଯେ ଆମ ଘର ଜଳୁ ନାହିଁ। ସେହିପରି  ପ୍ରାୟ ୫୦୦ କଏଦୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲସ୍ ଏଞ୍ଜେଲେସ କାଉଣ୍ଟି ସରିଫ୍ କହିଛନ୍ତି ଯେ, ସ୍ଥିତି ଆହୁରି ଖରାପ ହେଲେ ୪,୬୦୦ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି। ଅଗ୍ନିଶମ ବିଭାଗର କହିବାନୁସାରେ, ପ୍ରବଳ ପବନ ଯୋଗୁଁ ହେଲିକପ୍ଟର ଉଡ଼ାଣ ପ୍ରଭାବିତ ହୋଇପାରେ । ନିଆଁ ଭେଣ୍ଟୁରା କାଉଣ୍ଟିରେ ବ୍ୟାପିପାରେ ବୋଲି ଆଶଙ୍କା ରହିଛି। ମନୁଷ୍ୟ କାର୍ଯ୍ୟକଳାପ ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେଉଛି । ଭୂତଳ ଇନ୍ଧନ ଜାଳିବା ଦ୍ୱାରା  ସାରା ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ପାଉଛି। ଯାହା ଦ୍ବାରା ଦକ୍ଷିଣ କାଲିଫର୍ନିଆ ପରି ଅଞ୍ଚଳରେ ନିଆଁ ବୃଦ୍ଧି ପାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.