ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଳ୍ପନା ଛକରେ ତିଆରି ହେବ ନୂଆ ଫ୍ଲାଏଓଭର, ଫରଚ୍ୟୁନ୍‌ ହୋଟେଲ ପାଖରୁ ରବି ଟକିଜ୍‌କୁ ଯୋଡ଼ିବ

Published By : Rasmita Pradhan | February 19, 2025 9:00 AM

ଭୁବନେଶ୍ୱର,୧୯/୦୨ : କଳ୍ପନା ଛକରେ ତିଆରି ହେବ ନୂଆ ଫ୍ଲାଏଓଭର । ରବି ଟକିଜ୍‌ ପାଖ ଯାଏ ଏହା ଲମ୍ବିବ । ବିପରୀତ ଦିଗରେ ପୁରୁଣା ଷ୍ଟେସନ ବଜାର ଆଡ଼କୁ ମୁହାଁଇ କିଛି ଆଗରେ ଓହ୍ଲାଇବ । ପ୍ରସ୍ତାବିତ ଫ୍ଲାଏଓଭରଟି କଳ୍ପନା ଛକ ମଝିରେ ଏକ ଗୋଲାକାର ଆକୃତିର ରହିବ । ଏବେ ଥିବା ପୁରୁଣା ଛକର ଚେହେରା ପୂରା ବଦଳିବ । ଫ୍ଲାଏଓଭର ତଳ ଛକ(କଳ୍ପନା ଫାୟାର ଷ୍ଟେସନ ସାମ୍ନା)ରେ ମଧ୍ୟ ଉପର ଫ୍ଲାଏଓଭର ଭଳି ଏକ ବଡ଼ ଗୋଲେଇ ରହିବ । ଫ୍ଲାଏଓଭର ଉପରେ ହେଉ ବା ତଳ ରାସ୍ତା, ରାଜମହଲରୁ ରବି ଟକିଜ୍‌ ଯିବାକୁ ହେଲେ ଗୋଲେଇରେ ଘେରାଏ ମାରି ଯିବାକୁ ପଡ଼ିବ । କଟକ ରୋଡ୍‌ ଆଡୁ ରାଜମହଲକୁ ଆସିବାକୁ ହେଲେ ବି ସମାନ ଢଙ୍ଗରେ ଗୋଲେଇରେ ବୁଲି ରାଜମହଲ ଆଡକୁ ମୁହାଁଇବାକୁ ହେବ । ପ୍ରସ୍ତାବିତ ଯୋଜନା ଅନୁସାରେ, ରାଜମହଲ ଓଭରବ୍ରିଜ୍‌ ଯେଉଁଠି ସରିଛି ତାର କିଛି ଆଗରେ ଏକ ରେଳ ଓଭରବ୍ରିଜ୍‌ ଅଛି । ସେଠାରୁ କିଛି ବାଟ ଆଗକୁ ଗଲେ ରାସ୍ତାର ଡାହାଣ ପାଶ୍ୱର୍ରେ ଫରଚ୍ୟୁନ୍‌ ହାଟେଲ ଅଛି । ଫ୍ଲାଏଓଭର ଏହିଠାରୁ ଆରମ୍ଭ ହେବ । ଏଠାରୁ ଉପରକୁ ଉଠି କଳ୍ପନା ଛକ ଆଡ଼କୁ ଯିବ । କଳ୍ପନା ଛକରେ ଥିବା ଫାୟାର ଷ୍ଟେସନ ପାଖରେ ଏହାର ଡେଣା ଦୁଇ ପଟକୁ ମେଲିବ । ଗୋଟିଏ ପାର୍ଶ୍ୱ ରସୁଲଗଡ଼ ଆଡ଼କୁ ଓ ଅନ୍ୟଟି ମ୍ୟୁଜିୟମ୍‌ ଛକ ଉପର ଦେଇ ରବି ଟକିଜ୍‌ ଆଡ଼କୁ ଯିବ । 

ପ୍ରସ୍ତାବିତ ଫ୍ଲାଏଓଭର କଳ୍ପନା ଛକ ଉପରେ ଗୋଲ୍‌ ଆକୃତିର ରହିବ । ରସୁଲଗଡ଼ ଆଡ଼କୁ ଯାଉଥିବା ଫ୍ଲାଏଓଭର’ର ରୁଟ୍‌ ପୁରୁଣା ଷ୍ଟେସନ ବଜାର ଛକ ଆଗରେ ଥିବା ମନ୍ଦିରକୁ ଟପି ତାର କିଛି ଦୂରରେ ସରିବ । ସେପଟେ କଳ୍ପନା ଛକରୁ ମ୍ୟୁଜିୟମ୍‌ ଛକ ଉପର ଦେଇ ଯାଇଥିବା ଫ୍ଲାଏଓଭରର ବିପରୀତ ରୁଟ୍‌ ରବି ଟକିଜ୍‌ ପାଖ ଯାଏ ଲମ୍ବିବ । ଏହି ଫ୍ଲାଏଓଭର ରବି ଟକିଜ୍‌ ଛକର କିଛି ଆଗରୁ ଓହ୍ଲାଇ ମୁଖ୍ୟ ରାସ୍ତାରେ ମିଶିଯିବ । ରବି ଟକିଜ୍‌ ଛକରେ ଯେଭଳି ଭିଡ଼ ନ ହେବ ସେଥିପାଇଁ ଛକକୁ ଭାଙ୍ଗି ପ୍ରଶସ୍ତ କରାଯିବ । ରବି ଟକିଜ୍‌ ଛକରୁ ସାନିଟାରିୟମ୍‌ ରାସ୍ତାକୁ ଚଉଡ଼ା କରିବାକୁ ମଧ୍ୟ ପୂର୍ତ୍ତ ବିଭାଗ ଯୋଜନା କରିଛି । କଳ୍ପନା ଛକ, ମ୍ୟୁଜିୟମ୍‌ ଛକ, ଭଞ୍ଜକଳା ମଣ୍ଡପ ଛକ, ଲୁଇସ୍‌ ରୋଡ୍‌ ଛକ ଓ ରବି ଟକିଜ୍‌ ଛକକୁ ପ୍ରଶସ୍ତ କରିବା ସହ ଏହାକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯିବ । ଏହି ପୂରା ପ୍ରକଳ୍ପରେ ଗୋଟିଏ ଫ୍ଲାଏଓଭର ସମେତ ଗୋଟିଏ ରେଳ ଓଭରବ୍ରିଜ୍‌(ଆର୍‌ଓବି) ମଧ୍ୟ ଅଛି । ମାଉସୀ ମା’ ମନ୍ଦିରରୁ ଶିଶୁଭବନ ମୋଟ ୩ କିମି ଅଞ୍ଚଳକୁ ନୂଆ ରେଳ ଓଭରବ୍ରିଜ୍‌ରେ ଯୋଡ଼ିବାକୁ ଯୋଜନା ହୋଇଛି । 

ଏବେ ଯେଉଁ ରେଳ ଓଭରବ୍ରିଜ୍‌ ରହିଛି ତାହା ବହୁତ ପୁରୁଣା ଓ ପ୍ରଶସ୍ତ ନାହିଁ । ଏଠାରେ ପ୍ରତିଦିନ ଅସମ୍ଭାଳ ଭିଡ଼ ହେଉଛି । ଏଥିପାଇଁ ଆଉ ଏକ ଓଭରବ୍ରିଜ୍‌ ହେବ । ମାଉସୀ ମା’ମନ୍ଦିର ପାଚେରୀକୁ ଲାଗିଥିବା ଅଞ୍ଚଳ ଏଏସ୍‌ଆଇ ସଂରକ୍ଷିତ ଅଞ୍ଚଳରେ ଆସୁଛି । ଏହା ପାଖକୁ ଲାଗି ଓଭରବ୍ରିଜ୍‌ କରିବାକୁ ଏଏସ୍‌ଆଇ ଅନୁମତି ଦେବନି । ଏଥିପାଇଁ ବିପରୀତ ପାର୍ଶ୍ୱ ବା ରଥ ରୋଡ୍‌କୁ ଯାଇଥିବା ରାସ୍ତା ପାଖ ଦେଇ ନୂଆ ରେଳ ଓଭରବ୍ରିଜ୍‌ ହେବ । ଏହା ଶିଶୁଭବନ ହସ୍ପିଟାଲ କୋଠା ଉପରେ ଯାଇ ଶିଶୁଭବନ ଛକରେ ଓହ୍ଲାଇବ । ଏହି ରେଳ ଓଭରବ୍ରିଜ୍‌ର ଗୋଟିଏ ଶାଖା ଶିଶୁଭବନ ଛକରୁ ଆରମ୍ଭ ହୋଇ ରଥ ରୋଡ୍‌ ଆଡ଼କୁ ଯିବ । ରଥ ରୋଡ୍‌ର କିଛି ଆଗରେ ଏହା ତଳକୁ ଓହ୍ଲାଇବ । ଫଳରେ ଶିଶୁଭବନରୁ ରଥରୋଡ୍‌କୁ ଯିବା ବା ରଥରୋଡ୍‌ରୁ ଶିଶୁଭବନ ଆଡ଼କୁ ଆସିବାକୁ ସୁବିଧା ହୋଇଯିବ । ଏହି ଓଭରବ୍ରିଜ୍‌ର ଆଉ ଏକ ଶାଖା ମାଉସୀ ମା’ ମନ୍ଦିର ଛକରେ ଓହ୍ଲାଇବ । ଏବେ ମାଉସୀ ମା’ ଛକ ଅବ୍ୟବସ୍ଥିତ ହୋଇରହିଛି । ଏହାର ଚାରିପାଖରୁ ଦୋକାନ ହଟାଇ ଏହାକୁ ଏକ ବଡ଼ ଗୋଲେଇ ଛକ କରାଯିବ । ଫଳରେ ଟ୍ରାଫିକ୍‌ ଭିଡ଼ ହେବନି ଓ ସବୁ ପଟରୁ ଯା’ଆସ କରିବା ସୁବିଧାଜନକ ହେବ । 

ଏହି ନୂଆ ରେଳ ଓଭରବ୍ରିଜ୍‌ ସହିତ ୩ଲେନ୍‌ ବିଶିଷ୍ଟ ଆପ୍ରୋଚ୍‌ ରୋଡ୍‌ ହେବ । ସର୍ଭିସ୍‌ ରୋଡ୍‌ ବି ରହିବ । ଏହି ପ୍ରକଳ୍ପରେ ଶିଶୁଭବନ ଛକ, ମାଉସୀ ମା’ ମନ୍ଦିର ଛକ ସମେତ ୫ଟି ଛକକୁ ଭାଙ୍ଗି ନୂଆ କରି ତିଆରି କରାଯିବ । ପୂରା ପ୍ରକଳ୍ପ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିଛି । କେବଳ କଳ୍ପନା ଫ୍ଲାଏଓଭର ପାଇଁ ୪୨୮ କୋଟି ଟଙ୍କା ଖର୍ଚ୍ଚ ହେବ । ଡି-କନ୍‌ଜେସନ୍‌ ପ୍ଲାନ୍‌ ବା ରାଜଧାନୀର ଟ୍ରାଫିକ୍‌ ଭିଡ଼ କମାଇବା ଯୋଜନା ଭିତରେ ଏହି ଦୁଇଟି ପ୍ରକଳ୍ପକୁ ରଖାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ସମୀକ୍ଷା କରିବା ସହ ଏହାର ଡିପିଆର୍‌ ପ୍ରସ୍ତୁତି ପାଇଁ ପୂର୍ତ୍ତ ବିଭାଗକୁ କହି ସାରିଛନ୍ତି । ଚଳିତବର୍ଷର ବଜେଟ୍‌ରେ ମଧ୍ୟ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏହି ଫ୍ଲାଏଓଭର ଏବଂ ଓଭରବ୍ରିଜ୍‌ ହେଲେ କଟକ ରୋଡ୍‌-କଳ୍ପନା-ରବି ଟକିଜ୍‌ ଛକ ସମେତ ମାଉସୀ ମା’ ଛକରେ ହେଉଥିବା ଅସମ୍ଭାଳ ଟ୍ରାଫିକ୍‌ ଭିଡ଼ କମିବ ବୋଲି ଆଶା କରାଯାଉଛି ।

ଏହି ଖବରଟିକୁ ପଢନ୍ତୁ-କିଟ୍ ଛାତ୍ରୀ ମୃତ୍ୟୁ ମାମଲା : ପୋଷ୍ଟମୋର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.