ପ୍ରମୂଖ ଖବର
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା,
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ଓଏଏସ ସଂଘ
  • ||

ଆବାସ ପାଇଁ ହେବ ନୂଆ ସର୍ଭେ, ଆସିବ ନୂଆ ଗାଇଡଲାଇନ୍

Published By : Anindita Ratha | November 27, 2024 9:14 AM

ଭୁବନେଶ୍ୱର,୨୭/୧୧: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନେଇ ବଡ ଘୋଷଣା ।  ଖୁବଶୀଘ୍ର ହେବ ନୂଆ ସର୍ଭେ । ଯୋଗ୍ୟ ପରିବାରଙ୍କୁ ମିଳିବ  ଘର  । ତେବେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ  ସାମିଲ  କରାଯିବା ସହ ଅଯୋଗ୍ୟ ହିତାଧିକାରୀଙ୍କ କଟାଯିବ ନାମ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ନୂଆ ସର୍ଭେ ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିବା ବେଳେ ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ୍‌ ନମ୍ବର ସଂଯୋଗ ରହିବ । ନିଜେ ଆବେଦନକାରୀ ବିଭାଗର ଆପ୍‌ରେ ଆବେଦନ କରିପାରିବେ ।

ତେବେ ଏଥିରେ ଏମିତି ବ୍ୟବସ୍ଥା ରଖାଯାଉଛି, ଭାଗ ହୋଇଥିବା ପରିବାର ଯୋଗ୍ୟ ହୋଇଥିଲେ, ସେମାନଙ୍କୁ ପୃଥକ୍‌ ପୃଥକ୍‌ ଘର ମିଳିପାରିବ । ସେହିପରି ବିକଳାଙ୍ଗ, ବିଧବାଙ୍କୁ ଘର ଦିଆଯିବ । ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ, ସେଠାରେ ଗାଁ ଭଳି କ୍ଲଷ୍ଟର କରାଯାଇ ଘର ବଣ୍ଟନ କରାଯିବ । ଏହି ତାଲିକା ପ୍ରସ୍ତୁତି ପାଇଁ ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ । ୨ ଦିନ ଭିତରେ ବ୍ଲକ, ପଞ୍ଚାୟତରେ ନୂଆ ଗାଇଡଲାଇନ ପହଞ୍ଚିଯିବ । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୧ ଲକ୍ଷ ୧୧ ହଜାର ୮୧୮ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଆବେଦନକାରୀ ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ୧୫ ହଜାରରୁ ଅଧିକ ନ ହେବା ଜରୁରୀ । 

ଗାଇଡଲାଇନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମଞ୍ଜୁର ହେଉଥିବା ଗୃହ ନିର୍ମାଣ ଅର୍ଥ ରାଶି ୧ ଲକ୍ଷ ୨୦ ହଜାର ଟଙ୍କା । ଗତ ୫ ବର୍ଷରେ ରାଜ୍ୟକୁ ପିଏମ ଆବାସ (ଗ୍ରାମୀଣ) ରେ ୧୨ ଲକ୍ଷ ୬୨୧ଟି ଗୃହର ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତ ହୋଇଛି । ଏଥିରୁ ୧୧ ଲକ୍ଷ ୭୬ ହଜାର ୫୩ଟି ଘର ମଞ୍ଜୁର ହୋଇଥିବାବେଳେ ୭ଲକ୍ଷ ୪୩ ହଜାର ୩୨୧ଟି ଘର ନିର୍ମାଣ କାମ ଶେଷ ହୋଇଛି । ୪ ଲକ୍ଷ ୩୨ ହଜାର ୭୩୨ଟି ଘର ନିର୍ମାଣାଧୀନ ଅଛି । ବାତ୍ୟା ଦାନାରେ ୧୩ ହଜାର ୧୩୫ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି । ଏହି ପରିବାରମାନଙ୍କ ଘରକୁ ସରଜମିନ ତଦନ୍ତ କରାଯାଇ ନୂଆ ସର୍ଭେ ସମୟରେ ଯୋଗ୍ୟ ପରିବାରଙ୍କୁ ତାଲିକାଭୁକ୍ତ କରାଯିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.