ପ୍ରମୂଖ ଖବର
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଏଥର ବରଗଡ ଧନୁଯାତ୍ରାରେ ନୂଆ କଂସ, ହୃଷିକେଶ ଭୋଇଙ୍କୁ ବାଦ୍ ଦେଲା କମିଟି…

Published By : Ladu Kishor | November 22, 2024 7:02 PM

ବରଗଡ ୨୨/୧୧ ବଦଳିବେ ବରଗଡ ଧନୁଯାତ୍ରାର କଂସ । ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା ଆରମ୍ଭ ହେବ । କଂସ ଭୂମିକାରେ ଏଥର ଜଣେ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ । ନୂଆ କଳାକାରଙ୍କୁ ଚୟନ ପାଇଁ ନିଷ୍ପତ୍ତି ହୋଇଛି । ଧନୁଯାତ୍ରା ମହୋତ୍ସବ ସମିତି ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ କଂସ ଭୂମିକାର ଅଭିନୟ କରୁଥିବା କାଳାକାର ହୃଷିକେଶ ଭୋଇଙ୍କୁ ଏଥିରୁ ବାଦ ଦିଆଯାଇଛି । କିଛିଦିନ ଦିନ ତଳେ ହୃଷିକେଶ ଭୋଇ ଏକ ବିବାଦରେ ଛନ୍ଦି ହୋଇ ପଡିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି ଚଳାଉଥିବା ବେଳେ ଜଣେ ରୋଗୀଙ୍କ ଠାରୁ ଲାଞ୍ଚ ନେଇ ବିବାଦ ଘେରକୁ ଆସିଥିଲେ । ଆଉ ଏହା ପରେ ସିଡିଏମଓ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ସମ୍ଭବତଃ ଧନୁଯାତ୍ରାର ଛବି ମଳିନ ହେବା ଆଶଙ୍କା କରି ଧନୁଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଥିବା ଆଶଙ୍କା କରାଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.