ପାରାଦୀପ, ୨୭/୦୩: ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରି ଚାଲିଛି । ପାରାଦୀପ ବନ୍ଦର ପ୍ରାଧିକରଣ ଗୋଟିଏ ଦିନରେ ସର୍ବାଧିକ ୫୦ଟି ତାପଜ କୋଇଲା ରେଳ ରେକ୍ ବା ବଗି ଖଲାସ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ବନ୍ଦର ସଫଳତାର ସହ ୨୫ ତାରିଖରେ ୫୦ଟି ରେକ୍ ଅନ୍ଲୋଡ୍ କରିଥିଲା । ଯେଉଁଥିରେ ୪୩ଟି ବି.ଓ.ବି.ଆର୍.ଏନ୍ (ବଗି ଓପନ୍ ବଟମ୍ ରାପିଡ୍ ଡିସ୍ଚାର୍ଜ) ଏବଂ ୭ଟି ବିଓଏକ୍ସଏନ (ବଗି ଓପନ୍ ହୋଇସାଇଡେଡ୍) ରେକ୍ ଅନ୍ତର୍ଭୁକ୍ତ ଥିଲା । ଏହି ସଫଳତା ବନ୍ଦରର ଦକ୍ଷତା, ସୁଗମ ସମନ୍ୱୟ ଏବଂ ଦୃଢ଼ ଭିତ୍ତିଭୂମି ଲକ୍ଷ୍ୟକୁ ପ୍ରତିଫଳିତ କରିଛି, ଯାହା କଠିନ ସମୟସୀମା ମଧ୍ୟରେ ଉଚ୍ଚ-ମାର୍ଗର ପଣ୍ୟ ପରିଚାଳନାକୁ ସକ୍ଷମ କରିଥାଏ । ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ ବନ୍ଦର ଟିମ୍ର ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରଶଂସା କରିଛନ୍ତି ।