ପ୍ରମୂଖ ଖବର
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ବଦଳିଲା ବିମାନରେ ହ୍ୟାଣ୍ଡବ୍ୟାଗ ନିୟମ, ସର୍ବାଧିକ ଓଜନ ୭କେଜି

Published By : Ankita S | December 25, 2024 9:59 AM

ନୂଆଦିଲ୍ଲୀ,୨୫/୧୨ : ବିମାନଯାତ୍ରୀଙ୍କ ପାଇଁ ଜରୁରୀ ଖବର । ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି (ବିସିଏଏସ) ହ୍ୟାଣ୍ଡ ବ୍ୟାଗେଜ ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁସାରେ ଜଣେ ଯାତ୍ରୀ କ୍ୟାବିନରେ କେବଳ ଗୋଟିଏ ବ୍ୟାଗ ସାଙ୍ଗରେ ନେଇପାରିବେ । ବ୍ୟାଗର ଓଜନ ୭ କିଲୋରୁ ଅଧିକ ହେବ ନାହିଁ । ଗୋଟିଏ ବ୍ୟାଗରୁ ଅଧିକ ଥିଲେ ତାହାକୁ ଅନୁମିତ ମିଳିବ ନାହିଁ । ଚେକ୍ଇନ କରି ବ୍ୟାଗଗୁଡିକୁ ନେବାକୁ ପଡିବ । ଯେଉଁମାନେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ସେମାନେ ଏହି ନିୟମ ମାନିବାକୁ ହେବ ।

ଏ ନିୟମ ଇକୋନୋମି ଏବଂ ପ୍ରିମିୟମ ଇକୋନୋମି କ୍ଲାସ ଯାତ୍ରୀଙ୍କ ପାଇଁ ଲାଗୁ ହେବ । ଫର୍ଷ୍ଟ ଏବଂ ବିଜେନେସ କ୍ଲାସ ଯାତ୍ରୀ ପ୍ରାୟ ୧୦ କିଲୋ ପର୍ଯ୍ୟନ୍ତ ହ୍ୟାଣ୍ଡବ୍ୟାଗ ନେଇ  ଯାଇପାରିବେ । ବ୍ୟାଗର ଆକାର ବି ଧ୍ୟାର୍ଯ କରାଯାଇଛି । ଉଚ୍ଚତା ୫୫ସେମି(୨୧.୬ ଇଞ୍ଚ),ଲମ୍ବ ୪୦ସେମି (୧୫.୭ ଇଞ୍ଚ) ଏବଂ ଚଉଡା ୨୦ ସେମିରୁ ଅଧିକ ହେବ ନାହିଁ । ଯଦି ଧାର୍ଯ୍ୟ ସୀମାଠାରୁ ବ୍ୟାଗ ବଡ କିମ୍ବା ଅଧିକ ଓଜନ ହୁଏ ତେବେ ଅତିରିକ୍ତ ଶୁକ୍ଳ ଦେବାକୁ ପଡିବ । ଏହି ନିୟମ ୨୦୨୪ ମେ ୨ ପରେ ବୁକ କରାଯାଇଥିବା ଟିକେଟ ଉପରେ ଲାଗୁ ହେବ ।

ନିମୟ ଅଣାଯାଇଥିବା କାରଣ ହେଉଛି,ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚବେଳେ ବଢୁଥିବା ଭିଡ ପାଇଁ ହୋଇଛି । ସିଆଇଏସଏଫ୍ ଏବଂ ବିସିଏଏସ୍ ମିଳିତ ହୋଇ ଏ ନିୟମ କରିଛନ୍ତି । ବିମାନ ବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବିସିଏଏସ ସହ ମିଶି ଏ ନିଷ୍ପତ୍ତି ନେଇଛି । ଏ ନିୟମ ନମାନିରେ ହଇରାଣ ହେବାର ଆଶଙ୍କା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.