ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୋଲକାତା ଆରଜି କର ଘଟଣାରେ ନୂଆ ମୋଡ; ଦୋଷିକୁ ହୋଇପାରେ ଫାଶି...!

Published By : Bijay Swain | January 9, 2025 11:58 PM

Image courtesy: indiatoday

ନୂଆଦିଲ୍ଲୀ: କୋଲକାତା ଆରଜି କର ଘଟଣାକୁ ନେଇ ଆସିଲା ବଡ ଖବର। ଗୁରୁବାର ବେଙ୍ଗଲ କ୍ୟାପିଟାଲର ସିଆଲଦା କୋର୍ଟ ଏହି ମାମଲାରେ ଜନୁଆରୀ ୧୮ ତାରିଖ ଦିନ ନିଜ ରାୟ ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଏହି ଘଟଣାକୁ ଯାଞ୍ଚ କରୁଥିବା ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟକୁ ଫାଶିଦଣ୍ଡ ଦେବାକୁ କୋର୍ଟକୁ ଅନୁରୋଧ କରିଥିବା ନେଇ ସୁଚନା ମିଳିଛି। 

ସୁଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷିୟ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସହାୟକ ମାନେ ମାସାଧିକ ସମୟ ଧରି ଆନ୍ଦୋଳନ କରିଥିଲେ। ତେବେ ଏହି ଘଟଣାରେ ପୋଲିସ ସଞ୍ଜୟ ରୟ ନାମକ ଏକ ବ୍ୟକ୍ତିଙ୍କୁ ଗିରଫ କରିଥିଲା। 

ସମଗ୍ର ଦେଶରେ ଏହି ଘଟଣା ବିରୁଦ୍ଧରେ ଏକ ବ୍ୟାପକ ଜନ ଆନ୍ଦୋଳନ ଦେଖାଯାଇଥିଲା। ଏହାକୁ ନେଇ କୋଲକାତା ହାଇକୋର୍ଟ ଏହି ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ଯାଞ୍ଚ ସମୟରେ ସିବିଆଇ ଆରଜିକର ଡାକ୍ତରଖାନାର ପ୍ରିନ୍ସପାଲ ସନ୍ଦିପ ଘୋଷଙ୍କ ସହ ପୁର୍ବ ପୋଲିସ ଅଧିକାରୀଙ୍କୁ ଗିରଫ କରିଥିଲା। ତେବେ ପରେ ଏହି ଘଟଣାରେ ଉଭୟଙ୍କୁ ଜାମିନ ମିଳିଯାଇଥିଲା। 

ଏହି ମାମଲାରେ ବୁଧବାର ହୋଇଥିବା ଶୁଣାଣିରେ ଏହି ଘଟଣାର ସମସ୍ତ ପ୍ରମାଣ ଆରୋପି ଉପରେ ଯାଉଛି ବୋଲି ସିବିଆଇ କୋର୍ଟରେ କହିଥିଲା। ବିଶେଷଜ୍ଞ ମାନେ ବି ଏହା ଜଣକ ଦ୍ୱାରା ହୋଇଥିବା କାର୍ଯ୍ୟ ବୋଲି କହିଥିଲେ। ଏହି ସାକ୍ଷ୍ୟ ଆଧାରରେ ସିବିଆଇ କୋର୍ଟକୁ ଆରୋପିକୁ ଫାଶି ଦଣ୍ଡ ଦେବା ପାଇଁ ଅନୁରୋଧ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.