ପୁରୀ ୦୧/୦୧: ଅଭୁଲା ସ୍ମୃତିକୁ ନେଇ ବିଦାୟ ନେଇଛି ୨୦୨୪।ଇଂରାଜୀ ନୂତନବର୍ଷ  ୨୦୨୫କୁ ନେଇ ଲୋକଙ୍କ ଅନେକ ଉତ୍ସାହ, ଉଦ୍ଦୀପନା, ଆଶା ଓ ଭରସା। ଶ୍ରୀମନ୍ଦିର ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନବବର୍ଷରୁ ନୂତନ କାର୍ଯ୍ୟ ଆରମ୍ଭ କଲେ ନେଇ ହଜାରେ ହଜାରେ ଶ୍ରଦ୍ଧାଳୁ। ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗିଛି। ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 

ପୁଲିସ ସୂଚନା ମୁତାବକ ଶ୍ରୀମନ୍ଦିର  ଭିତରେ ୨୮ ପ୍ଳାଟୁନ୍‌ ଫୋର୍ସ, ଜଣେ କମାଣ୍ଡାଣ୍ଟ, ୨ଜଣ ଅତିରିକ୍ତ ଏସ୍‌ପି,  ଡିଏସ୍‌ପି ୧୧ ଜଣ, ଇନ୍ସପେକ୍ଟର ୧୦ ଜଣ, ଏଏସ୍‌ଆଇ ଓ ଏସ୍‌ଆଇ  ୪୪ ଜଣ ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ନିମନ୍ତେ ମୁତୟନ ରହିଛନ୍ତି ।

ମଙ୍ଗଳବାର ରାତି ୧୦ଟା ୨୫ରେ ମହାପ୍ରଭୁଙ୍କର  ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା  । ରାତି ୧୨ଟା ପରେ ମହାପ୍ରଭୁଙ୍କ ଦ୍ୱାର ଖୋଲା ନୀତି ହୋଇଥିବା ଜଣାପଡିଛି। ନୂଆବର୍ଷରେ ସିଂହଦ୍ୱାରକୁ ଫୁଲରେ ସଜା ଯାଇଛି । ସେହିପରି ଅନ୍ୟ ଦ୍ୱାରରେ ମଧ୍ୟ ଫୁଲସଜା ହୋଇଛି।