ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରଚିନ୍-ଓ୍ବିଲିୟମସନଙ୍କ ଧମାଲ, ଫାଇନାଲ୍ ପହଞ୍ଚିବାକୁ ଦକ୍ଷିଣ ଆଫ୍ରିକାକୁ ଦରକାର ୩୬୩ ରନ୍

Published By : Tapas Panda | March 5, 2025 6:48 PM

Image Courtesy: espncricinfo

ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକାକୁ ୩୬୩ ରନର ବିଜୟ ଲକ୍ଷ୍ୟ ଦେଇଛି । କେନ୍ ୱିଲିୟମସନ ଏବଂ ରଚିନ୍ ରବିନ୍ଦ୍ରଙ୍କ ଶତକ ପରେ ଡାରିଲ୍ ମିଚେଲ୍ ଏବଂ ଗ୍ଲେନ୍ ଫିଲିପ୍ସ ଡେଥ୍ ଓଭରଗୁଡ଼ିକରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ।  ଏହି ଇନିଂସରେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ୩୬୨ ରନ୍‌ ସ୍କୋର ହୋଇଛି ।

ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ୱିଲ୍ ୟଙ୍ଗ୍ ଏବଂ ରଚିନ୍ ରବିନ୍ଦ୍ର ଧୀର ଆରମ୍ଭ କରିଥିଲେ । ୱିଲ୍ ୟଙ୍ଗଙ୍କୁ ଲୁଙ୍ଗି ଏନଗିଡି ଆଉଟ୍ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା ଦେଇଥିଲେ । ଏହା ପରେ ରଚିନ ରବିନ୍ଦ୍ର ଏବଂ କେନ୍ ୱିଲିୟମସନ୍ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଧୋଇଥିଲେ । ରଚିନ ରବିନ୍ଦ୍ର ଏକ ଚମତ୍କାର ଶତକ ହାସଲ କରିଛନ୍ତି । ସେ ୧୦୧ ବଲ୍‌ରେ ୧୦୮ ରନ୍ କରିଥିବା ବେଳେଏହି ଇନିଂସରେ ସେ ୧୩ ଚୌକା ଏବଂ ୧ ଛକା ମାରିଛନ୍ତି ।

କେନ୍ ୱିଲିୟମସନ୍ ମଧ୍ୟ ତାଙ୍କର ଶତକ ପୂରଣ କରିଛନ୍ତି । ସେ ୯୪ ବଲ୍‌ରେ ୧୦ ଚୌକା ଏବଂ ୨ ଛକା ସହାୟତାରେ ୧୦୨ ରନ୍ କରିଛନ୍ତି । ଏହି ସମୟରେ ୱିଲିୟମସନ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୧୯ ହଜାର ରନ୍ ମଧ୍ୟ ପୂରଣ କରିବାରେ ସଫଳ ହୋଇଛନ୍ତି । ସେ ଏପରି କରିବାରେ ପ୍ରଥମ ନ୍ୟୁଜିଲାଣ୍ଡ ଖେଳାଳି । ଡାରିଲ ମିଚେଲ ଶେଷ ଓଭରଗୁଡ଼ିକରେ ଏକ ଚମତ୍କାର ଇନିଂସ ଖେଳି ଦଳର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ । ସେ ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ପାଇଁ ୧ ରନ ପଛରେ ରହିଗଲେ । ସେ ୩୭ ବଲ୍‌ରେ ୪୯ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ସେହିଭଳି ଗ୍ଲେନ ଫିଲିପ୍ସ ଅପରାଜିତ ୪୯ ରନ୍‌ କରିଛନ୍ତି । ସେପଟେ ଲୁଙ୍ଗି ଏନଗିଡି ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.