ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Harapriya Sethi | October 11, 2024 1:48 PM

ବାସୁଦେବପୁର,୧୧/୧୦: ରତାଙ୍ଗ ଗ୍ରାମରେ ଆତ୍ମହତ୍ୟା କଲେ ନବ ବିବାହିତା । ମୃତ ମହିଳା କରଞ୍ଜିଆ ଥାନା ରସମତଲା ଗ୍ରାମର ଲିପୁ ନାୟକଙ୍କ ସ୍ତ୍ରୀ ଶକୁନ୍ତଳା ପାତ୍ର ବୋଲି ଜଣାପଡିଛି । ମହିଳାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ରତାଙ୍ଗ ଗ୍ରାମରେ ଏଭଳି ଅଘଟଣ ଘଟିଛି । 

ସୂଚନା ମୁତାବକ, ଏକ ବର୍ଷ ପୂର୍ବରୁ ଲିପୁ ଓ ଶକୁନ୍ତଳା ପ୍ରେମ ବିବାହ କରିଥିଲେ । ନିଜର ପରିବାକୁ ଭୟକରି ଉଭୟ ବାସୁଦେବପୁର ରତାଙ୍ଗ ଅଞ୍ଚଳକୁ ଚାଲିଆସି ଏକ ଘର ଭଡ଼ା ନେଇ ରହୁଥିଲେ । ତେବେ ଗୁରୁବାର ରାତିରେ ଉଭୟ ଖାଇପିଇ ଶୋଇଥିଲେ । ତେବେ କୌଣସି କାରଣରୁ ଶକୁନ୍ତଳା ବେକରେ ଆପ୍ରୋନ ଲଗାଇ ଆତ୍ମହତ୍ୟା କରିଥିଲେ । ଶୁକ୍ରବାର ସକାଳୁ ଲିପୁ ଉଠି ଶକୁନ୍ତଳା ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ଲିପୁ ଘର ମାଲିକକୁ ଡାକି ଶକୁନ୍ତଳାକୁ ସଂଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ମହିଳାଙ୍କ ଆତ୍ମହତ୍ୟା ପଛର କାରଣ ଖୋଜି ଘଟଣାର ତଦନ୍ତ ଚଳାଇଛି ବାସୁଦେବପୁର ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.