ଭୁବନେଶ୍ବର,୨।୩: ନ୍ୟୁଜ ସେଭେନରେ କାର୍ଯ୍ୟରତ ଥିବା ନଳିନୀକାନ୍ତ ପଟ୍ଟନାୟକଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଡନୀ ସମସ୍ୟା ଯୋଗୁଁ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ରବିବାର ବେଶୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ନଳିନୀ ପଟ୍ଟନାୟକଙ୍କ ପରିବାରରେ ତାଙ୍କ ପତ୍ନୀ ଓ ଜଣେ ସନ୍ତାନ ଅଛନ୍ତି । ତାଙ୍କ ଘର କଟକ ଜିଲ୍ଲା ଅଡ଼ସପୁର ତୁଣ୍ଡା ଅଞ୍ଚଳରେ ବୋଲି ଜଣାପଡିଛି ।
ନ୍ୟୁଜ ସେଭେନର ଷ୍ଟୋର ମ୍ୟାନେଜର ଭାବେ ସେ ଦାୟିତ୍ଵ ତୁଲାଉଥିଲେ । ସବୁବେଳେ କର୍ମ ହିଁ ଭଗବାନ ବୋଲି ନଳିନୀକାନ୍ତ କହୁଥିଲେ । ଜଣେ ସାହିତ୍ୟିକ ଭାବେ ତାଙ୍କର ଖ୍ୟାତି ଥିଲା । ତାଙ୍କ ବିୟୋଗରେ ନ୍ୟୁଜ୍ ସେଭେନ ପରିବାରରେ ଶୋକର ଛାୟା ଖେଳିଯାଇଛି । ନ୍ୟୁଜ୍ ସେଭେନ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା । ନ୍ୟୁଜ୍ ସେଭେନ ଆରମ୍ଭରୁ ସେ କାର୍ଯ୍ୟରତ ଥିଲେ ।