ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିପଦ ମୁକ୍ତ ହେବ ଏନଏଚ ୪୯ର ଦ୍ୱାରଶୁଣି ଘାଟି ରାସ୍ତା,୪ ଲେନ୍ ପାଇଁ ଖର୍ଚ୍ଚ ହେବ ୨୬୪ କୋଟି ଟଙ୍କା

Published By : Harapriya Sethi | November 9, 2024 9:40 AM

ବାଙ୍ଗିରିପୋଷି,୦୯/୧୧: ମୟୂରଭଞ୍ଜ ଜିଲ୍ଲାବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତା ହେବ ବିପଦ ମୁକ୍ତ । ବଦଳିବ ମରଣଯନ୍ତା ପାଲଟିଥିବା ରାସ୍ତାର ନକ୍ସା । ବିପର୍ଯ୍ୟସ୍ତ ହୋଇ ପଡିଥିବା ଘାଟି ରାସ୍ତା ୨ ଲେନରୁ ହେବ ୪ ଲେନ ରାସ୍ତା । ଖର୍ଚ୍ଚ ହେବ ୨୬୪ କୋଟି ଟଙ୍କା । ଏଥିନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ। 

ଏଥିନେଇ ଏକ ବୈଠକ ବାଙ୍ଗିରିପୋଷି ସ୍ଥିତ ଖଇରୀ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଲୋକସଭା ସାଂସଦ ନବଚରଣ ମାଝୀ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁଙ୍କ ସହ ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ଭିରେନ୍ଦ୍ର ସିଂ(ଦିଲ୍ଲୀ), ଏନଏଚଏଆଇ ପିଡି ଜେପି ଦାସବର୍ମା ପ୍ରମୁଖଙ୍କ ସହ ବହୁ ବିଭାଗୀୟ ପଦାଧିକାରୀ, ବିଜେପି କର୍ମୀ ଘାଟି ରାସ୍ତା ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଏଥିପାଇଁ ବୈଠକ ହୋଇଥିଲା । ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତାର କିପରି ତୁରନ୍ତ ମରାମତି କରାଯିବ, ସେଥିନେଇ ଆଲୋଚନା କରଯାଇଥିଲା । ଘାଟି ରାସ୍ତାର ଉନ୍ନତୀକରଣ ପାଇଁ ୨୬୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଡିପିଆର ପ୍ରସ୍ତୁତ ହେଇଛି । ଟେଣ୍ଡର ଆହ୍ବାନ ପରେ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.