ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ତାମିଲନାଡ଼ୁର ୨୫ଟି ସ୍ଥାନରେ ଏନଆଇଏର ଚଢାଉ, ଜାଣନ୍ତୁ କ'ଣ ରହିଛି ମାମଲା...

Published By : Anindita Ratha | January 28, 2025 10:31 AM

ନୂଆଦିଲ୍ଲୀ,୨୮/୦୧:  ତାମିଲନାଡ଼ୁର ୨୫ଟି ସ୍ଥାନରେ ଏନଆଇଏ ଟିମ୍‌ର ଚଢାଉ। ରାଜଧାନୀ ଚେନ୍ନାଇ ଏବଂ ମୟିଲାଦୁଥୁରାଇ ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଚଢାଉ ୨୦୨୨ ମସିହାରେ ହୋଇଥିବା କୋଏମ୍ବାଟୁର କାର ବୋମା ବିସ୍ଫୋରଣର ଘଟଣାର  ସହିତ ଜଡିତ ହୋଇପାରେ  ବୋଲି କୁହାଯାଉଛି। 

ସୂଚନା ଅନୁସାରେ, ଏହି ମାମଲାର ତଦନ୍ତରେ ଆରବିକ ଭାଷା କେନ୍ଦ୍ରର ନାମ ଏନ୍ଆଇଏ ସାମ୍ନାରେ ଆସିଛି ଏବଂ ଏହି କେନ୍ଦ୍ର ସହ ଜଡିତ ଲୋକଙ୍କ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଆତଙ୍କବାଦୀ ସଂଗଠନ ସହିତ ଏହି ଲୋକଙ୍କ ସମ୍ପର୍କ ଥିବା ସନ୍ଦେହରେ ଏନଆଇଏ ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉକି, ୨୦୨୨ ମସିହା ଅକ୍ଟୋବର ୨୩ ତାରିଖରେ କୋଏମ୍ବାଟୁର ଉକ୍କଦମର ଇଶ୍ୱର କୋବିଲ ଛକରେ ଥିବା ପ୍ରାଚୀନ ଅରୁଲମିଗୁ କୋଟଇ ସଙ୍ଗମେଶ୍ୱରା ଥିରୁକ୍କୋଭିଲ ମନ୍ଦିର ସମ୍ମୁଖରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା। କାରଟି ଜେମ୍ସ ମୁବେନ ନାମକ ଜଣେ ବ୍ୟକ୍ତି ଚଲାଉଥିଲା।  କାରଟି ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣରେ ଲୋଡ୍ ହୋଇଥିଲା । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା । ଯେଉଁଥିରେ ଜେମ୍ସ କାର ସହିତ ନିଜକୁ ବିସ୍ଫୋରଣ କରିଥିଲେ । 

ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଆକ୍ରମଣରେ ସେ ତାହାନସିର ଏବଂ ମହମ୍ମଦ ତୌଫିକ ନାମକ ଦୁଇ ଜଣଙ୍କ ସହ ଯୋଗାଯୋଗ କରିଥିଲେ।ଜେମ୍ସ ମୁବେନଙ୍କ ସହ ତାହାନସିର ଏବଂ ମହମ୍ମଦ ତୌଫିକ  ଏହି ଷଡଯନ୍ତ୍ର ରଚିଥିଲେ। ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଅଭିଯୁକ୍ତ ଜେମ୍ସ ମଧ୍ୟ ଆଇଏସ୍ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଏହି ମାମଲା ପ୍ରଥମେ କୋଏମ୍ବାଟୁର ସହରର ଉକ୍କାଡାମ ପୋଲିସ ଷ୍ଟେସନ ଦ୍ୱାରା ପଞ୍ଜୀକୃତ ହୋଇଥିଲା ଏବଂ ପରେ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା। ୨୭ ଅକ୍ଟୋବର ୨୦୨୨ ରେ ଏନଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଏନଆଇଏ ଏକ ଡଜନରୁ ଅଧିକ ଲୋକଙ୍କୁ ଗିରଫ କରି ପଚରାଉଚରା କରିଛି। ସମ୍ପୃକ୍ତ ଲୋକଙ୍କ ଆଇଏସ୍ଆଇଏସ୍ ଲିଙ୍କ୍ ଖୋଜିବା ଲକ୍ଷ୍ୟରେ ବର୍ତ୍ତମାନ ଚଢାଉ ଜାରି ରହିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.