ପ୍ରମୂଖ ଖବର
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ପଞ୍ଜାବରେ ବବ୍ବର ଖାଲସାର ୧୫ ଠିକଣାରେ NIAର ତଲାସୀ, ପାକିସ୍ତାନୀ ଆତଙ୍କ ସହ କଣ ରହିଛି କନେକ୍ସନ ?

Published By : Prameya | May 16, 2025 11:06 PM

ନୂଆଦିଲ୍ଲୀ : ପ୍ରତିବନ୍ଧିତ ଆତଙ୍କବାଦୀ ଦଳ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ)ର କାର୍ଯ୍ୟକଳାପ ଉପରେ NIAର ଦୃଢ କାର୍ଯ୍ୟାନୁଷ୍ଠାନ। ଗତ ବର୍ଷ ଡିସେମ୍ୱରରେ ଗୁରଦାସପୁର ଜିଲ୍ଲାରେ ଏକ ପୁଲିସ ଷ୍ଟେସନରେ ହୋଇଥିଲା ଗ୍ରେନେଡ ହମଲା। ଏହି ମାମଲାରେ ଶୁକ୍ରବାର ପଞ୍ଜାବରେ ୧୫ଟି ଠିକଣା ଉପରେ ଚଢାଉ କରିଛି NIA। ଯାଞ୍ଚ ଏଜେନ୍ସି କହିଛି ଯେ, ପଞ୍ଜାବର ଗୁରଦାସପୁର, ବଟାଲା , ଅମୃତସର ଓ କପୁରଥଲା ଜିଲ୍ଲାରେ କରାଯାଇ ଥିବା ତଲାସୀରେ ମୋବାଇଲ , ଡିଜିଟାଲ ଡିଭାଇସ ଓ କାଗଜପତ୍ର ସହ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଆମେରିକା ସ୍ଥିତ ବିକେଆଇ ଅପରେଟିଭ୍‌ ଓ ଗ୍ୟାଙ୍ଗଷ୍ଟର ହରପ୍ରିତ ସିଂହ ଓରଫ ହାପ୍ପି ପାସିୟନ ଓ ତାର ସହଯୋଗୀ ଶମଶେର ସିଂହ ଶେରା ଓରଫ ହନି ସହ ବିଭିନ୍ନ ଦେଶରେ ରହୁଥିବା ଅନ୍ୟ ଲୋକଙ୍କ ସହ ଜଡ଼ିତ ସଦିଗ୍ଧ ଲୋକଙ୍କ ଠିକଣାରେ ନଜର ରଖାଯାଉଛି। ପାକିସ୍ତାନ ସ୍ଥିତ ବିକେଆଇ ଆତଙ୍କବାଦୀ ହରବିନ୍ଦର ସିଂହ ଓରଫ ରିନ୍ଦାର ଜଣେ ପ୍ରମୁଖ ସହଯୋଗୀ ହାପ୍ପି ନିକଟରେ ପଞ୍ଜାବ ଓ ହରିଆଣା ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନ ଓ ପୁଲିସ ପୋଷ୍ଟ ଗୁଡ଼ିକରେ ଅନେକ ଗ୍ରେନେଡ୍‌ ହମଲାର ଷଡ଼ଯନ୍ତ୍ର କରିବା ପାଇଁ ଦାୟୀ କରାଯାଇଛି।  

ଗୁରୁଦାସପୁର ଜିଲ୍ଲାର ଘନିର ବାଙ୍ଗର ପୁଲିସ ଷ୍ଟେସନରେ ହାଣ୍ଡ ଗ୍ରେନେଡ୍‌ ହମଲାସହ ସମ୍ୱନ୍ଧିତ ମାମଲାରେ ଏନଆଇଏର ଯାଞ୍ଚରୁ ଜଣାପଡ଼ିଛି ଯେ , ଅପରାଧ କରୁଥିବା ଗିରଫ ଅଭିଯୁକ୍ତ ଶମଶେର ଓ ଅନ୍ୟ ସହଯୋଗୀଙ୍କ ସହ ହାପ୍ପିର ନିର୍ଦ୍ଦେଶ ଉପରେ କାମ କରୁଥିଲା। 

ଏନଆଇଏ ଯାଞ୍ଚ ଅନୁସାରେ , ବିଭିନ୍ନ ଦେଶରେ ଥିବା ବିକେଆଇର କାର୍ଯ୍ୟକର୍ତ୍ତା ଭାରତରେ ଭର୍ତ୍ତି ଓ ପ୍ରଶିକ୍ଷଣ , ଆତଙ୍କୀ ସଙ୍ଗଠନର କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ , ଅସ୍ତ୍ର  ବିସ୍ଫୋଟକ ପ୍ରଦାନ କରିବାର ଆପରାଧିକ ଷଡ଼ଯନ୍ତ୍ରରେ ଲାଗିଥିଲେ। ଏହି କାର୍ଯ୍ୟକଳାପ ପାକିସ୍ତାନ ସହ ବିଭିନ୍ନ ଦେଶରେ ଥିବା ତାଙ୍କର ସହଯୋଗୀ ଓ ପରିଚିତ ଲୋକଙ୍କ ମାଧ୍ୟମରେ କରାଯାଉ ଥିଲା। ବିଦେଶ ସ୍ଥିତ ନାମିତ ଆତଙ୍କବାଦୀ ଏବଂ ହାଣ୍ଡଲରମାନଙ୍କ ଦ୍ୱାରା ଷଡ଼ଯନ୍ତ୍ରର ଲକ୍ଷ୍ୟ ଥିଲା ଭାରତୀୟ ମାଟିରେ ଆତଙ୍କବାଦୀ ଆକ୍ରମଣ କରିବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.