ନୂଆଦିଲ୍ଲୀ: ନାଇଜେରିଆର ଏକ ତେଲ ଟ୍ୟାଙ୍କର୍ ମଝି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ବିସ୍ଫୋରଣ ଘଟି ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। କୁହାଯାଉଛି ଯେ, ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ପରେ ଲୋକ ମାନେ ଏଥିରୁ ତେଲ ଚୋରୀ କରିବାକୁ ଏକତ୍ରିତ ହୋଇଥିଲେ। ଏହି ସମୟରେ ସେହି ତେଲ ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୯୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଉତ୍ତର ନାଇଜେରିଆର ଜିଗାୱା ରାଜ୍ୟରେ ଘଟିଛି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ଏହି ବିସ୍ଫୋରଣରେ ୯୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ତେଲ ନେବା ପାଇଁ ଲୋକମାନେ ଗାଡି ଆଡକୁ ଦୌଡିଥିବା ବେଳେ ଏହି ଘଟଣା ଘଟିଥିଲା । ଜିଗାୱା ରାଜ୍ୟରେ ମଧ୍ୟରାତ୍ରିରେ ଏହି ବିସ୍ଫୋରଣ ଘଟିଥିଲା । ତେବେ ଡ୍ରାଇଭର ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ କହିଛି । ଗାଡିଟି ଓଲଟିବା ପରେ ସ୍ଥାନୀୟ ଲୋକମାନେ ଟ୍ୟାଙ୍କରରୁ ଇନ୍ଧନ ବାହାର କରୁଥିଲେ। ଏହି ସମୟରେ ପ୍ରଚଣ୍ଡ ଶଦ୍ଧ ହୋଇ ବିସ୍ଫୋରଣ ଘଟିଥିଲା ।