ନୀଳଗିରି,୪/୭ : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରରେ ବିରାଜମାନ ଥିବା ମହାଲକ୍ଷ୍ମୀଙ୍କୁ ୧୨ଲକ୍ଷ ଟଙ୍କାର ସୁନା ମୁକୁଟ ସମର୍ପଣ କଲେ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ । ଠାକୁରମାହାଲ ହେରିଟାରୀ ଟ୍ରଷ୍ଟି ରାଣୀ ମନୋଜା ମଞ୍ଜରୀ ଦେବୀ, ନିର୍ବାହୀ ଅଧିକାରୀ ତଥା ତହସିଲଦାର ସୋନମ ଦାସ, ଏସଡିପିଓ ପ୍ରମୋଦ ମଲ୍ଲିକ, ସେବାୟତ ପୁଣ୍ୟଶ୍ଲୋକ ନନ୍ଦ, ସରୋଜ କୁମାର ନନ୍ଦଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କର ଧର୍ମପତ୍ନୀ ସ୍ନେହଲତା ଏହି ମୁକୁଟ ମାଆଙ୍କ ଉଦେଶ୍ୟରେ ସମର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଏହି ରଥ ସମୟରେ ୧୨ଲକ୍ଷ ଟଙ୍କାର ମହାପ୍ରଭୁଙ୍କ ଶ୍ରୀ ପୟର ମଧ୍ୟ ଦାନ କରିଥିଲେ। ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ଜଗନ୍ନାଥପ୍ରେମୀ ସାଧୁବାଦ ଜଣାଇଛନ୍ତି।