ନୂଆଦିଲ୍ଲୀ:ୟେମେନରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଥିବା କେରଳର ନର୍ସ ନିମିଶା ପ୍ରିୟାଙ୍କ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ଏଥିରେ ସେ ପିଏମଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । କାହିଁକି ନା, ମୃତ୍ୟୁଦଣ୍ଡ ସମ୍ପର୍କରେ କେନ୍ଦ୍ର ସରକାର "ବହୁତ କିଛି କରିପାରିବେ ନାହିଁ" ବୋଲି ସୁପ୍ରିମକୋର୍ଟକୁ କହିଥିଲେ । କେରଳ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ (ନିମିଶା ପ୍ରିୟା) ଜୀବନ ରକ୍ଷା ପାଇଁ ହସ୍ତକ୍ଷେପ କରିବାକୁ ପୁଣିଥରେ ଚିଠିଟି ସେୟାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଲେଖିଛନ୍ତି କି,"ୟେମେନରେ ବନ୍ଦୀ ଥିବା ନିମିଶା ପ୍ରିୟାଙ୍କ ମୁକ୍ତି ପାଇଁ ପିଏମ ତୁରନ୍ତ ହସ୍ତକ୍ଷେପ କରନ୍ତୁ । ତାଙ୍କ ମୁକ୍ତି ଏବଂ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ କାମ କରୁଥିବା ସମସ୍ତଙ୍କ ସହିତ କେରଳ ସରକାର ଦୃଢ଼ ଭାବରେ ଠିଆ ହୋଇଛନ୍ତି," ପିନାରାଇ ବିଜୟନ X ରେ ଏକ ପୋଷ୍ଟରେ ଏହା କହିଛନ୍ତି।

 




ସେ ତାଙ୍କ ଚିଠି ସହିତ X ରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ପ୍ରିୟାଙ୍କ ଜୀବନ ପ୍ରତି ବିପଦ ଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିଛନ୍ତି।