ନୂଆଦିଲ୍ଲୀ,୨୯/୦୭: କେରଳ ନର୍ସ ନିମିଷା ପ୍ରିୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ୟେମେନରେ ତାଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରି ଦିଆଯାଇଛି । ଏ ନେଇ ଭାରତୀୟ 'ଗ୍ରାଣ୍ଡ ମୁଫ୍ତି ଅଫ୍ ଇଣ୍ଡିଆ' ପକ୍ଷରୁ ଘୋଷଣା ହୋଇଛି । ଭାରତର ଏହା ଏକ ବଡ଼ କୂଟନୈତିକ ବିଜୟ ବୋଲି କୁହଯାଉଛି । ୟେମେନ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ନିମିଷାଙ୍କୁ ଫାଶୀଦଣ୍ଡ ମିଳିଥିଲା । ପୂର୍ବରୁ ସ୍ଥାନୀୟ କୋର୍ଟ ଦଣ୍ଡାଦେଶକୁ ସ୍ଥଗିତ କରିଥିଲେ । ଏବେ ଦଣ୍ଡକୁ ପ୍ରତ୍ୟାହାର କରାଯାଇଛି । ଫାଶୀଦଣ୍ଡ ରୋକିବାକୁ କୂଟନୈତିକ ହସ୍ତକ୍ଷେପ କରିଥିଲେ ଭାରତ ସରକାର ।
ଭାରତୀୟ ଗ୍ରାଣ୍ଡ ମୁଫ୍ତି, କାନ୍ଥାପୁରମ୍ ଏପି ଆବୁବାକର ମୁସଲାଇୟାରଙ୍କ କାର୍ଯ୍ୟାଳୟ କହିଛି, "ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ, ଯାହା ପୂର୍ବରୁ ସ୍ଥଗିତ ରଖାଯାଇଥିଲା, ତାହାକୁ ପ୍ରତ୍ୟାହାର କରାଯାଇଛି । ସାନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବରୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିବା ଫାଶୀ ଦଣ୍ଡାଦେଶକୁ ସମ୍ପୂର୍ଣ୍ଣ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। "
Indian Grand Mufti, Kanthapuram AP Abubakker Muslaiyar’s office says, "The death sentence of Nimisha Priya, which was previously suspended, has been overturned. A high-level meeting held in Sanaa decided to completely cancel the death sentence that was temporarily suspended… https://t.co/tD1NVQtM9C
— ANI (@ANI) July 29, 2025
ଜୁଲାଇ ୧୬ରେ କେରଳ ନର୍ସ ନିମିଷାଙ୍କୁ ଫାଶୀ ନେଇ ଦିନ ସ୍ଥିର ହୋଇଥିଲା । ହେଲେ ସ୍ଥାନୀୟ କୋର୍ଟ ଏହାକୁ ସ୍ଥଗିତ କରିଥିଲେ । ଜଣେ ୟେମେନ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ଫାଶୀ ମିଳିଥିଲା । ୩୭ ବର୍ଷୀୟା ନିମିଷାଙ୍କ ବିରୋଧରେ ୨୦୧୭ରେ ହତ୍ୟା ଅଭିଯୋଗ ଆସିଥିଲା । ସେ ତଲାଲ ଅବ୍ଦୋ ମେହଦୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଅଧିକ ପଢନ୍ତୁ...ଝିଅ ସହ ୟେମେନରେ ପହଁଞ୍ଚିଲେ ନିମିଷାଙ୍କ ସ୍ବାମୀ, ହୁତି ପ୍ରଶାସନକୁ କାହିଁକି ଜଣାଇଲେ ଧନ୍ୟବାଦ ?
କଣ ମାମଲା ? କେରଳ ପଲକ୍କଡ଼ ଜିଲ୍ଲାର ବାସିନ୍ଦା ନିମିଷା ୨୦୧୧ରେ ୟେମେନ ଯାଇଥିଲେ । ସେଠାରେ ବିଭିନ୍ନ ହସ୍ପିଟାଲରେ କାମ କରିବା ପରେ କ୍ଲିନିକ୍ ଖୋଲିବାକୁ ଉଦ୍ୟମ କରିଥିଲେ । ୟେମେନର ନିୟମ ଅନୁସାରେ, ସେଠାରେ ବ୍ୟବସାୟ କଲେ ସ୍ଥାନୀୟ ଲୋକଙ୍କ ଭାଗୀଦାରି ଆବଶ୍ୟକ । ଏହି କାରଣରୁ ନିମିଷା ୟେମେନ ନାଗରିକ ତଲାଲ ଅବ୍ଦୋଙ୍କ ସହ ମିଶି କାମ ଆରମ୍ଭ କରିଥିଲେ । କିନ୍ତୁ ଅବ୍ଦୋ ତାଙ୍କୁ ହଇରାଣ କରୁଥିବା ଓ ତାଙ୍କ ପାସପୋର୍ଟ ଫେରାଉ ନ ଥିବା ନିମିଷା ଅଭିଯୋଗ କରିଥିଲେ । ଏ ନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଅବ୍ଦୋ ଗିରଫ ହୋଇଥିଲେ ହେଁ ପରେ ଜେଲ୍ରୁ ମୁକୁଳିଥିଲେ।
ନିମିଷାଙ୍କ ପରିବାର ଲୋକଙ୍କ ଅନୁସାରେ, ପାସପୋର୍ଟ ଫେରି ପାଇବାକୁ ନିମିଷା ଅବ୍ଦୋଙ୍କୁ ଅଚେତ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଓଭରଡୋଜ୍ କାରଣରୁ ଅବ୍ଦୋଙ୍କ ମୃତ୍ୟୁ ଘଟିଥିଲା । ପରେ ନିମିଷା ତାଙ୍କ ସହଯୋଗୀଙ୍କ ସହ ମିଶି ଅବ୍ଦୋଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ । ନିମିଷା ଭାରତ ପଳାଇ ଆସିବାକୁ ଉଦ୍ୟମ କରୁଥିବାବେଳେ ଗିରଫ ହୋଇଥିଲେ । ୨୦୧୭ରେ ଦୋଷୀ ସାବ୍ୟସ୍ତ ପରେ ୟେମେନ କୋର୍ଟ ୨୦୨୦ରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା ।