ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ନିରଞ୍ଜନଙ୍କ ଘରୁ ଚୋରି ଘଟଣା: ସ୍ପାଇଡର୍‌କୁ ୫ ଦିନ ରିମାଣ୍ଡ ଆଣିବାକୁ ଆବେଦନ କଲା ପୁଲିସ

Published By : Prameya | February 15, 2025 10:33 AM

ଭୁବନେଶ୍ୱର,୧୫/୦୨: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଗିରଫ ହୋଇଥିବା କୁଖ୍ୟାତ  କୋଟିପତି ଚୋର କରୀ ସତିବାବୁ ଓରଫ  ସତୀଶ ରେଡ୍ଡି ଓରଫ ସ୍ପାଇଡର୍‌ ବିଷୟରେ  ପୁଲିସ୍‌ ବିସ୍ଫୋରକ ତଥ୍ୟ ପାଇଛି । ଏହାରି  ଭିତାରେ ପୁଲିସ୍‌ ଜାଣିବାକୁ ପାଇଛି ଦୁର୍ଘଟଣା ମାମଲାରେ ଜେଲ୍‌ ଯାଇଥିବା ବ୍ୟକ୍ତି କେମିତି  ଚୋରି ବିଦ୍ୟାରେ ପାରଙ୍ଗମ ହୋଇଛି । ଚୋରି  କରିବାର ଉପାୟ ଓ ପୁଲିସ୍‌କୁ ଚକମା ଦେବା  ପାଇଁ ଯାହା ସବୁ ଜ୍ଞାନ ଦରକାର ସ୍ପାଇଡର୍‌ ସେ  ସବୁ ଜେଲ୍‌ରୁ ପାଇଥିବା ଜେରା ବେଳେ ମାନିଛି ।  

ସ୍ପାଇଡର୍‌ର ଶିକ୍ଷାଗତ ଯୋଗ୍ୟତା  ଦଶମ ଫେଲ୍‌ । ଫେଲ୍‌ ହେଲା ପରେ  ସେ ବିଶାଖାପାଟଣାରେ ଏକ ୱେଲ୍ଡିଂ  ଦୋକାନରେ କାମ ଆରମ୍ଭ କରିଥିଲା । କିଛି  ବର୍ଷ କାମ କରିବା ପରେ  ସେ ତାର ଜଣେ ସାଙ୍ଗ  ସହ ୨୦୦୭ରେ ସିଙ୍ଗାପୁର  ଯାଇ ସେଠାରେ ୱେଲ୍ଡିଂ  କାମ କାମ କରିଥିଲା । ସେଠାରେ ଚୋରି କରି ଅତି  ସହଜରେ ଖସି ଆସିଥିଲା । ୨୦୦୯ରେ ସ୍ପାଇଡ୍‌ର  ଚଳାଉଥିବା ବାଇକ୍‌ ଧକ୍କାରେ  ଜଣେ ଯୁବକଙ୍କ ମୃତ୍ୟୁ  ହୋଇଥିଲା । ମଦ୍ୟପାନ କରି ବାଇକ୍‌ ଚଳାଉ ଥିବାରୁ ପୁଲିସ୍‌ ସ୍ପାଇଡର୍‌କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ୨୧ ଦିନ ଜେଲ୍‌ରେ ରହିଥିଲା ସ୍ପାଇଡର୍‌ । ଜେଲ୍‌ରେ ସ୍ପାଇଡ୍‌ର ଯେଉଁ ୱାର୍ଡରେ ଥିଲା ସେଠାରେ  ଥିଲେ ଆନ୍ଧ୍ରପ୍ରଦେଶର କୁଖ୍ୟାତ ଚୋର । ୨୧  ଦିନ ମଧ୍ୟରେ ସ୍ପାଇଡର୍‌ ଚୋରମାନଙ୍କୁ ଠାରୁ  ପ୍ରଚୁର ଜ୍ଞାନ ନେଇଥିଲା । ଜେଲ୍‌ରୁ ଫେରିବା  ପରେ ସେ ଛୋଟ ଛୋଟ ଚୋରି କରିଥିଲା ।  

୨୦୧୩ରେ ବିଶାଖାପାଟଣାର ଜଣେ  ଆଇଆଇସି ତାକୁ ବୁଝାସୁଝା କରି ଗାଡ଼ିଚାଳକ ଭାବେ  ନିଯୁକ୍ତି ଦେଇଥିଲେ । କିନ୍ତୁ ତାକୁ ଭଲ ମଣିଷ କରିବାକୁ ପୁଲିସ ଅଧିକାରୀଙ୍କ ଚେଷ୍ଟା ପାଣିରେ ପଡ଼ିଥିଲା । ଦିନେ ସେହି ଆଇଆଇସିଙ୍କ ଗାଡ଼ି ବ୍ୟବହାର କରି ସେ ଚୋରି କରି ଧରାପଡ଼ି ପୁଣି ଜେଲ୍‌  ଯାଇଥିଲା । ଦ୍ୱିତୀୟ ଥର  ଜେଲ୍‌ରୁ ବାହାରିବା ପରେ ଦେଶ ସାରା ବୁଲି ବୁଲି ଚୋରି କରୁଥିଲା । ଏ ରାଜ୍ୟରୁ ସେ ରାଜ୍ୟକୁ ସେ ବସ୍‌ ଯୋଗେ ଯିବା ଆସିବା କରୁଥିଲା । ଚୋରି କରିବା ପରେ ସୁନା-ହୀରା-ରୂପା ଅଳଙ୍କାର ବିକ୍ରି କରି ରାଜକୀୟ ଅୟସ କରୁଥିଲା ।  ଡିସିପି ପିନାକ ମିଶ୍ର କହିଛନ୍ତି, ଘଟଣାର  ଅଧିକ ତଦନ୍ତ ପାଇଁ ତାକୁ ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଛି । ଏହି  ସମୟରେ ତା’ଠାରୁ ଅଧିକ ତଥ୍ୟ ମିଳିବ ।

ସ୍ପାଇଡ୍‌ର ନାଁ ଦେଇଥିଲା ତେଲଙ୍ଗାନା ପୁଲିସ୍‌

କୁଖ୍ୟତ ଚୋର କରୀ ସତିବାବୁ ଓରଫ  ସତୀଶକୁ ସ୍ପାଇଡର୍‌ ନାଁ ଦେଇଥିଲା  ତେଲେଙ୍ଗାନା ପୁଲିସ୍‌ । କାରଣ ସେ ହଲିଉଡ୍‌  ସିନେମାର ସ୍ପାଇଡର୍‌ମ୍ୟାନ୍‌ ଭଳି ଏକ କାନ୍ଥରୁ  ସେ କାନ୍ଥ, ଏ ପାଚେରିରୁ ସେ ପାଚେରି ଅତି  ସହଜରେ ଚଢ଼ି ଯାଉଥିଲା । ପୁରୁଣା ଭିଡିଓରୁ  ଜଣାପଡିଛି ସେ କେମିତି ଅତି ସହଜରେ  ୨-୩ ମହଲା ଘର ଚଢ଼ୁଛି । ତା’ଛଡା  ୨୦୨୩ରେ ଏଆରଏଏସ୍‌ ମାଲିକଙ୍କ ଘରୁ  ଚୋରି କରିବା ସମୟରେ ପୁଲିସ୍‌ ହାତରେ  ଲାଗିଥିବା ସିସିଟିଭିରୁ ଜଣାପଡୁଛି ସେ  କିଭଳି ଦ୍ରୁତ ଭତିରେ ଘର ଉପରକୁ  ଚଢ଼ୁଛି । ତେବେ ପୁଲିସ୍‌ କମିଶନର ଦେବଦତ୍ତ ସିଂହ କହିଛନ୍ତି, ଏଆର୍‌ଏଏସ୍‌  ମାଲକଙ୍କ ଘରୁ ଚୋରି କରିଥିବା ସମ୍ପତ୍ତି  ଅଭିଯୁକ୍ତ କେଉଁଠି ବିକ୍ରି କରିଛି ଜଣାପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.