ନୂଆଦିଲ୍ଲୀ,୪।୯: ଶିକ୍ଷା ମନ୍ତ୍ରଣାଳୟ NIRF ରାଙ୍କିଙ୍ଗ ୨୦୨୫ ଜାରି କରିଛି। ଆଇଆଇଟି ମାଡ୍ରାସ୍ ସପ୍ତମ ଥର ପାଇଁ ଓଭର ଅଲ୍ ଓ ଇଞ୍ଜିନିୟିରିଂ କାଟାଗୋରୀରେ ସର୍ବଶ୍ରେଷ୍ଠ ସ୍ଥାନରେ ରହିଛି। ସେଭଳି ଟପ୍ ୟୁନିଭର୍ସିଟି କାଟାଗୋରୀରେ ଦିଲ୍ଲୀ ୟୁନିଭର୍ସିଟି ରହିଛି। ବେଷ୍ଟ କଲେଜ କାଟାଗୋରୀରେ ଦିଲ୍ଲୀର ହିନ୍ଦୁ କଲେଜ ଏବଂ ମେଡିକାଲ କଲେଜ ଭିତରେ ଦିଲ୍ଲୀ ଏମ୍ସ ଶୀର୍ଷ ସ୍ଥାନରେ ରହିଛି।
ଟପ୍ ଟେନ୍ ଇନଷ୍ଟିଚ୍ୟୁଟ୍: ଓଭରଅଲ୍ କାଟାଗୋରୀ
୧- ଆଇଆଇଟି ମାଡ୍ରାସ
୨-ଆଇଆଇଏସ୍ସି , ବେଙ୍ଗାଲୁର
୩-ଆଇଆଇଟି, ବମ୍ବେ
୪-ଆଇଆଇଟି, ଦିଲ୍ଲୀ,
୫-ଆଇଆଇଟି, କାନପୁର
୬-ଆଇଆଇଟି, ଖଡଗପୁର
୭-ଆଇଆଇଟି, ରୁଡକୀ
୮-ଏମ୍ସ, ଦିଲ୍ଲୀ
୯-ଜବାହରଲାଲ ନେହରୁ ୟୁନିଭର୍ସିଟି, ଦିଲ୍ଲୀ
୧୦-ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀ
ଦେଶର ଟପ୍ ଇନଷ୍ଟିଚ୍ୟୁଷ୍ଟ, କଲେଜ, ବିଶ୍ବବିଦ୍ୟାଳୟ ଏବଂ ଅନ୍ୟ କାଟାଗୋରୀର ଲିଷ୍ଟ ଜାରି କରିଛି ଶିକ୍ଷାମନ୍ତ୍ରଣାଳୟ। nirfindia.org ଅଫିସିଆଲ ଓ୍ବେବସାଇଟ୍ରେ NIRF ୨୦୨୫ର ରାଙ୍କିଙ୍ଗ ଜାରି କରାଯାଇଛି। NIRF ରାଙ୍କିଙ୍ଗର ଏହା ଦଶମ ଏଡିସନ। ଓଭର ଅଲ କାଟାଗୋରୀରେ ଟପ ୧୦ ଆଇଆଇଟି ଇନଷ୍ଟିଚ୍ୟୁଟର ଦବଦବା ରହିଛି। ଆଇଆଇଟି ମାଡ୍ରାସ୍ ଓଭର ଅଲ୍ ଓ ଇଞ୍ଜିନିୟିରିଂ କାଟାଗୋରୀରେ ସର୍ବଶ୍ରେଷ୍ଠ ସ୍ଥାନରେ ରହିଛି।। ଟପ ଇନଷ୍ଟିଚ୍ୟୁଟ ଲିଷ୍ଟରେ ୬ ଆଇଆଇଟି ଇନଷ୍ଟିଚ୍ୟୁଟ ରହିଛି। ଦ୍ବିତୀୟ ସ୍ଥାନରେ ରହିଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁର। NIRF ରାଙ୍କିଙ୍ଗରେ ମୋଟ ୧୭ଟି କାଟାଗୋରୀ ରହିଛି। ଯେଉଁଥିରେ ଓଭରଅଲ. ୟୁନିଭର୍ସିଟି,କଲେଜ, ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ, ମେଡିକାଲ, ଡେଣ୍ଟାଲ, ଲ, ଆର୍କିଟେକ୍ଚର ଆଣ୍ଡ ପ୍ଲାନିଂ ରହିଛି। ଏହା ସହ ଏଗ୍ରିକଲଚର ଆଣ୍ଡ ଆଲାୟଡ ସେକ୍ଟର, ଇନୋଭେସନ ଓପନ ୟୁନିଭର୍ସିଟି, ସ୍କିଲ ୟୁନିଭର୍ସିଟି, ଷ୍ଟେଟ ପବ୍ଲିକ୍ ୟୁନିଭର୍ସିଟି ଓ ସଷ୍ଟେନବିଲିଟି ରହିଛି।