ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବଜେଟ ୨୦୨୫ : ଚାହିଦା ବଢ଼ାଇବାକୁ ଆସିପାରେ ମାଷ୍ଟର୍‌ଷ୍ଟ୍ରୋକ୍‌, ନିଯୁକ୍ତି ଓ ଘରୋଇ ନିବେଶକୁ ଦିଆଯିବ ପ୍ରାଥମିକତା

Published By : Rasmita Pradhan | January 15, 2025 8:32 AM

ନୂଆଦିଲ୍ଲୀ,୧୫/୦୧ : ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକବର୍ଷର ବଜେଟ୍‌ ଦସ୍ତାବିଜ୍‌କୁ ଉପସ୍ଥାପନ କରିବେ । ଏଥର ଅର୍ଥନୀତି ଆଗରେ ରହିଛି ଅନେକ ଆହ୍ୱାନ । ମନ୍ଥର ଅଭିବୃଦ୍ଧି ଏବଂ ଚାହିଦାକୁ ଟ୍ରାକ୍‌କୁ ଆଣିବା ପାଇଁ ଅର୍ଥମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା । ଧୀମା ଅର୍ଥନୀତିକୁ ଏବେ ସାହାରା ଲୋଡ଼ା । ଏ ଦିଗରେ ବଜେଟ ପ୍ରସ୍ତାବ ଆସିବା ସ୍ୱାଭାବିକ । ଏଥର ବଜେଟ୍‌ରୁ ଅନେକ ଆଶା ରହିଛି । ମଧ୍ୟବିତ୍ତଙ୍କୁ ଟିକସ ରିହାତି, କୌଣସି ପ୍ରକାର ପ୍ରତିକୂଳ ବାହ୍ୟ ପରିବେଶକୁ ଆଖି ଆଗରେ ରଖି ଶିଳ୍ପଗୁଡ଼ିକ ପାଇଁ ଟାରିଫ୍‌ ସହାୟତା ଏବଂ ନିଯୁକ୍ତି ଓ ଘରୋଇ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଆଣିପାରନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ପ୍ରକ୍ରିୟା ସହ ଜଡ଼ିତ ଏକ ସୂତ୍ରରୁ ଏହା ଜଣାପଡ଼ିଛି । 

 ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା, ଯେଉଁଥିରେ ବଜେଟ୍‌କୁ ନେଇ ଅନେକ ଆଲୋଚନା ହୋଇଛି । ଆଗକୁ ମଧ୍ୟ ଏପରି ଆହୁରି ଅନେକ ବୈଠକ ହେବାକୁ ଯାଉଥିବା ଜଣାପଡ଼ିଛି । ବଜେଟ୍‌ରେ ସଂସ୍କାର, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ଏବଂ ଲିଭିଂ ଉପରେ ଗୁରୁତ୍ୱ ଦିଆଯାଇପାରେ । ଆଲୋଚନାମାନ ଆରମ୍ଭ ହୋଇଗଲାଣି । ବଜେଟ୍‌ରେ କିଛି ଦୃଢ଼ ସଂକେତ ଆସିପାରେ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି । ୨୦୨୪-୨୫ ଆର୍ଥିକବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪%କୁ ଖସିପାରେ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଚାହିଦା ଏବଂ ନିବେଶ ବଢ଼ାଇବା ପାଇଁ ପ୍ରସ୍ତାବ ଆସିପାରେ ବୋଲି ଅନୁମାନ କରାଯାଇଛି । ନୂଆ ଟିକସ ବ୍ୟବସ୍ଥାରେ ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ରିହାତି ଉପରେ ଆଲୋଚନା ହୋଇଛି । କମ୍ପାନି ଟିକସର ସରଳୀକରଣ ଏବଂ ସହଜ ଟିଡିଏସ୍‌ ବ୍ୟବସ୍ଥା ଉପରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି । ସହରାଞ୍ଚଳରେ ଚାହିଦା ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ସ୍ଲାବ୍‌କୁ ପ୍ରଶସ୍ଥ କରିବା ପାଇଁ ଦାବି ହେଉଛି । ବଜେଟ୍‌ରେ ଏହା ଉପରେ କିଛି ଘୋଷଣା ହୋଇପାରେ । ସମ୍ପ୍ରତି ବାର୍ଷିକ ୧୫ ଲକ୍ଷ ଟଙ୍କାର ଆୟ ଉପରେ ସର୍ବୋଚ୍ଚ ସ୍ଲାବ୍‌ ୩୦% ଲାଗୁଛି । ଟିକସ ବୋଝ କମାଇବା ଦ୍ୱାରା ସହରାଞ୍ଚଳରେ ଚାହିଦା ବଢ଼ିବ । ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ବଜେଟ୍‌ରେ କିଛି ପ୍ରସ୍ତାବ ଆସିପାରେ । 

ଅଧିକ ପଢନ୍ତୁ- ୮୭ ମୁହାଁ ଟଙ୍କା... ଆଗକୁ ମହଙ୍ଗା ହେବ ଆମଦାନି, ବଢ଼ିବ ତେଲ ଦର

ନିର୍ବାଚନ ଯୋଗୁ ଚଳିତ ଆର୍ଥିକବର୍ଷରେ ସରକାରଙ୍କ ପୁଞ୍ଜି ବ୍ୟୟ କମିଛି । ଏଥର ବଜେଟ୍‌ରେ ଏହା ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଇପାରନ୍ତି କେନ୍ଦ୍ର ସରକର । ଘରୋଇ ନିବେଶ ଠୁଳ କରିବା ଉପରେ ଜୋର ଦିଆଯାଇପାରେ । ଏହାସହିତ ଘରୋଇ ଶିଳ୍ପକୁ ଚୀନ୍‌ରୁ ଆସୁଥିବା ଶସ୍ତା ଆମଦାନିରୁ ବଞ୍ଚାଇବା ପାଇଁ ମୂଳ ସୀମା ଶୁଳ୍କରେ ବି ପରିବର୍ତ୍ତନ କରଯାଇପରେ । ଆମେରିକାରେ ରାଷ୍ଟ୍ରପତି ପଦରେ ଅବସ୍ଥାପିତ ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ସାମଗ୍ରୀ ଉପରେ ଟାରିଫ୍‌ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା ଭାରତରେ ଚୀନ୍‌ର ଶସ୍ତା ସାମଗ୍ରୀର ଡମ୍ପିଂ ଆଶଙ୍କା ବଢ଼ିଯାଇଛି । ଏଭଳି କ୍ଷେତ୍ରରେ ଚୀନ୍‌ ସାମଗ୍ରୀ ଉପରେ ଲଗାମ ଲଗାଇବା ପାଇଁ ବଜେଟରେ କଠୋର ନୀତି ଆସିପାରେ । ସୂତ୍ର ଅନୁସାରେ, ବିଦେଶୀ ନିବେଶ ବ୍ୟବସ୍ଥାକୁ ସହଜ କରିବାର ଉପାୟ ଉପରେ ବି ଆଲୋଚନା ହୋଇଛି ଏବଂ ବଜେଟ୍‌ରେ ଏହାର ଝଲକ ଦେଖିବାକୁ ମିଳିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.