କେନ୍ଦୁଝର,୧୩/୯:  ଅଶ୍ଳୀଳ ଆଚରଣ ନେଇ ସାରା ରାଜ୍ୟରେ ନିଶା ମହାରଣା ରାତାରାତି ଷ୍ଟାର ବନି ଯାଇଛନ୍ତି ।  ଏବେ ଯାତ୍ରା ପେଣ୍ଡାଲଗୁଡିକରେ ଉଲଗ୍ନ ହୋଇ ରୁଗ୍‌ଣ ମାନସିକ ବ୍ୟକ୍ତିଙ୍କ ଫ୍ୟାନ୍‌ ସାଜିଥିବା ନିଶା କେନ୍ଦୁଝର ପାଟଣା ଅଞ୍ଚଳକୁ  ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଆସିଥିଲେ ।

ପାଟଣା  ଥାନାର ତେଣ୍ଡରା ଭାଗ୍ୟଶ୍ରୀ ଅପେରାକୁ ଗତ ୮ ତାରିଖ  ରାତି ଆସିଥିବାବେଳେ ଯାତ୍ରା  ପେଣ୍ଡାଲରେ ଅଶ୍ଳୀଳତାର  ସୀମା ଟପିଥିବା ଅଭିଯୋଗ ହୋଇଛି । ସମ୍ପୂର୍ଣ୍ଣ ଉଲଗ୍ନ ହେବା ପାଇଁ ଦେହରୁ ଗୋଟିଏ ପରେ ଗୋଟିଏ ପୋଷାକ ଖୋଲିଥିଲେ । ପୁଲିସ ମଧ୍ୟ ସେଠାରେ  ଉପସ୍ଥିତ ରହିଥିଲା । ତେବେ ନିଶାଙ୍କ ପାଇଁ ଜଣେ ପୁଲିସ ଅଧିକାରୀ ନିଜର ହିତାହିତ ଜ୍ଞାନ ହରାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା  । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  ।    

ପେଣ୍ଡାଲରୁ ନିଶା ଓହ୍ଲାଇବା ପରେ ଜଣେ ପୁଲିସ ଅଧିକାରୀ ସହିତ ଅନ୍ତରଙ୍ଗ ଭାବେ କେତେକ ଫଟୋ ଉଠାଇବା ସହିତ କିଛିସମୟ ପାଇଁ ଉଭୟ ହିତାହତ ଜ୍ଞାନ ଭୁଲି ବେଶ୍‌ ନିକଟତର ହୋଇଥିଲେ। ଏହି ଆପତ୍ତିଜନକ  ଫଟୋ ଓ ଭିଡିଓ ସାରା ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ପୁଲିସ  ଅଫିସର ପୂର୍ବରୁ ଖଣି ଅଞ୍ଚଳରେ ଏକ ଥାନାରେ ଥିବାବେଳେ ନିଶା ଏକ ଯାତ୍ରା  ପାର୍ଟି ମଞ୍ଚରେ ଅତିଥି ଭାବେ ଆସିଥିବାବେଳେ ତାଙ୍କୁ ସୁରକ୍ଷା ଯୋଗାଇଥିଲେ ।  ପାଟଣାରେ ପୁଣି ଉଭୟ ଏକାଠି ହେବା ପରେ ଏହି ବିବାଦୀୟ ଫଟୋ ଉଠାଇ  ଭାଇରାଲ ଜିଲ୍ଲା ପୁଲିସକୁ ନିନ୍ଦିତ କରିଛି । ତାଙ୍କ ଭଳି ଜଣେ ଦକ୍ଷ ପୁଲିସ  ଅଧିକାରୀଠାରୁ ଏଭଳି ଆଶା କରାଯାଉନଥିବାବେଳେ ବିବାଦୀୟ ନାରୀ ସହିତ  କେଉଁ କାରଣରୁ ସେ ଫଟୋ ଉଠାଇଥିଲେ ଓ କିଏ ତାହା ଭାଇରାଲ କଲା  ସେନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।