ବାଲିଶଙ୍କରା,୧୪/୧୨: କନାକୁଣ୍ଡ ଜଳପ୍ରପାତରେ ଅଘଟଣ । ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ନଦୀରେ ଭାସିଯାଇ ଥିଲେ ରାଉରକେଲା ଏନ୍ଆଇଟି ଛାତ୍ର ଦୀପେଶ ପ୍ରଧାନ(୨୬) । ଶନିବାର ସ୍ଥାନୀୟ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ରବିବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଛ। ତେବେ ନଦୀରେ ପାଣିର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟିି ହୋଇଛି। ତେବେ ପଥର ଖୋଲ ଭିତିରେ ଫଶି ରହିଥିବା ସନ୍ଦେହ କରାଯାଉଛି। ତେବେ ରେସ୍କ୍ୟୁ ଅପରେସ୍ ଜାରି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନାଅନ୍ତର୍ଗତ ବାଲିଶଙ୍କରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କନାକୁଣ୍ଡ ଜଳପ୍ରପାତରେ ପର୍ଯ୍ୟଟନ ଋତୁରେ ଅସମ୍ଭାଳଭିଡ଼ ହେଉଛି । ଶନିବାର ଦୀପେଶ, ଉତ୍ତରପ୍ରଦେଶର୨ଜଣ, ରାଞ୍ଚିର ଜଣେ ଓ ପଶ୍ଚିମବଙ୍ଗର ଜଣେସାଙ୍ଗ ମିଶି ଏକ କାର୍ରେ କନାକୁଣ୍ଡ ଯାଇଥିଲେ ।ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସମସ୍ତେ ଜଳପ୍ରପାତ ନିକଟରେ ଥିଲେ । ଏହି ସମୟରେ ପାଦ ଖସିଯିବାରୁ ଦୀପେଶ ନଦୀର ପ୍ରଖର ସୁଅରେ ପଡ଼ିଯାଇଥିଲେ । ତଳସରା ପୁଲିସ୍ ଓ ବାଲିଶଙ୍କରା ଅଗ୍ନିଶମ ବାହିନୀଦୀର୍ଘ ୬ କିମି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରି ନାହିଁ । ଶନିବାର ସନ୍ଧ୍ୟା ହୋଇଯିବାରୁ ତଲାସୀ ଅଭିଯାନ ବନ୍ଦ ରହିଛି ।ପୁଲିସ୍ ଅନ୍ୟ ୪ଜଣ ସାଙ୍ଗଙ୍କୁ ପଚରାଉଚରା କରୁଛି । ରବିବାର ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଛ। ସକାଳୁ ସକାଳୁ ଅଗ୍ନିଶମ ଉଦ୍ଧାରକାରୀ ଟିମ୍ ପାଣି ଭିତରେ ଖୋଜା ଖୋଜି ଜାରି ରଖିଛନ୍ତି। । ଦୀପେଶ ଏନ୍ଆଇଟିରେ ଗଣିତ ପିଏଚ୍ଡି କରୁଥିବାବେଳେ ପ୍ରଥମ ବର୍ଷ ଛାତ୍ର । ତାଙ୍କ ପରିବାର ବେଦବ୍ୟାସରେ ଘର ଭଡ଼ା ନେଇ ରହୁଥିଲେ ।
ଉଲ୍ଲେଖଯୋଗ୍ୟ, ଗତ ୫ବର୍ଷରେ କନାକୁଣ୍ଡରେପ୍ରାୟ ୭ଜଣ ପର୍ଯ୍ୟଟକଙ୍କ ଜୀବନ ଗଲାଣି । ଏହିପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।