ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗରିବ ଝିଅଙ୍କ ବାହାଘରରେ ନିତିଶ ସରକାର କରିବେ ସାହାଯ୍ୟ

Published By : Prameya | March 3, 2025 8:38 PM

ପାଟନା : ବିହାରରେ ଗରିବ ଝିଅଙ୍କ ବିବାହରେ ନିତିଶ ସରକାର କରିବେ ସାହାଯ୍ୟ । ଖୁବ୍‌ କମ୍‌ ଖର୍ଚ୍ଚରେ ବିବାହ ସମ୍ୱନ୍ଧୀୟ ସୁବିଧା ପ୍ରଦାନ କରାଯିବ। ରାଜ୍ୟର ପ୍ରତି ପଞ୍ଚାୟତରେ କନ୍ୟା ବିବାହ ମଣ୍ଡପ ଗଠନ କରାଯିବ। ଯାହାର ପରିଚାଳନା ମଧ୍ୟ ମହିଳାମାନେ କରିବେ। ସୋମବାର ଉପମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ ମନ୍ତ୍ରୀ  ସମ୍ରାଟ ଚୌଧୁରୀ ୨୦୨୫-୨୬ ଅନୁସାରେ, ୩ ଲକ୍ଷ ୧୬ହଜାର ୮୯୫ କୋଟି ଟଙ୍କାର ବାର୍ଷିକ ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଯେଉଁଥିରେ ଅଧା ଲୋକଙ୍କ ପାଇଁ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ କନ୍ୟା ବିବାହ ମଣ୍ଡପ ଯୋଜନା ମଧ୍ୟ ସାମିଲ ଅଛି, ଯାହା ଗରିବ ପରିବାର ପାଇଁ ଖୁବ୍‌ ହିତକର ସାବ୍ୟସ୍ତ ହେବ।

ସମ୍ରାଟ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ପ୍ରତି ପଞ୍ଚାୟତରେ ଗରିବ କନ୍ୟାଙ୍କ ବିବାହ ପାଇଁ ମଣ୍ଡପର ନିର୍ମାଣ କରାଯିବ। ଏହାସହ ଖୁବ୍‌ କମ୍‌ ଶୁଳ୍କରେ ବିବାହ ସମ୍ୱନ୍ଧୀୟ ସୁବିଧା ଦିଆଯିବ। ଯାହାର ପରିଚାଳନାର ଦାୟିତ୍ୱ ମଧ୍ୟ ମହିଳାଙ୍କ ହାତରେ ହେବ। ଏଥିରେ ଗରିବ ପରିବାର ଉପରେ ବିବାହର ଚାପ ଅଧା ହୋଇଯିବ। ଏହା ବ୍ୟତୀତ ବଜେଟ୍‌ରେ ଜିମ୍‌, ଟୟଲେଟ୍‌, ହିଲା ହାଟ ବ୍ୟତୀତ ପିଙ୍କ୍‌ ବସର ପରିଚାଳନା ପାଇଁ ଘୋଷଣା ହୋଇଛି।

ରାଜ୍ୟର ମୁଖ୍ୟ ସହର ଗୁଡ଼ିକରେ ମହିଳାଙ୍କ ପାଇଁ ପିଙ୍କ୍‌ ବସର ଚାଳିତ ହେବ। ଯେଉଁଥିରେ ଯାତ୍ରୀ , ଚାଳକ ଓ କଣ୍ଡକ୍ଟର ସବୁ ମହିଳାମାନେ ହେବେ । ବିହାର ରାଜ୍ୟ ପଥ ପରିବହନ ନିଗମରୁ ଚାଳକ, କଣ୍ଡକ୍ଟର ଓ ଡିପୋ ମେଣ୍ଟେନାନ୍ସ ଷ୍ଟାଫ୍‌ଙ୍କ ପଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶକ ସଂରକ୍ଷଣର ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ସ୍ୱରୋଜଗାରକୁ ବୃଦ୍ଧି କରାଇବା ପାଇଁ ମହିଳା ଚାଳକଙ୍କୁ ଇ-ରିକ୍ସା ଓ ଦୁଇ ଚକିଆ ଗାଡ଼ିର ବ୍ୟାବସାୟିକ ପରିଚାଳନା ହେତୁ କ୍ରୟ ପାଇଁ ନଗଦ ଅନୁଦାନର ପ୍ରାବଧାନ କରାଯିବ। ସହର ଗୁଡ଼ିକରେ ଡ୍ରାଇଭିଂ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲା ଯିବ। 

ଆପଣଙ୍କୁ କହି ରଖୁଛୁ କି , ବଜେଟ୍‌ରେ ସର୍ବାଧିକ ରାଶି ଶିକ୍ଷା ଉପରେ ୬୦,୯୬୪ କୋଟି ଟଙ୍କା , ସ୍ୱାସ୍ଥ୍ୟ ଉପରେ ୨୦,୩୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରାବଧାନ କରାଯାଇଛି।  ଏହା ଅତିରିକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ୫୨ଟି ଘୋଷଣା କରାଯାଇଛି।  

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.