ସାହାଜପାଲ/(ସୁଶାନ୍ତ ଘଡେଇ ),୨୭/୧୨: ବିନା ସୂଚନା ଫଳକରେ ନିର୍ମାଣଧୀନ ମୁଣ୍ଡିପଦର ଏଏନଏମ କ୍ୱାର୍ଟର। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମରେ। ସୂଚନା ମୁତାବକ, ନିର୍ମାଣଧୀନ ଏଏନଏମ କ୍ୱାର୍ଟର ବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବିନା ସୂଚନା ଫଲକରେ କାମ ସମ୍ପୂର୍ଣ୍ଣ ହେବାକୁ ବସିଲାଣି ।ହେଲେ ଆଜି ପର୍ଯ୍ୟନ୍ତ ସିଡିଏମ ଓ ଯନ୍ତ୍ରୀ ବିଭାଗ, ପ୍ରଶାସନଙ୍କ ନଜରରେ ଆସୁନାହିଁ। ଯନ୍ତ୍ରୀ ବିଭାଗକୁ ୨୫ ପ୍ରତିଶତ ହାତ ଗୁଞ୍ଜା ଖର୍ଚ୍ଚ ଦେଇଦେଲେ କାମ ଜାଗାକୁ ବି ଆସନ୍ତିନି। ଯାହାକୁ ନେଇ ଏହା କେଉଁ ବର୍ଷର କାମ, କିଏ କରୁଛି, କଣ ପାଇଁ କରାଯାଉଛି, କେତେ ଲକ୍ଷ୍ୟ ଟଙ୍କାର କାମ, କେବେ ସାରିବା କଥା କୌଣସି ସୂଚନା ନାହିଁ। ତେବେ ପ୍ରଶାସନ ଏହା ଉପରେ କେବେ ନଜର ପକାଇବ ତାହା ଦେଖିବାକୁ ବାକି ରହିଲା ।