ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

କ୍ରୀଡା ମନ୍ତ୍ରଣାଳୟର ନିଷ୍ପତ୍ତି: ପାକିସ୍ତାନ ସହ ଦ୍ବିପାକ୍ଷିକ ଖେଳ ହେବନି, କିନ୍ତୁ ଏସିଆ କପ୍‌ରେ ଟିମ୍ ଇଣ୍ଡିଆ..

Published By : Harapriya Biswal | August 21, 2025 7:57 PM

ନୂଆଦିଲ୍ଲୀ,୨୧।୮:  ଯେବେଠାରୁ ଟି-୨୦ ଏସିଆ ବିଶ୍ବକପ୍ ୨୦୨୫ ସିଡ୍ୟୁଲ ଆରମ୍ଭ ହୋଇଛି, ସେବେଠାରୁ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ଭାରତୀୟ କ୍ରିକେଟ ଟିମ୍‌କୁ ପାକିସ୍ତାନ ବିପକ୍ଷ ୧୪ ସେପ୍ଟେମ୍ବରରେ ହେବାକୁ ଥିବା ମ୍ୟାଚ୍‌ରୁ ହଟିଯିବା ଦରକାର। ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଭଲ ନାହିଁ। ଭାରତୀୟ ଚାହୁଁଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ଭାରତରୁ ପାକିସ୍ତାନୀ ଆତଙ୍କୀ ଶେଷ ହୋଇଯାଇ ନାହାନ୍ତି, ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଖେଳ କିମ୍ବା ସମ୍ପର୍କ ରହିବ ନାହିଁ। ଏହା ଭିତରେ କ୍ରୀଡା ମନ୍ତ୍ରଣାଳୟର ବୟାନ ସାମନାକୁ ଆସିଛି। କ୍ରୀଡା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତ ଓ ପାକିସ୍ତାନ ଭିତରେ ଦ୍ବିପାକ୍ଷିକ ମ୍ୟାଚ୍ ହେବନି, କିନ୍ତୁ ଭାରତୀୟ କ୍ରିକେଟ ଟିମ୍‌କୁ ଏସିଆ କପ୍‌ରେ ଖେଳିବାକୁ ରୋକାଯିବନି।

ଗୁରୁବାର କ୍ରୀଡା ମନ୍ତ୍ରଣାଳୟ ଭାରତର ଅନ୍ତର୍ଜାତୀୟ କ୍ରୀଡା ସମ୍ପର୍କରେ ନୂଆ ନୀତି ଜାରି କରିଛି, ଯେଉଁଥିରେ ବିଶେଷ ଭାବରେ ପାକିସ୍ତାନ ସହ ସମ୍ପର୍କ ଉପରେ ଜୋର ଦିଆଯାଇଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନୀତି ତୁରନ୍ତ ଲାଗୁ ହୋଇଯିବ। ପିଟିଆଇର ସୂଚନା ଅନୁସାରେ, କ୍ରୀଡା ମନ୍ତ୍ରଣାଳୟର ନୀତିରେ କୁହାଯାଇଛି ଯେ, ପାକିସ୍ତାନ ସମ୍ପର୍କିତ କ୍ରୀଡା ଆୟୋଜନରେ ଭାରତର ଦୃଷ୍ଟିକୋଣ ସେହି ବ୍ୟାପକ ନୀତିକୁ ଦର୍ଶାଉଛି ଯେ, ସେହି ଦେଶ ସହ ଭାରତର ସମ୍ପର୍କକୁ ଗ୍ରହଣ କରାଯାଇଛି। ଯେଉଁ ପର୍ଯ୍ୟନ୍ତ ଦୁଇଦେଶ ଭିତରେ ଦ୍ବିପାକ୍ଷିକ ଖେଳ ଆୟୋଜନର ପ୍ରଶ୍ନ ଉଠୁଛି, ତେବେ ଭାରତୀୟ ଟିମ୍‌ ପାକିସ୍ତାନରେ ହେବାକୁ ଥିବା ମ୍ୟାଚ୍‌ର ଅଂଶ ହେବନି। ପାକିସ୍ତାନ ଟିମ୍ ମଧ୍ୟ ଭାରତରେ ଦ୍ବିପାକ୍ଷିକ ମ୍ୟାଚ୍ ଖେଳିବାକୁ ଅନୁମତି ଦେଇପାରିବନି।‘

ବହୁପାକ୍ଷୀୟ କ୍ରୀଡା ଆୟୋଜନ ଉପରେ ଏହାର କୌଣସି ପ୍ରଭାବ ପଡିବନି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆମେ ଭାରତୀୟ କ୍ରିକେଟ ଟିମ୍‌କୁ ଏସିଆ କପ୍‌ରେ ଖେଳିବାକୁ ରୋକିବୁନି। କାରଣ ଏହା ଏକ ବହୁ ଦେଶୀୟ ପ୍ରତିଯୋଗୀତା।’ ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନକୁ ଦ୍ବିପାକ୍ଷୀୟ ମ୍ୟାଚ୍ ପାଇଁ ଭାରତ ମାଟିରେ ଖେଳିବାର ଅନୁମତି ଦେଇହେବନି, କିନ୍ତୁ ବହୁପାକ୍ଷୀୟ ଆୟୋଜନରେ ଏହାର ଭାଗିଦାରୀ  ଉପରେ ରୋକ ଲଗାଯାଇପାରି ହେବନି। କାରଣ ଆମେ ଅଲମ୍ପିକ ଚାର୍ଟରର ପାଳନ କରିବୁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.