ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ରାଜନୀତି, 'ଯିଏ ଯିବେ ବିଜେଡିର, ଯିଏ ଆସିବେ ସେ ବି ବିଜେଡିର!'

Published By : Rasmita Pradhan | March 31, 2025 8:19 AM

କେନ୍ଦ୍ରାପଡ଼ା,୩୦ା୩ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଗତ ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଏପ୍ରିଲ ୫ରେ ଭୋଟ୍‌ ହେବ ବୋଲି ସ୍ଥିର ହୋଇଛି। ତେବେ ଚର୍ଚ୍ଚା ହେଉଛି, ବ୍ଲକ୍‌ ଅଧ୍ୟକ୍ଷା ବିଜେଡି ସମର୍ଥିତ ହୋଇଥିବା ବେଳେ ତାଙ୍କୁ ହଟାଇ ବିଜେପି ତାଙ୍କ ଟିମ୍‌ର ଅନ୍ୟ ଜଣଙ୍କୁ ଅଧ୍ୟକ୍ଷା ଆସନରେ ବସାଇବାକୁ ଚାହୁଁଛି । ଶାସକ ଦଳ ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଅଧ୍ୟକ୍ଷା ଆସନ ନିଜ ସମର୍ଥକଙ୍କ ହାତରେ ରଖି ବ୍ଲକ୍‌ରେ ଦଳର ପତିଆରା ଜାହିର୍‌ କରିବାକୁ ଚାହୁଁଥିବାବେଳେ ବିଜେଡିର ହେଭିୱେଟ୍‌ ନେତା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇପଡ଼ିଛି । 

ଅପରପକ୍ଷରେ ଏ ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ ବିଜେପି ଶିବିରରେ ବି ଜୋରଦାର ଅଙ୍କକଷା ଚାଲିଛି । ଅଧ୍ୟକ୍ଷା ପଦବି ସୁରକ୍ଷିତ ରଖିବାକୁ ଯାଇ ବିଜେଡି ମ୍ୟାଜିକ୍‌ ସଂଖ୍ୟା ନିଜ ପାଖରେ ଥିବା କଥା କହୁଛି ଓ ଅଣ୍ଟା ଭିଡ଼ି ଦେଇଛି । ବିଜେପିରେ କିନ୍ତୁ ଗୋଷ୍ଠୀ କନ୍ଦଳ ଓ ଫାଟ ବଢ଼ିଚାଲିଛି । ଚର୍ଚ୍ଚା ହେଉଛି ଯେ ବିଧାୟକ ଦୁର୍ଗାପ୍ରସନ୍ନ ଓ ତାଙ୍କ ଦାଦାଙ୍କ କାର୍ଯ୍ୟକୁ ବିରୋଧ କରୁଥିବା ବିଜେପି ସମର୍ଥିତ କିଛି ପଞ୍ଚାୟତ ପ୍ରତିନିଧି ଏବେ ଅନାସ୍ଥା ଭୋଟ ସପକ୍ଷରେ ନାହାନ୍ତି । ଏଣୁ ଅଧ୍ୟକ୍ଷାଙ୍କୁ ହଟାଇବାକୁ ଯେଉଁ ପ୍ରସ୍ତୁତି ଚାଲିଛି ସେଥିରେ କିଛି ବିଜେପି  ନେତା ହିଁ ବାଟ ଓଗାଳୁଛନ୍ତି । ଏହା ଭିତରେ ମହାକାଳପଡ଼ା ବିଜେପି ନେତା ସୌଭାଗ୍ୟ ପରିଡ଼ା ଶାସକ ଦଳ ବିଧାୟକ ଶ୍ରୀ ନାୟକ ଓ ତାଙ୍କ ଦାଦାଙ୍କୁ ଟାର୍ଗେଟ୍‌ କରି ଏଭଳି ଚର୍ଚ୍ଚାକୁ ଦାନା ଯୋଗାଇଛନ୍ତି । ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ଉଭୟଙ୍କୁ କଡ଼ା ସମାଲୋଚନା କରିଛନ୍ତି । 

କାହାରି ନାଁ ନନେଇ ସୌଭାଗ୍ୟ କହିଛନ୍ତି କି, ରାଜ୍ୟରେ ଡବଲ୍‌ ଇଞ୍ଜିନ ସରକାର ରହିଛି। ଆମର ବିଧାୟକ ଓ ସାଂସଦ ବି ଅଛନ୍ତି । ଅଧ୍ୟକ୍ଷା ମହାକାଳପଡ଼ାରେ ବିଜେଡିର । ବିଜେପି ସମର୍ଥିତ ଅଧ୍ୟକ୍ଷା ହେବା ନିହାତି ଦରକାର । ବିଳମ୍ବରେ ହେଲେ ବି ବିଧାୟକ ଠିକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଅଧ୍ୟକ୍ଷା ପଦରୁ ଯଦି ବିଜେଡି ନେତ୍ରୀ ହଟନ୍ତି, ତେବେ ବିଜେପିରେ କ’ଣ କେହି ଅଧ୍ୟକ୍ଷା ହେବାକୁ ଯୋଗ୍ୟ ନାହାନ୍ତି କି? ବିଜେଡି ସରକାର ସମୟରେ ବିଜେପି ସହିତ ରହିଥିବା ଅନେକ ଦକ୍ଷ ମହିଳା ସମିତି ସଭ୍ୟା ଅଛନ୍ତି । ଯଦି ଅଧ୍ୟକ୍ଷା ବଦଳିବେ ତେବେ ବିଜେପି ସମର୍ଥିତ ସମିତି ସଭ୍ୟ କାହିଁକି ଅଧ୍ୟକ୍ଷା ହେବେନାହିଁ ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିଛନ୍ତି । ବିଧାୟକଙ୍କ ଦାଦାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ନିର୍ବାଚନ ପରେ ବିଜେଡିରୁ ଆମଦାନୀ ହୋଇଥିବା ସମିତି ସଭ୍ୟାଙ୍କୁ ଅଧ୍ୟକ୍ଷା ଚୌକିରେ ବସାଇବାକୁ ସେ ଚାହୁଁଛନ୍ତି ବୋଲି ସବୁଠି ଚର୍ଚ୍ଚା । ଏହା ଦ୍ୱାରା ବିଜେପି ସଦସ୍ୟାମାନଙ୍କର ଲାଭ କ’ଣ ହେବ? ଲୋକେ ଭାବୁଛନ୍ତି ପୁରୁଣା ମଦ ନୂଆ ବୋତଲରେ ଆସୁଛି । ଯିଏ ଯିବେ ଅଧ୍ୟକ୍ଷା ଅଛନ୍ତି ସେ ବିଜେଡିର, ଯିଏ ଆସିବେ ସେ ବି ବିଜେଡିର । ତେଣୁ ମହାକାଳପଡ଼ାର ବିଜେପକର୍ମୀ, ସଂଗଠକ ଠିକ୍‌ ବିଚାର କରି ଠିକ୍‌ ନିଷ୍ପତ୍ତି ନେବା ପାଇଁ ସୌଭାଗ୍ୟ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । 

ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକଙ୍କ ସହ ଏ ସଂପର୍କରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିବା ସମ୍ଭବପର ହୋଇନାହିଁ । ବିୟର୍‌ ବୋତଲ ଧରିଥିବା ସମିତି ସଭ୍ୟଙ୍କ ଫଟୋ ଭାଇରାଲ୍‌ ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌କୁ ନେଇ ରୋଚକ ଚର୍ଚ୍ଚା ଚାଲିଥିବାବେଳେ ବ୍ଲକ୍‌ର ଜଣେ ସମିତି ସଭ୍ୟ ହାତରେ ବିୟର ବୋତଲ ଧରିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଭାଇରାଲ ଫଟୋରେ ସେ ବେଶ୍‌ ଖୁସି ମିଜାଜ୍‌ରେ ଖଟରେ ଆଣ୍ଠେଇ ଏକ ବିୟର ବୋତଲ ଧରିଥିବା ଓ ସାମ୍ନାରେ ଥିବା କେହି ଜଣେ ବ୍ୟକ୍ତିଙ୍କୁ ଅନାଇ ହସୁଥିବା ଦିଶୁଛି । ତାଙ୍କ ପାଖରେ ଅନ୍ୟ ଜଣେ ମଧ୍ୟ ବସିଥିବା ଦେଖାଯାଉଛି । ଫଟୋ କେବେକାର ଓ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଏହା ଅନାସ୍ଥା ଭୋଟ୍‌ ପୂର୍ବରୁ ଅଜ୍ଞାତବାସ ବେଳର ବୋଲି ସାମାଜିକ ଗଣମାଧ୍ୟମରେ ଭାଇରାଲ ପୋଷ୍ଟରେ ସୂଚିତ ହୋଇଛି । ଏ ସଂପର୍କରେ କାହାରି ପ୍ରତିକ୍ରିୟା କିନ୍ତୁ ମିଳିପାରିନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.