ଭୁବନେଶ୍ବର, ୧୧/୦୫: ବାଲିଅନ୍ତା ବର୍ବରତାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଦ୍ବିତୀୟ ଦିନରେ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓ ମୃତ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ । ଏହା ପୂର୍ବରୁ ବାଲିଅନ୍ତା ଥାନା ପୁଲିସଠାରୁ ତଦନ୍ତକାରୀ ଅଧିକାରୀ ‘ଭିଡ଼ ହତ୍ୟା’ର ଟିକିନିଖି ତଥ୍ୟ ସଂଗ୍ରହ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାରେ ଦୁଇ ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ବାକି କିଛି ପ୍ରତ୍ୟକ୍ଷଦର୍ଶୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ । ସେହିପରି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନସିକ୍ ରିପୋର୍ଟର ତର୍ଜମା ଚାଲିଛି। ସୋସିଆଲ ମିଡିଆ ତଥ୍ୟକୁ ମଧ୍ୟ ତର୍ଜମା କରାଯାଉଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର । 

​​​​​​​

ଏହାଛଡ଼ା ତଦନ୍ତର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଉଛି । ବାଲିଅନ୍ତା ବର୍ବରତା ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅପରାଧି ଭାବିବା ଠିକ୍ ନୁହେଁ । ଘଟଣାକୁ ମଧ୍ୟ ଭିଡ଼ ହିଂସା କହିହେବ ନାହିଁ । ସୌମ୍ୟ ହତ୍ୟା ମାମଲା ସେଭଳି କିଛି ତଥ୍ୟ ମିଳିନାହିଁ । ଯଦି ତଦନ୍ତ ବେଳେ ସେଭଳି ପ୍ରମାଣ ମିଳେ, ତେବେ ଅଭିଯୁକ୍ତଙ୍କ ଉପରେ ଭିଡ଼ ହିଂସା ଭଳି ଦଫା ଲାଗିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁBalianta Mob Lynching: ସୌମ୍ୟ ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ, ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ