ନୂଆଦିଲ୍ଲୀ,୧୭/୦୭: ବୋଇଂ ୭୮୭ ପ୍ଲେନ୍ ଇନ୍ଧନ ଲକିଂ ସିଷ୍ଟମରେ କୌଣସି ତ୍ରୁଟି ମିଳିଲାନାହିଁ । ଯାଞ୍ଚ ପରେ ସାମ୍ନାକୁ ଆସିଲା ଏୟାରଇଣ୍ଡିଆର ବୟାନ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ବୋଇଂ ୭୮୭ର ସମସ୍ତ ବିମାନର ଫୁଏଲ କଣ୍ଟ୍ରୋଲ୍ ସୁଇଚ୍ ଯାଞ୍ଚ ନିର୍ଦ୍ଦେଶ ହୋଇଥିଲା । ଫୁଏଲ୍ କଣ୍ଟ୍ରୋଲ ସୁଇଚ୍ ଏକଦମ ଠିକ୍ ଅଛି କୌଣସି ତ୍ରୁଟି ନାହିଁ ନଥିବା ଏୟାରଇଣ୍ଡିଆର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସୋମବାର (ଜୁଲାଇ ୧୪, ୨୦୨୫) ସମସ୍ତ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ବୋଇଂ ୭୮୭ ଏବଂ ୭୩୭ ବିମାନରେ ଇନ୍ଧନ ସ୍ୱିଚ୍ ଲକିଂ ସିଷ୍ଟମ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଗତ ଜୁନ୍ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବାର କିଛି ଦିନ ପରେ ଏହି ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ରିପୋର୍ଟରେ ଜଣାପଡିଥିଲା କି, ଅହମ୍ମଦାବାଦ ବିମାନ ଦୁର୍ଘଟଣା ହେବା ପୂର୍ବରୁ FCS ସ୍ୱିଚ୍ ବନ୍ଦ ହୋଇଯାଇଥିଲା । ଯାହା ଦୁର୍ଘଟଣାର କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିଲା ।
ଏୟାର ଇଣ୍ଡିଆ ଅଧିକାରୀ ପାଇଲଟମାନଙ୍କୁ ପଠାଇଥିବା ଏକ ଆଭ୍ୟନ୍ତରୀଣ ବାର୍ତ୍ତାରୁ ଜଣାପଡ଼ିଛି କି,"ସପ୍ତାହ ଶେଷ ସୁଦ୍ଧା, ଆମର ଇଞ୍ଜିନିୟରିଂ ଟିମ୍ ଆମର ସମସ୍ତ ବୋଇଂ ୭୮୭ ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ (FCS) ଲକିଂ ପ୍ରଣାଳୀର ଏକ ସତର୍କତାମୂଳକ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ସମାପ୍ତ ହୋଇଛି ଏବଂ ସେଥିରେ କୌଣସି ତ୍ରୁଟି ମିଳିନାହିଁ। ବୋଇଂ ରକ୍ଷଣାବେକ୍ଷଣ ସୂଚୀ ଅନୁଯାୟୀ, ସମସ୍ତ ବୋଇଂ ୭୮୭-୮ ବିମାନରେ ଥ୍ରୋଟଲ୍ ନିୟନ୍ତ୍ରଣ ମଡ୍ୟୁଲ୍ ଗ୍ରହଣ କରାଯାଇଛି ଏବଂ ଏହା ଫୁଏଲ ସୁଇଚ୍ ସିଷ୍ଟମ ଏହି ମଡ୍ୟୁଲର ଏକ ଅଂଶ ।
ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏୟାର ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB)ଶନିବାର (ଜୁଲାଇ ୧୨,୨୦୨୫) ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଥିଲା। AAIB ରିପୋର୍ଟରେ ଅନୁସାରେ ଏୟାର ଇଣ୍ଡିଆ ବିମାନ AI-୧୭୧ର ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ କରୁଥିବା ସ୍ୱିଚ୍ ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।