ରିୟାଦ: ଆମେରିକା ଇରାନର ପରମାଣୁ ଅବସ୍ଥାନ ଉପରେ ଆକ୍ରମଣ କରିବା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ରେଡିଏସନ(ବିକିରଣ)କୁ ନେଇ ଚିନ୍ତା ପ୍ରକାଶ ପାଇଛି। ତେବେ ସାଉଦି ଆରବର ସାଉଦି ରେଗୁଲେଟିରି ଅଥୋରିଟି ଶନିବାର ଏନେଇ ଆଧିକାରୀକ ସ୍ତରରେ ଘୋଷଣା କରିଛନ୍ତି। ବର୍ତ୍ତାମନ ସୁଦ୍ଧା ଗଲ୍ଫ ଅଞ୍ଚଳରେ କୌଣସି ପ୍ରକାରରର ରେଡିଓଆକ୍ଟିଭ ପ୍ରଭାବ ପରିଲକ୍ଷିତ ହୋଇ ନଥିବା ନେଇ ଘୋଷଣା ହୋଇଛି।

ସାଉଦି ଆରବର କିଙ୍ଗସଡୋମ୍ସ ନ୍ୟୁକ୍ଲିଅର ଓ ରେଡିଓଲୋଜିକାଲ ରେଗୁଲେଟୋରି କମିସନ ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରିଛି। ଯେଉଁଥିରେ “ଆମେରିକା ସେନା ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପରେ କିଙ୍ଗସଡୋମ ଓ ଆରବର ଗଲ୍ଫ ଅଞ୍ଚଳରେ କୌଣସି ପ୍ରକାରର ବିକିରଣ ଜନିତ ପ୍ରଭାବ ପରିଲକ୍ଷିତ ହୋଇନାହିଁ” ବୋଲି ଉଲ୍ଲେଖ କରିଛି। 




କୁଏତର ନେସନାଲ ଗାର୍ଡ ମଧ୍ୟ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ସୂଚନା ଜାରି କରି ଲେଖିଛି ଯେ “କୁଏତର ବାୟୁମଣ୍ଡଳ ଓ ଜଳସ୍ତରରେ କୌଣସି ପ୍ରକାରର ବିକିରଣ ପରିଲକ୍ଷିତ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣରେ ଅଛି।”




ଅନ୍ୟପଟେ ଇରାକ ମଧ୍ୟ ନିଜ ସାମବର୍ତ୍ତୀ ଅଞ୍ଚଳରେ ବିକିରଣର ପ୍ରଭାବ ପଡିନାହିଁ ବୋଲି ଘୋଷଣା କରିଛି। ଭୌଗଳିକ ମାନଚିତ୍ରକୁ ଅଧ୍ୟୟନ କଲେ ଜଣାଯାଏ ଯେ ଇରାନ ଓ ଇରାକ ପରସ୍ପର ମଧ୍ୟରେ ଦୀର୍ଘ ସାମାବର୍ତ୍ତୀ ଅଞ୍ଚଳ ରହିଛି। ଏଣଉ ଆମେରିକାର ଆକ୍ରମଣ ପରେ ଇପାକ ବିକିରଣକୁ ନେଇ ଚିନ୍ତା ପ୍ରକାଶ କରିଥିଲା। ତେବେ ଯାଞ୍ଚରୁ ଇରାକର ସୀମାବର୍ତ୍ତୀ ଅଞ୍ଚଳରେ କୌଣସି ପ୍ରକାରର ବିକିରଣ ନଥିବା ଜଣାପଡିଛି। ଏନେି ଇରାକ ମଧ୍ୟ ଆଧିକରିକ ପୁଷ୍ଟି ଜାହିର କରିଥିବା ସୂଚନା ମିଳିଛି।