ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜାପାନର ଏହି ସଙ୍ଗଠନ ପାଇବ ନୋବେଲ ଶାନ୍ତି ପୁରସ୍କାର, ପରମାଣୁ ହତିଆର ମୁକ୍ତ ଦୁନିଆ ଦିଗରେ କରୁଛି କାମ

Published By : Prameya | October 11, 2024 3:40 PM

ନୂଆଦିଲ୍ଲୀ : ୨୦୨୪ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଜାପାନର ‘ନିହୋନ ହିଦାନକ୍ୟୋ’ ସଙ୍ଗଠନକୁ ଚଳିତ ବର୍ଷର ଶାନ୍ତି ପାଇଁ ନୋବେଲ ପ୍ରଦାନ କରାଯିବ। ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ପରମାଣୁ ହତିଆର ମୁକ୍ତ ଦୁନିଆ ଦିଗରେ କାମ କରୁଛି। ନରୱେଜିୟନ ନୋବେଲ ସମିତି ଅନୁସାରେ, ଏହି ଏନଜିଓ ମୂଳ ଲକ୍ଷ୍ୟ ହେଉଛି ଦୁନିଆରେ ପରମାଣୁ ହତିଆର ବ୍ୟବହାର ନକରାଯିବା ଉପରେ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିରୋଶିମା ଏବଂ ନାକାସାକି ଉପରେ ହୋଇଥିବା ପରମାଣୁ ଆକ୍ରମଣରେ ଜୀବିତ ଲୋକଙ୍କ ଦ୍ୱାରା ଏହି ସଙ୍ଗଠନ  ପରିଚାଳିତ ହେଉଛି। ଏମାନଙ୍କୁ ଜାପାନୀ ଭାଷାରେ ହିବାକୁଶା କୁହାଯାଏ। 

ହିବାକୁଶା ସାରା ଦୁନିଆରେ ନିଜର ଯନ୍ତ୍ରଣା ଏବଂ ଅଭୁଲା କାହାଣୀକୁ ହିଦାନକ୍ୟୋ ସଙ୍ଗଠନ ଜରିଆରେ ପହଞ୍ଚାଇଥାଏ।
ନିହୋନ ହିଦାନକ୍ୟୋକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରି ନରୱେଜିୟନ ନୋବେଲ ସମିତି କହିଛି ଯେ, ପରମାଣୁ ଆକ୍ରମଣକୁ ସହି ଥିବା ଏହି ଲୋକମାନେ ଦିନେ ଆମ ପାଖରେ ନଥିବେ, କିନ୍ତୁ ଜାପାନର ନୂଆ ପିଢି ସେମାନଙ୍କ ସ୍ମୃତି ଏବଂ ଅନୁଭବକୁ ସାରା ଦୁନିଆରେ ପହଞ୍ଚାଉ ଥିବେ ଏବଂ ପରମାଣୁ ହତିଆର ଦୁନିଆ ପାଇଁ କେତେ ବିପଜ୍ଜନକ ତାହା ନୂଆ ପିଢିକୁ ମନେ ପକାଉଥିବେ। ଏହାର ବ୍ୟବହାର ପୁଣି କେବେ ନହେବା ଦରକାର। ନରୱେଜିୟନ ନୋବେଲ ସମିତିକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ଆବେଦନ ମିଳିଥିଲା, ଯେଉଁଥିରୁ ୮୯ଟି ସଙ୍ଗଠନ ଥିଲା।

ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠାରୁ ସମ୍ମାନ ଜନକ ପୁରସ୍କାର। ୬ଟି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଏହି ପୁରସ୍କାର ମିଳିଥାଏ । ୧୯୦୧ରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ସ୍ୱିଡିସ୍ ଏବଂ ବ୍ୟବସାୟୀ ଆଲଫ୍ରେଡ୍ ବର୍ନହାର୍ଡ ଏହି ନୋବେଲ ସମ୍ମାନର ମୂଳଦୁଆ ପକାଇଥିଲେ । 

୬ଟି କ୍ଷେତ୍ରରେ ନୋବେଲ ଜୁରି କମିଟି ଦ୍ୱାରା ଲୋକଙ୍କ ଚୟନ କରାଯାଇଥାଏ। ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ ପାଇଁ ରୟାଲ ସ୍ୱିଡିସ୍ ଏକାଡେମିକ୍ ଅଫ ସାଇନ୍ସ ଏବଂ ମେଡିସିନ୍ ପାଇଁ ନୋବେଲ୍ ଆସେମ୍ବଲିର କରୋଲିନସ୍କା ଇଷ୍ଟିଚ୍ୟୁଟ୍ ଚୟନ କରିଥାଏ। ସାହିତ୍ୟ କ୍ଷେତ୍ରରେ ନୋବେଲ ପ୍ରାଇଜ୍ ପାଇଁ ସ୍ୱିଡିସ୍ ଏକାଡେମୀର ୧୮ ଜଣ ଜୁରି ମେମ୍ବର ଦ୍ୱାରା ମନୋନୀତ କରାଯାଇଥାଏ । ଅର୍ଥଶାସ୍ତ୍ରରେ ପାଇଁ ସ୍ୱିଡିସ୍ ଏକାଡେମିକ୍ ଅଫ୍ ସାଇନ୍ସ ନୋବେଲ ବିଜେତାଙ୍କ ନାଁ ଘୋଷଣା କରିଥାଏ । ଏବଂ ଶାନ୍ତି ପାଇଁ ନରୱେଜିୟନ ନୋବେଲ ସମିତି ବିଜେତାଙ୍କ ନାଁ ଘୋଷଣା କରିଥାଏ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.