ନୂଆଦିଲ୍ଲୀ,୨୫।୯: ବିଶ୍ବର ସବୁଠାରୁ କ୍ରୁର ଶାସକ। । ଯାହାଙ୍କ ଅମାନବୀୟ ନୀତି ଓ ପରମାଣୁ କାର୍ଯ୍ୟକ୍ରମ ସାରା ଦୁନିଆକୁ ଭୟଭୀତ କରିଥାଏ। ସେ ହେଉଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍। ତାଙ୍କୁ ନେଇ ଏବେ ହୋଇଛି ଭୟଙ୍କର ଖୁଲାସା। କିମ୍ଙ୍କ ପାଖରେ ଅଛି ମୃତ୍ୟୁର ସାମଗ୍ରୀ ବା ୨ ଟନ୍ ଓଜନର ବିଶୁଦ୍ଧ ୟୁରାନିୟମ । ଏଥିରୁ ପରମାଣୁ ବୋମା ତିଆରି କରାଯାଇଥାଏ। ଏଭଳି ଏକ ଦାବି କରିଛି ପଡୋଶୀ ଦେଶ ଦକ୍ଷିଣ କୋରିଆ।
ସାରା ବିଶ୍ବକୁ ଧ୍ବଂସ କରିବାର ଯୋଜନା। ଏଭଳି ଏକ ଷଡଯନ୍ତ୍ର କରୁଛନ୍ତି ଉତ୍ତର କୋରିଆର ତାନାଶାହ କିମ୍ ଜୋଙ୍ଗ ଉନ୍। ଦକ୍ଷିଣ କୋରିଆାର ଜଣେ ମନ୍ତ୍ରୀଙ୍କ କହିବା ଅନୁସାରେ ଉତ୍ତର କୋରିଆ ନିକଟରେ ରହିଛି ଦୁଇ ଟନ୍ରୁ ଓଜନରୁ ଅଧିକ ଏନ୍ରିଚ୍ ବା ଶୁଦ୍ଧ ୟୁରାନିୟମ । ଯାହାକୁ ପରମାଣୁ ବୋମା ତିଆରି କରିବା ପାଇଁ ବ୍ୟବହାର କରାଯାଏ। ପୂର୍ବରୁ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦୀର୍ଘ ଦିନ ଧରି କହିଆସୁଛି ଯେ ଉତ୍ତର କୋରିଆରେ "ପ୍ରଚୁର" ପରିମାଣର ଅତ୍ୟଧିକ ବିଶୋଧିତ ୟୁରାନିୟମ ରହିଛି। ତେବେ ପ୍ରଥମ ଥର ପାଇଁ ଏହାକୁ ସାର୍ବଜନୀନ ଭାବରେ ପ୍ରକାଶ କରିଛି।
ଦକ୍ଷିଣ କୋରିଆର ମନ୍ତ୍ରୀ ଚୁଙ୍ଗ ଡୋଙ୍ଗ-ୟଙ୍ଗ କହିଛନ୍ତି ‘ଗୁଇନ୍ଦା ସଂସ୍ଥାଗୁଡ଼ିକ ଆକଳନ କରୁଛନ୍ତି ଯେ ପ୍ୟୋଙ୍ଗୟାଙ୍ଗରେ ଅତ୍ୟଧିକ ଶୁଦ୍ଧ ୟୁରାନିୟମର ଭଣ୍ଡାର ରହିଛି। ଏହା ଦୁଇ ଟନ୍ ଓଜନର ରହିଛି, ଯାହାକି ୯୦ ପ୍ରତିଶତରୁ ଅଧିକ ବିଶୁଦ୍ଧ ୟୁରାନିୟମ। ସେ କହିଛନ୍ତି ଉତ୍ତର କୋରିଆର ପରମାଣୁ ବିକାଶ କାର୍ଯକ୍ରମକୁ ରୋକିବା ଖୁବ୍ ଜରୁରୀ। ଏହା ସହ ତା ଉପରେ ମଧ୍ୟ କଟକଣା ଲଗାଇବାକୁ ପଡିବ। ସେଥିପାଇଁ ଏକମାତ୍ର ବିକଳ୍ପ ହେଉଛି ଉତ୍ତର କୋରିଆ ଓ ଆମେରିକା ଭିତରେ ଶିଖର ସମ୍ମିଳନୀ। ଚଳିତ ସପ୍ତାହନୟରେ କିମ୍ ଜୋଙ୍ଗ କହିଥିଲେ, ସେ ଆମେରିକା ସହିତ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଏହି ସର୍ତ୍ତରେ ଯେ ଉତ୍ତର କୋରିଆ ଏହାର ପରମାଣୁ କାର୍ଯ୍ୟକ୍ରମ ବଜାୟ ରଖିବ। ୨୦୦୬ ରେ ଉତ୍ତର କୋରିଆା ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା। ପରବର୍ତ୍ତୀ ସମୟରେ, ଜାତିସଂଘ ଏହା ଉପରେ କଟକଣା ଲାଗୁ କରିଥିଲା। କିନ୍ତୁ ତାକୁ ଖାତିର କରୁନାହାଁନ୍ତି କିମ୍ ଜୋଙ୍ଗ ଉନ୍। ସେ ଲୁଚା ଛପା ଭାବରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଛନ୍ତି। ଉତ୍ତର କୋରିଆରେ ୧୪ ବର୍ଷ ଧରି ଶାସନ କରୁଥିବା କିମ୍ଙ୍କ ଆଜିକାଲି ଚୀନ୍ ସହ ଭଲ ସୁସମ୍ପର୍କ ବୃଦ୍ଧି ପାଇଛି। ନିକଟରେ ସେ ଚୀନ୍ ଗସ୍ତରେ ଯାଇଥିବା ବେଳା ଜିନପିଙ୍ଗଙ୍କୁ ଭେଟିଥିଲେ, ଯାହାକି ଆମେରିକାର ଚିନ୍ତା ବଢାଇଛ