ନୂଆଦିଲ୍ଲୀ,୩।୨: ନରୱେ ରାଜ ପରିବାର ପାଇଁ୨୦୨୬ର ଆରମ୍ଭ କୌଣସି ଦୁଃସ୍ବପ୍ନଠାରୁ କମ୍ ନୁହେଁ। କ୍ରାଉନ୍ ପ୍ରିନ୍ସେସ୍ ମେଟ୍-ମେରିଟ ଆଜି ଗଭୀର ସଙ୍କେଟ ଓ ବିବାଦର ଜାଲରେ ଫଶି ଯାଇଛନ୍ତି। ନିକଟରେ ତାଙ୍କ ପୁଅ ଉପରେ ଲାଗିଥିବା ଦୁଷ୍କର୍ମର ଗମ୍ଭୀର ଅଭିଯୋଗ ଓ ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନଙ୍କ ସହ ତାଙ୍କ ସମ୍ପର୍କର ଖୁଲାସା ପୁରା ନରଓ୍ବେକୁ ଚକିତ କରିଛି। ଜେଫ୍ରି ଏପଷ୍ଟିନ୍ ସମ୍ପର୍କିତ ୩୦ ଲକ୍ଷରୁ ଅଧିକ ଦସ୍ତାବିଜ ସାର୍ବଜନୀନ ହେବାପରେ କ୍ରାଉନ୍ ପ୍ରିନ୍ସେସ୍ ମେଟ୍-ମେରିଟ୍ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ଆମେରିକା ନ୍ୟାୟ ବିଭାଗ ଦ୍ବାରା ଜାରି ଫାଇଲନ୍ସରେ କ୍ରାଉନ୍ ପ୍ରିନ୍ସେସ୍ ମେଟ୍-ମେରିଟଙ୍କ ନାଁ ୧୦୦୦ ରୁ ଅଧିକ ଥର ଆସିଛି। ଏହି ଦସ୍ତାବିଜରୁ ଜଣାପଡୁଛି ଯେ,୨୦୧୧ରୁ୨୦୧୪ ଭିତରେ ରାଜକୁମାରୀ ଓ ଏପଷ୍ଟିନଙ୍କ ଭିତରେ ଘନିଷ୍ଠ ସମ୍ପର୍କ ଥିଲା। ବହୁବାର ଇମେଲରେ ଆଲୋଚନା ମଧ୍ୟ ହୋଇଥିଲା। ଏହା ହେଉଛି ସେହି ସମୟ ଯେତେବେଳେ ଏପଷ୍ଟିନ୍ ପୂର୍ବରୁ ୨୦୦୮ ରେ ଯୌନ ଅପରାଧ(ନାବାଳିକାଙ୍କୁ ନେଇ ବେଶ୍ୟାବୃତ୍ତି) ପାଇଁ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ଇମେଲରେ ମେଟ୍-ମେରିଟ୍ ସ୍ବୀକାର କରିଥିଲେ, ସେ ଏପଷ୍ଟିନ୍ ବିଷୟରେ ଗୁଗୁଲ କରଇଥିଲେ। ତାଙ୍କର ପୂର୍ବ ରେକର୍ଡ ଭଲ ନଥିଲା। ଏହାପରେ ବି ସେ ଆଲୋଚନା ଜାରି ରଖିଥିଲେ। ଏପରିକି ଥରେ ସେ ଥଟାମଜାରେ ପ୍ୟାରିସକୁ ବେଆଇନ୍ ସମ୍ପର୍କ ପାଇଁ ଭଲ ବୋଲି କହିଥିଲେ। କେବଳ ସେତିକି ନୁହେଁ, ୨୦୧୩ ରେ ପ୍ରିନ୍ସେସ୍ ଫ୍ଲୋରିଡାରେ ଥିବା ଏପଷ୍ଟିନ୍‌ଙ୍କ ଘରେ ୪ ଦିନ ବିତାଇଥିଲେ।

ଏପଷ୍ଟିନ୍ ଫାଇଲନ୍ସର ଦସ୍ତାବିଜ ଅନୁସାରେ କୁହାଯାଉଛି ଯେ,ରାଜକୁମାରୀ ନିଜେ ‘ଝିଅଙ୍କର ଅଶ୍ଲୀଳ ଫଟୋ ପଠାଉଥିଲେ।’ ଏକ ଇମେଲ୍ରୁ ଏହା ଜଣାପଡିଛି। ୨୦୧୨ରେ ଏକ ଇମେଲ୍ରେ ଏପଷ୍ଟିନ୍ଙଙ୍କୁ ମେଟ୍-ମେରିଟ୍ ପଚାରିଥିଲେ,କ’ଣ ତାଙ୍କର ୧୫ ବର୍ଷୀୟ ପୁଅ ମାରିୟସର ରୁମ୍‌ର ଓ୍ବାଲପେପର ପାଇଁ ଦୁଇ ମହିଳାଙ୍କ ନ୍ୟୁଡ ଫଟୋ ଲଗାଇବା ନେଇ ଜଣେ ମା’ ହିସାବରେ ପରାମର୍ଶ ଦେବା ଠିକ୍ ହେବ ? ଇମେଲ୍‌ରେ ରାଜକୁମାରୀ ଏପଷ୍ଟିନଙ୍କୁ ଚାର୍ମିଂ ଓ ସ୍ବିଟହାର୍ଟ ବୋଲି ମଧ୍ୟ ସମ୍ବୋଧନ କରିଥିଲେ। ଉଲ୍ଲେଖନୀୟ ଯେ, ୨୦୧୩ ରେ ରାଜକୁମାରୀ ଏପଷ୍ଟିନଙ୍କ ପାମ୍ ବିଚ୍ ସ୍ଥିତ ଭିଲା(ଯାହାକୁ ମିଡିଆରେ ରେପ୍ ଭିଲା) କୁହାଯାଏ। ସେଠାରେ ସେ ୪ ଦିନ ରହିଥିଲେ। ବିବାଦ ବଢିବା ପରେ ସେ ଏକ ବୟାନ ଜାରି କରିଥିଲେ। କହିଥିଲେ, ମୋତେ ଏପଷ୍ଟିନ୍‌ଙ୍କ ସହ କୌଣସି ପ୍ରକାର ସମ୍ପର୍କ ଥିବା ନେଇ ଗଭୀର ଦୁଃଖ ରହିଛି। ଏହା କେବଳ ମୋର ଖରାପ ଚୁକ୍ତିର ଫଳାଫଳ ଥିଲା ଓ ଏହା ମୋ ପାଇଁ ଲଜ୍ଜାଜନକ।

ନିକଟରେ ରାଜକୁମାରୀଙ୍କୁ ନିଜର ୨୯ ବର୍ଷୀୟ ପୁଅ ମାରିୟସ୍ ବୋର୍ଗଙ୍କ ପାଇଁ ମଧ୍ୟ ମିଳିସାରିଛି ବଡ଼ ଝଟକା । ରାଜକୁମାର ହାକୋନଙ୍କୁ ବିବାହା ପୂର୍ବରୁ ପ୍ରିନ୍ସେସ୍ ମାରିୟସଙ୍କ ଜନ୍ମ ଦେଇଥିଲେ। ମାରିୟସଙ୍କ ଉପରେ ଦୁଷ୍କର୍ମ, ପୂବର୍ତନ ପ୍ରେମିକାକୁ ମାରପିଟ୍, ଛୁରୀରେ ଧମକ ଓ କୋର୍ଟ ନିର୍ଦେଶର ଉଲଂଘନ ସହିତ ମୋଟ ୩୮ଟି ମାମଲା ରୁଜୁ କରାଯାଇଛି। ତାଙ୍କ ଉପରେ ଚାରିଜଣ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ରହିଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି,ତେବେ ତାଙ୍କୁ ୧୬ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ। ବର୍ତ୍ତମାନ ସେ ୪ ସପ୍ତାହ ପାଇଁ କଷ୍ଟଡିରେ ଅଛନ୍ତି। ପ୍ରିନ୍ସେସ୍ ମେଟ୍-ମେରିଟ୍ ଏହି ଶୁଣାଣି ବେଳେ ଉପସ୍ଥିତ ରହିବା ବଦଳରେ ଏକ ବ୍ୟକ୍ତିଗତ ଯାତ୍ରାରେ ଯିବାର ନିଷ୍ପତ୍ତି ନେଇଥିଲେ, ଯାହାର ଆଲୋଚନା ଏବେ ହେଉଛି।

ଏହି ବିବାଦର ପ୍ରଭାବ ନରେଓ୍ବେର ଜନତାଙ୍କ ରାୟ ଉପରେ ସିଧା ସଳଖ ପଡିଛି। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ,୪୭.୬% ଲୋକଙ୍କ ମତରେ ମେଟ୍-ମେରିଟ୍‌ ରାଣୀ ହେବାର ଉଚିତ୍ ନୁହେଁ। କେବଳ ୨୮.୯% ଲୋକ ଏବେ ବି ତାଙ୍କ ସମର୍ଥନରେ ଅଛନ୍ତି। ନରଓ୍ବେର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର ମଧ୍ୟ ପ୍ରିନ୍ସେସ୍ଙ୍କୁ ଏପଷ୍ଟିନ୍ ସହ ନିଜର ସମ୍ପର୍କ ଉପରେ ସ୍ପଷ୍ଟିକରଣ ଦେବାକୁ କହିଛନ୍ତି।

ଆହୁରି ପଢନ୍ତୁ :ନାସାକୁ ମଙ୍ଗଳ ଗ୍ରହରେ ମିଳିଲା ଜୀବନର ସନ୍ଧାନ, ରୋଭର ଖୋଜି ବାହାର କଲା ସମୁଦ୍ର ତଟ